ଇପିଏଫ ପେନସନର ସଂଘର ଧାରଣା

ସମ୍ବଲପୁର: ଅଲ ଓଡ଼ିଶା ଇପିଏଫ ପେନସର ଏସୋସିଏସନ ପକ୍ଷରୁ ସ୍ଥାନୀୟ ସମ୍ବଲପୁର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶନିବାର ଧାରଣା ପ୍ରଦର୍ଶନ କରାଯାଇଛି। ‘ଡିମାଣ୍ଡ ଡେ’ ପାଳନ ଅବସରରେ ଏସୋସିଏସନ ତରଫରୁ ଇପିଏଫ ପେନସର ମାନଙ୍କର ମାସିକ ସର୍ବନିମ୍ନ ପେନସନ ୯ ହଜାର ଟଙ୍କା କରିବା, ସୁପ୍ରିମକୋର୍ଟର ନିର୍ଦ୍ଦେଶ ଅନୁଯାୟୀ ପେନସନ ପ୍ରଦାନ, ଦରଦାମକୁ ଧ୍ୟାନରେ ରଖି ଭତ୍ତା ପ୍ରଦାନ, ସରକାରୀ ସ୍ୱାସ୍ଥ୍ୟ ବୀମା ପ୍ରଦାନ, ସାମାଜିକ ସୁରକ୍ଷା ଯୋଜନାରେ ସାମିଲ ଆଦି ଦାବି କରାଯାଉଛି। ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ପ୍ରଦର୍ଶନ ପୂର୍ବରୁ ଏକ ଶୋଭାଯାତ୍ରାରେ ଏସୋସିଏସନର ସଦସ୍ୟ ମାନେ ମ୍ୟୁନିସିପାଲିଟି ଛକରୁ ଏକ ରାଲିରେ ବାହାରି ଧାରଣାସ୍ଥଳରେ ପହୁଞ୍ôଚଥିଲେ। ଧାରଣା ପ୍ରଦର୍ଶନ ପରେ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜିଲାପାଳଙ୍କ ଜରିଆରେ ପ୍ରଦାନ କରାଯାଇଥିଲା। ଏହି ଧାରଣା ପ୍ରଦର୍ଶନ ଓ ଦାବିପତ୍ର କାର୍ଯ୍ୟକ୍ରମରେ ଜିଲା ସଭାପତି ଟଙ୍କଧର ମାଝୀ, ସମ୍ପାଦକ ନାରାୟଣ ସୁବୁଦ୍ଧିଙ୍କ ସମେତ ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ରହିଥିଲେ।

Comments are closed.