ସମ୍ବଲପୁର ବିଶ୍ୱବିଦ୍ୟାଳୟ ସମାଜସେବା ବିଭାଗ ଛାତ୍ରଛାତ୍ରୀଙ୍କ ଗ୍ରାମୀଣ ଅଧ୍ୟୟନ ଶିବିର

ସମ୍ବଲପୁର: ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ସମାଜସେବା ବିଭାଗର ଛାତ୍ରଛାତ୍ରୀ ମାନେ ବରଗଡ଼ ଜିଲାର ଭଟଲି ବ୍ଲକ ଅଧିନସ୍ଥ ଉର୍ଦ୍ଦୁନା ପଞ୍ଚାୟତ ଠାରେ ଏକ ଗ୍ରାମୀଣ ଅଧ୍ୟୟନ ଶିବିରରେ ଯୋଗ ଦେଇଥିଲେ। ଶିକ୍ଷାର୍ଥୀ ମାନେ ୧୫ ଦିନ ଏହି ଗ୍ରାରମ ପରିବେଶ ସହିତ ନିଜକୁ ଅନୁକୂଳ କରିବା ସହିତ ବିଭିନ୍ନ ପ୍ରକାରର ଶୋଧ, ସର୍ବେକ୍ଷଣ ଓ ଅଧ୍ୟୟନ କରିଥିଲେ। ଏଥିରେ ମହିଳା ମାନଙ୍କର ଭାଗିଦାରୀ, ମହିଳା ସଶକ୍ତିକରଣ, ମହିଳା ସ୍ୱାସ୍ଥ୍ୟ, ଯୁବତୀଙ୍କ ମାସିକ ଧର୍ମ, ଆର୍ଥିକ ସାକ୍ଷରତା ତଥା ଏଥି ପାଇଁ ସ୍ଥାନୀୟ ସ୍ୱୟଂ ସହାୟିକା ଗୋଷ୍ଠୀ, ଚାଷିର ଉନ୍ନତି ଓ ବୃଦ୍ଧା ମାନଙ୍କ ସ୍ଥିତି ବିଷୟରେ ସେମାନେ ଅଧ୍ୟୟନ କରିଥିଲେ।

prayash

ସ୍ଥାନୀୟ ପ୍ରାଥମିକ ଓ ଉଚ୍ଚ ବିଦ୍ୟାଳୟ ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ଭୋଜନ ପୂର୍ବରୁ ହାତ ଧୋଇବା ଓ ନିଶା ଦ୍ରବ୍ୟ ବିରୁଦ୍ଧରେ ସଚେତନତା ଆଦି କିଛି ଜରୁରୀ ପ୍ରସଙ୍ଗରେ ମଧ୍ୟ ଆଲୋଚନା କରିଥିଲେ। ସମ୍ବଲପୁର ବିଶ୍ୱବିଦ୍ୟାଳୟର ଏହି କାର୍ଯ୍ୟକ୍ରମରେ ସହକାରୀ ଅଧ୍ୟାପକ ରୂପେ ଡ. ସୁଦାମ ତାଣ୍ଡି ଓ ବନ୍ଦନା ମେହେର ସାମିଲ ରହିଥିଲେ। ଏହି ୧୫ ଦିବସୀୟ ଶିବିର ଫଳରେ ଏଥିରେ ସାମିଲ ଛାତ୍ରଛାତ୍ରୀ ଓ ଉର୍ଦ୍ଦୁନା ଗ୍ରାମବାସୀ ଉଭୟ ପକ୍ଷ କିଛି ନୂତନ ଅନୁଭବ ପ୍ରାପ୍ତ କରିଛନ୍ତି।

 

kalyan agarbati

Comments are closed.