www.samajalive.in
Tuesday, December 9, 2025
15.1 C
Bhubaneswar

ସାହାଯ୍ୟ କରିବାକୁ ଯାଇ ଆକ୍ରମଣର ଶିକାର; ଦୁଇ ଆହତ

ସମ୍ବଲପୁର : ବାଇକ ଦୁର୍ଘଟଣାର ଶିକାର ଯୁବକମାନଙ୍କୁ ସହାୟତା କରିବା ପାଇଁ ଯାଇଥିବା ଦୁଇ ଜଣ ଯୁବକ ଆକ୍ରମଣର ଶିକାର ହୋଇଥିବାର ଅଜବ ମାମଲା ସମ୍ମୁଖକୁ ଆସିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ସମ୍ବଲପୁରର ଅଇଁଠାପାଲୀ ଥାନା ଅର୍ନ୍ତଗତ ଦେହେରୀପାଲୀ ଠାରେ ଏକ ମୋଡାଣି ରାସ୍ତାରେ ୩ ଜଣ ଯୁବକ ଏକ ବାଇକରେ ଦ୍ରୃତଗତିରେ ଯାଉଥିବା ବେଳେ ଭାରସାମ୍ୟ ହରାଇ ପଡିଯାଇଥିଲେ। ସେହି ସମୟରେ ଅଞ୍ଚଳରେ ଥିବା ଏକ ବେସରକାରୀ ଶିକ୍ଷାନୁଷ୍ଠାନରୁ ଶିକ୍ଷା ଗ୍ରହଣ କରି ଦୁଇ ଜଣ ଯୁବକ ଅମନ ସିଂହ ମାନ (୨୩) ଓ ଦୟାନିଧି ସାହୁ ଆସୁଥିବା ବେଳେ ପଡିଯାଇଥିବା ଯୁବକମାନଙ୍କୁ ଦେଖି ଅଟକି ଯାଇଥିଲେ। ତଳେ ପଡିଥିବା ଯୁବକମାନଙ୍କୁ ଯୁବକ ଦ୍ୱୟ ସହାୟତା ପାଇଁ ଯାଇ ଜଣେ ଯୁବକକୁ ଉଠାଉଥିବା ବେଳେ ଅନ୍ୟ ଜଣେ ଯୁବକ ତୁମ ପାଇଁ ଆମେ ପଡିଗଲୁ ବୋଲି କହି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିଥିଲେ। ଏଣୁ ସହାୟତା କରୁଥିବା ଯୁବକ ଦ୍ୱୟ ସେମାନଙ୍କୁ କାହିଁକି ଗାଳି କରୁଛ ବୋଲି କହିବା ପରେ ଯୁବକମାନଙ୍କ ସହିତ ସେମାନଙ୍କ ଉଚ୍ଚବାଚ ହୋଇଥିଲା। ଇତି ମଧ୍ୟରେ ଜଣେ ଯୁବକ ଅମନ ସିଂହଙ୍କୁ ଏକ ଛୁରୀରେ ପେଟରେ ଭୂଷି ଦେଇଥିଲେ। ଅନ୍ୟ ଦୁଇ ଜଣ ଯୁବକ ରୋହିତଙ୍କୁ ପ୍ରବଳ ମାଡ ମାରିଥିଲେ। ଏହା ସହିତ ଆହତ ଅମନଙ୍କ ମୁଣ୍ଡକୁ ମଧ୍ୟ ଯୁବକ ମାନେ ପଥରରେ ମାରିଥିଲେ। ଏଣୁ ଅମନ ଓ ରୋହିତ ତଳେ ପଡିଯିବାରୁ ଅଭିଯୁକ୍ତ ଯୁବକମାନେ ସେମାନଙ୍କର ବାଇକ ଉଠାଇ ଫାଟକ ପଟକୁ ଚାଲିଯାଇଥିଲେ। ତେବେ ଅମନ ଓ ରୋହିତ ଆହତ ଅବସ୍ଥାରେ ପାଟି କରି ସେମାନଙ୍କୁ ନିଜର ସ୍କୁଟିରେ ପିଛା କରିବାରୁ ସ୍ଥାନୀୟ ଲୋକେ ଏକ ମଲ ସମ୍ମୁଖରେ ଅଭିଯୁକ୍ତ ଯୁବକମାନଙ୍କୁ କାବୁ କରି ନେଇଥିଲେ। ଘଟଣାର ଖବର ପାଇ ପୁଲିସ ପହଞ୍ଚି ଅଭିଯୁକ୍ତମାନଙ୍କୁ ହେପାଜତରେ ନେବା ସହିତ ଆହତ ଯୁବକମାନଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଛି। ଆହତ ଅମନଙ୍କ ପେଟରେ ଗଭୀର କ୍ଷତ ଥିବାରୁ ୫ଟି ସ୍ଟିଚ ଡାକ୍ତରମାନେ କରିଛନ୍ତି। ଦୁଇ ଆହତ ଯୁବକଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ରହିଥିବାର ଜଣାପଡିଛି।

