ହାତୀ ଉପଦ୍ରବରେ ନଷ୍ଟ ହେଉଛି ପନିପରିବା ଓ ଫସଲ

ସମ୍ବଲପୁର: ସମ୍ବଲପୁର ଜିଲାର ଯୁଯୁମୁରା, ଜମନକିରା, ମାନେଶ୍ୱର ଓ ରେଢ଼ାଖୋଲ ବ୍ଲକ ଅଞ୍ଚଳରେ ନିୟମିତ ବଣୁଆ ହାତୀ ଉପଦ୍ରବ ଜାରି ରଖିଥିବା ବେଳେ ଏ ପର୍ଯ୍ୟନ୍ତ ଏହାର କୌଣସି ସ୍ଥାୟୀ ସମାଧାନ କରାଯାଇ ପାରୁ ନାହିଁ। ଫଳରେ ନିୟମିତ ବଣୁଆ ହାତୀ ମାନେ ବିଭିନ୍ନ ଜନବସତି ଓ ଚାଷ ଜମି ଗୁଡିକରେ ଫସଲ ନଷ୍ଟ କରିବା ସହିତ ବ୍ୟାପକ ଧନଜୀବନ ହାନି କରୁଛନ୍ତି। ଅବସ୍ଥା ଏଭଳି ହେଲାଣି ଯେ, ସଞ୍ଜ ନଇଁବା ପରେ ଲୋକେ ପଦାକୁ ବାହାରିବା ଉଚିତ ମଣୁ ନାହାନ୍ତି ଏବଂ କବାଟତାଟି ଦେଇ ଆତଙ୍କିତ ଅବସ୍ଥାରେ ଘରେ ରହୁଛନ୍ତି।

prayash

ବିଗତ କିଛି ଦିନ ହେବ ଦିନରେ ମଧ୍ୟ ହାତୀ ଉପଦ୍ରବ ଦେଖିବାକୁ ମିଳୁଥିବା ବେଳେ ଗୁରୁବାର ପ୍ରାତଃ ସମୟରେ ଯୁଯୁମୁରା ବ୍ଲକ ଅନ୍ତର୍ଗତ ଝାଙ୍କରପାଲି ପଞ୍ଚାୟତର ଭବାନିପାଲି ଗ୍ରାମରେ ବଣୁଆ ହାତୀ ଉପଦ୍ରବ କରି ପନିପରିବା ଓ ଅନ୍ୟାନ୍ୟ ଫସଲ ନଷ୍ଟ କରି ଦେଇଛନ୍ତି। ଭବାନିପାଲି ନିବାସୀ ଚାଷୀ ରାହାସ ସେଠଙ୍କ ଚାଷ ଜମିରେ କରାଯାଇଥିବା ପନପରିବା ଓ ଶାଗ ଚାଷକୁ ବଣୁଆ ହାତୀ ମାନେ ଉପଦ୍ରବ କରି ସମ୍ପୁର୍ଣ୍ଣ ନଷ୍ଟ କରି ଦେଇଛନ୍ତି। ଏ ନେଇ ବନ ବିଭାଗକୁ ଖବର ଦିଆଯାଇଥିବା ବେଳେ ଅଞ୍ଚଳରେ ଚାଲିଥିବା ହାତୀ ଉପଦ୍ରବକୁ ବିଭାଗ ରୋକିବାରେ ବିଫଳ ବାରମ୍ବାର ହେଉଥିବାରୁ ଲୋକେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।

kalyan agarbati

Comments are closed.