www.samajalive.in
Friday, December 12, 2025
14.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମାଜସେବା ବିଭାଗ ଛାତ୍ରଛାତ୍ରୀଙ୍କ ଗ୍ରାମୀଣ ଅଧ୍ୟୟନ ଶିବିର

ସମ୍ବଲପୁର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସମାଜସେବା ବିଭାଗର ଛାତ୍ରଛାତ୍ରୀ ମାନେ ବରଗଡ଼ ଜିଲାର ଭଟଲି ବ୍ଲକ ଅଧିନସ୍ଥ ଉର୍ଦ୍ଦୁନା ପଞ୍ଚାୟତ ଠାରେ ଏକ ଗ୍ରାମୀଣ ଅଧ୍ୟୟନ ଶିବିରରେ ଯୋଗ ଦେଇଥିଲେ। ଶିକ୍ଷାର୍ଥୀ ମାନେ ୧୫ ଦିନ ଏହି ଗ୍ରାରମ ପରିବେଶ ସହିତ ନିଜକୁ ଅନୁକୂଳ କରିବା ସହିତ ବିଭିନ୍ନ ପ୍ରକାରର ଶୋଧ, ସର୍ବେକ୍ଷଣ ଓ ଅଧ୍ୟୟନ କରିଥିଲେ। ଏଥିରେ ମହିଳା ମାନଙ୍କର ଭାଗିଦାରୀ, ମହିଳା ସଶକ୍ତିକରଣ, ମହିଳା ସ୍ୱାସ୍ଥ୍ୟ, ଯୁବତୀଙ୍କ ମାସିକ ଧର୍ମ, ଆର୍ଥିକ ସାକ୍ଷରତା ତଥା ଏଥି ପାଇଁ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ, ଚାଷିର ଉନ୍ନତି ଓ ବୃଦ୍ଧା ମାନଙ୍କ ସ୍ଥିତି ବିଷୟରେ ସେମାନେ ଅଧ୍ୟୟନ କରିଥିଲେ।

ସ୍ଥାନୀୟ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୋଜନ ପୂର୍ବରୁ ହାତ ଧୋଇବା ଓ ନିଶା ଦ୍ରବ୍ୟ ବିରୁଦ୍ଧରେ ସଚେତନତା ଆଦି କିଛି ଜରୁରୀ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ସହକାରୀ ଅଧ୍ୟାପକ ରୂପେ ଡ. ସୁଦାମ ତାଣ୍ଡି ଓ ବନ୍ଦନା ମେହେର ସାମିଲ ରହିଥିଲେ। ଏହି ୧୫ ଦିବସୀୟ ଶିବିର ଫଳରେ ଏଥିରେ ସାମିଲ ଛାତ୍ରଛାତ୍ରୀ ଓ ଉର୍ଦ୍ଦୁନା ଗ୍ରାମବାସୀ ଉଭୟ ପକ୍ଷ କିଛି ନୂତନ ଅନୁଭବ ପ୍ରାପ୍ତ କରିଛନ୍ତି।

- Advertisement -

 

Hot this week

ସାମାନ୍ୟ କମିଲା ସୁନାଦର

ନୂଆଦିଲ୍ଲୀ-ଭାରତରେ ସୁନା ମୂଲ୍ୟ ହ୍ରାସ ପାଇଛି। ନୂଆଦିଲ୍ଲୀରେ ୨୪ କ୍ୟାରେଟ୍ ସୁନାର...

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

Related Articles

Popular Categories