ଅନ୍ୟ ପଟରେ ଅଇଁଠାପାଲୀ ପୁଲିସ ମାମଲା ନଂ ୫୬/୨୦୨୦ ରୁଜୁ କରି ଅଭିଯୁକ୍ତ ଯୁବକ ପ୍ରବୀଣ ପ୍ରଧାନ, ଦୀପକ ଓରାମ ଓ ରଜତ ଭୌମିକଙ୍କୁ ଗିରଫ କରିଛି। ପ୍ରତ୍ୟକ୍ଷଦର୍ଶୀଙ୍କର ସୂଚନାନୁଯାୟୀ, ଅଭିଯୁକ୍ତମାନେ ପ୍ରବଳ ନିଶାଗ୍ରସ୍ତ ଥିଲେ। ଏହି ଅଞ୍ଚଳରେ ଅବାଧ ନିଶା କାରବାର ଚାଲିଥିବାରୁ ଏଭଳି ଅପରାଧିକ କାଣ୍ଡ ମାନ ଘଟି ଚାଲିଛି। ଗତ କାଲି ସକାଳ ସମୟରେ ଏହି ଅଞ୍ଚଳରେ ଜଣେ ଯୁବକଙ୍କୁ ଛୁରୀ ମାଡ ହୋଇଥିବା ବେଳେ ଗତ ବର୍ଷ ଏହି ଅଞ୍ଚଳରେ ବେଆଇନ ଦାଦାବଟି ଘଟଣା, ହତ୍ୟା, ଲୁଟ ଭଳି ସଙ୍ଗୀନ ମାମଲା ମାନ ଘଟି ଚାଲିଛି। ଏ ନେଇ ଅଞ୍ଚଳବାସୀ ରାସ୍ତାରୋକ କରି ପ୍ରତିବାଦ କରିବା ସହିତ ବାରମ୍ବାର ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା କୌଣସି ପ୍ରତିକାର ହେବା ବଦଳରେ ଖୁଲମଖୁଲା ନିଶା କାରବାର ବଢ଼ି ଚାଲିଛି। ଯାହାଦ୍ୱାରା ଯୁବପିଢ଼ି ପଥଭ୍ରଷ୍ଟ ହୋଇ ଅପରାଧିକ କାର୍ଯ୍ୟରେ ଲିପ୍ତ ରହୁଛନ୍ତି। ଏଣୁ ଅଞ୍ଚଳବାସୀ ଦିନରେ ମଧ୍ୟ ଭୟରେ ରହିବାକୁ ବାଧ୍ୟ ହେଉଛନ୍ତି। ତେଣୁ ଅଞ୍ଚଳର ଆଇନ ଶୃଙ୍ଖଳା ପ୍ରତି ତୁରନ୍ତ ସ୍ୱତନ୍ତ୍ର ଧ୍ୟାନ ଦେବା ପାଇଁ ସାଧାରଣରେ ଦାବୀ ହେଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories