www.samajalive.in
Monday, December 8, 2025
27.1 C
Bhubaneswar

ଭାରତ ବର୍ଷକୁ ସ୍ବାଧୀନତା ଆଣିବାରେ ଏବଂ ପରବର୍ତ୍ତୀ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରି ଆସୁଛି ସାମ୍ବାଦପତ୍ର

ଭୁବନେଶ୍ୱର :ଆଜି   ରାଜ୍ୟସ୍ତରୀୟ ଜାତୀୟ ପ୍ରେସ ଦିବସ-୨୦୨୪ ଜୟଦେବ ଭବନ ଏବଂ ଲୋକସମ୍ପର୍କ ଭବନ ଠାରେ ସମାରୋହରେ ପାଳିତ ହୋଇଯାଇଅଛି । ଜୟଦେବ ଭବନ ପ୍ରଦର୍ଶନୀ କକ୍ଷରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ଆନୁକୂଲ୍ୟରେ ଏବଂ ପେପରମ୍ୟାନ ଇଣ୍ଡିଆ ଶଶାଙ୍କ ଶେଖର ଦାଶଙ୍କ ସହଯୋଗରେ ଆୟୋଜିତ  ସର୍ବ ପୁରାତନ, ପୁରାତନ ଓ ନୂତନ ଦୈନିକ, ସାପ୍ତାହିକ, ପାକ୍ଷିକ, ମାସିକ ଓଡ଼ିଆ, ଇଂରାଜୀ, ହିନ୍ଦୀ, ବିଦେଶୀ ଖବର କାଗଜ ସାମ୍ବାଦପତ୍ର, ମାଗଜିନ ପ୍ରଦର୍ଶନୀକୁ ସଂଜୟ କୁମାର ସିଂହ ମୁଖ୍ୟ ଅତିଥିଭାବେ ଯୋଗଦେଇ ପ୍ରଦର୍ଶନୀକୁ ଉଦଘାଟନ କରିଥିଲେ। ଭାରତ ବର୍ଷକୁ ସ୍ବାଧୀନତା ଆଣିବାରେ ଏବଂ ପରବର୍ତ୍ତୀ ସମୟରେ ସାମ୍ବାଦପତ୍ର ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରି ଆସୁଛି। ଗଣମାଧ୍ୟମ କଣ୍ଠ ମୁକ୍ତ ହୋଇ କାର୍ଯ୍ୟ କରି ସମାଜକୁ ଦିଗଦର୍ଶନ ଦେବାପାଇଁ ଶ୍ରୀ ସିଂହ ପରାମର୍ଶ ଦେବାସହ ସାମ୍ବାଦିକ ମାନଙ୍କୁ ଶୁଭେଚ୍ଛା ଜ୍ଞାପନ କରିଥିଲେ।

ଏହାପରେ ସୂଚନା ଓ ଲୋକସମ୍ପର୍କ ଭବନ ସମ୍ମିଳନୀ କକ୍ଷରେ ବିଭାଗୀୟ ନିର୍ଦେଶକ ସରୋଜ କୁମାର ସାମାଲଙ୍କ ଅଧ୍ୟକ୍ଷତାରେ ସାଧାରଣ ସଭା ଓ ପୁରସ୍କାର ବିତରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥିଭାବେ ଅଖିଳ କୁମାର ମିଶ୍ର, ଅତିରିକ୍ତ ମହାନିର୍ଦ୍ଧେଶକ, ପତ୍ରସୂଚନା କାର୍ଯ୍ୟାଳୟ, ଭାରତ ସରକାର, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ, ଓଡିଶା, ଭୁବନେଶ୍ୱର ଯୋଗଦେଇ କହିଲେ ଗଣ ମାଧ୍ୟମର ସ୍ବାଧୀନତା ଜନସାଧାରଣଙ୍କ କଲ୍ୟାଣରେ ବିନିଯୋଗହୁଏ। ଗଣମାଧ୍ୟମର ସ୍ବାଧୀନତା ଜନସାଧାରଣଙ୍କ ଚେତନାକୁ ଜାଗ୍ରତ କରାଇ କର୍ତଵ୍ୟ ଓ ଦାଇତ୍ବ ମୂଲ୍ୟବୋଧତା ବଜାୟ ରଖିବା ଦିଗରେ ପ୍ରେରଣା ଦିଏ। ମୁଖ୍ୟ ବକ୍ତା ଭାବେ ଯୋଗଦେଇ ଏସିଆନଏଜ ଓ ଇନ୍ଦୁସ ଭାଲି ଟାଇମ୍ସ ବରିଷ୍ଠ ସାମ୍ବାଦିକ ଅକ୍ଷୟ କୁମାର ସାହୂ କହିଲେ ଗଣମାଧ୍ୟମ ସାମ୍ବାଦ ପରିବେଷଣ କ୍ଷେତ୍ରରେ ଏକ ବୈପ୍ଲବିକ ପରିବର୍ତନ ଆଣିଛି। ନୂଆ ଯୁଗ ସହ ତାଳ ଦେଇ ଗଣମାଧ୍ୟମ ସାମ୍ବାଦ ପରିବେଷଣ ରେ ମୁଖ୍ୟ ଭୂମିକା ଗ୍ରହଣ କରିଛି। ସାମ୍ବାଦ ପରିବେଷଣରେ ସତ୍ୟତା, ଅନୁସନ୍ଧାନ ଆଦି ଦିଗକୁ ଦେଖି ସାମ୍ବାଦ ଅରିବେଷଣ କରିବାକୁ ସେ ବକ୍ତବ୍ୟରେ ପ୍ରକାଶ କରିଥିଲେ। ସେହିପରି କମ୍ପୁଟର, ଲେଆଉଟ,ଡିଜାଇନିଂ, ଆନିମେଶନ, ଡିଜିଟାଲ ଡ଼ିଭାଇସ, ସୋସିଆଲ ମିଡ଼ିଆ ଆଦି ଅପହଞ୍ଚ ଦୂରରେ ଖବର ପହଞ୍ଚାଇବାରେ ଗୁରୁଦାଇତ୍ୱ ବହନ କରୁଛି । ଏହି ଅବସରରେ ଗଣମାଧ୍ୟମ ବିପଥଗାମୀ ନହୋଇ ସତ୍ୟ ସାମ୍ବାଦ ପରିବେଷଣ କରିବାକୁ ମୁଖ୍ୟ ବକ୍ତା ଶ୍ରୀ ସାହୁ ପରାମର୍ଶ ଦେଇଥିଲେ। ଦିବସ ପାଳନ ଅବସରରେ ସାମ୍ବାଦିକତା ଓ ଗଣ ଯୋଗାଯୋଗ କୃତିତ୍ୱ ପ୍ରତିଯୋଗୀ ଲିପ୍ସିତା ପରିଡା, ରେଶମା ନାଏକ, ଜ୍ୟୋତିର୍ମୟୀ ମିଶ୍ର ଓ ଚା୍ରମିନ ଗଣ୍ଡବା ଚେଞ୍ଜଜିଙ୍ଗ ନେଚର ଅଫ ପ୍ରେସ ଶିର୍ଶକ ପ୍ରସଙ୍ଗ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ।

- Advertisement -

ସଭାପତିତ୍ୱ ଭାସଣରେ ନିର୍ଦେଶକ ସରୋଜ କୁମାର ସାମଲ କହିଲେ ଯେ ଗଣତନ୍ତ୍ରରେ ଲୋକମାନଙ୍କର ଲୋକମାନଙ୍କଦ୍ୱାରା ଏବଂ ଲୋକମାନଙ୍କ ପାଇଁ ଶାସନ ବ୍ୟବସ୍ଥାକୁ ବୁଝାଏ। ତତ୍କାଳୀନ ନଅଙ୍କ ଦୁର୍ଭିକ୍ଷ ଓ ଦୁର୍ଦ୍ଧଶ ବ୍ରିଟିଶ ସରକାରଙ୍କ ସାମ୍ରଜ୍ୟର ପତନ ପାଇଁ ଉତ୍କଳ ଦୀପିକା ଅନେକ ପରିବର୍ତ୍ତନ ଆଣିଥିଲା। ଗଣମାଧ୍ୟମ ସତ୍ୟତାର ପୁଞ୍ଜି କରି କଳେବର ବୃଦ୍ଧି କରିବା ସହ ଭାଷାର ମୌଳିକତାକୁ ଅକ୍ଷୁର୍ଣ୍ଣ ରଖି ଏକ ବିକଶିତ ସମାଜ ଓ ରାଷ୍ଟ୍ର ପାଇଁ ଗଣମାଧ୍ୟମ କଲମ ଚାଳନା କରିବାକୁ ସେ ଆହ୍ୱାନ ଦେଇଥିଲେ।

ଶେଷରେ ଓଡ଼ିଆ ଓ ଇଂରାଜୀ ବକ୍ତୃତା ପ୍ରତିଯୋଗିତାର ଛଅ ଜଣ କୃତିତ୍ୱ ପ୍ରତିଯୋଗୀ ଲିପ୍ସିତା ପରିଡା, ରେଶମା ନାଏକ, ବର୍ଷା ନାଏକ, ଜ୍ୟୋତିର୍ମୟୀ ମିଶ୍ର, ଚା୍ରମିନ ଟି ଗଣ୍ଡବା ଏବଂ ଆହାନା ମାଜି ଙ୍କୁ ମୁଖ୍ୟ ଅତିଥି ଓ ଅତିଥି ମାନେ ସାର୍ଟିଫିକେଟ, ଟ୍ରଫି ଓ ଅର୍ଥ ରାଶି ଦେଇ ପୁରସ୍କୃତ କରିଥିଲେ। ସେହିପରି ସାମ୍ବାଦ ପତ୍ର ପ୍ରଦର୍ଶନୀରେ ସହଯୋଗ କରିଥିବା ଶଶାଙ୍କ ଶେଖର ଦାଶ ପେପେରମ୍ୟାନ ଇଣ୍ଡିଆଙ୍କୁ ମୁଖ୍ୟ ଅତିଥି ମାନପତ୍ର, ଟ୍ରଫି ଓ ଶାଲ ଦେଇ ସମ୍ବର୍ଦ୍ଧିତ କରିଥିଲେ।

ବିଭାଗର ଉପନିର୍ଦେଶିକା ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଅତିଥି ପରିଚୟ, ସ୍ୱାଗତ ଭାଷଣ ଓ ସଭା କାର୍ଯ୍ୟ ସଂଯୋଜନା କରିଥିବା ବେଳେ ସୁରେନ୍ଦ୍ର ନାଥ ପରିଡା, ନିର୍ଦେଶକ,ବୈଶୟିକ ଧନବାଦ ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତଶାସନ ସଚିବ ବିଷ୍ନୁପ୍ରିୟା ସାହୁ, ଅତିରିକ୍ତ ନିର୍ଦେଶକ ଗୁରବୀର ସିଂ, ଯୁଗ୍ମ ନିର୍ଦେଶକ ବିଶ୍ୱଜିତ ଦାଶ, ଉପଶାସନ ସଚିବ ସେକ କଳାମୁଦ୍ଦିନ,ସହକାରୀ ଅର୍ଥ ପରାମର୍ଶ ଦାତା ତଥା ଅନୁଶାସନ ସଚିବ ପୃଥ୍ଵୀରାଜ ପାଣି, ପ୍ରାକ୍ତନ ଉତ୍କଳ ପ୍ରସଙ୍ଗ ଓ ଓଡିଶା ରିଉ୍ୟୁ ସମ୍ପାଦକ  ଗୁରୁକଲ୍ୟାଣ ମହାପାତ୍ର, ଉପ ନିର୍ଦେଶିକା, ଜୟଦେବ ଭବନ, ଦୀପ୍ତିମୟୀ ସାମନ୍ତରାୟ, ଭୁବନେଶ୍ୱର ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଲକ୍ଷ୍ମଣ କୁମାର ବେହେରା, ବରିଷ୍ଠ ସାମ୍ବାଦିକ ସନତ ମିଶ୍ରଙ୍କ ସମେତ ଗଣମାଧ୍ୟମ ପ୍ରତିନିଧିବୃନ୍ଦ, ସୂଚନା ଅଧିକାରୀ, ଲୋକସମ୍ପର୍କ ଅଧିକାରୀ, ଛାତ୍ରଛାତ୍ରୀ  ପ୍ରମୁଖ ଯୋଗଦେଇଥିଲେ।

Hot this week

ବଢିଛି ଡିଜିଟାଲ ଆରେଷ୍ଟ

ଭୁବନେଶ୍ଵର: ବିଜେପି ସରକାରରେ ବଢିଛି ଡିଜିଟାଲ ଆରେଷ୍ଟ। ଆଜି ଏ ନେଇ...

ଆମେରିକା ସହିତ ଶାନ୍ତି ଆଲୋଚନା ସହଜ ନୁହେଁ : ଜେଲେନସ୍କି

ସମାଜ ଲାଇଭ ଡେସ୍କ : ୟୁକ୍ରେନର ରାଷ୍ଟ୍ରପତି ଭୋଲୋଡିମିର ଜେଲେନସ୍କି କହିଛନ୍ତି...

୪ ବର୍ଷରେ ନଦୀରେ ବୁଡି ୧୭୫୦ ମୃତ

ଭୁବନେଶ୍ଵର : ୪ ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ।...

ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର

ଭୁବନେଶ୍ଵର:ରାଜ୍ୟରେ ବଢୁଛି ମାତୃ ମୃତ୍ୟୁ ହାର। ୨୦୧୭ ମସିହାରୁ ୨୦୧୯ ମସିହା...

ନାବାଳିକା ଆତ୍ମହୁତି ଘଟଣାରେ ସରକାରଙ୍କୁ ନବୀନଙ୍କ ନିଶାଣ

ସମାଜ ଲାଇଭ ଡେସ୍କ : ରାଜଗାଙ୍ଗପୁର ନାବାଳିକା ଆତ୍ମହୁତି ଘଟଣାରେ ଦୁଖ...

Related Articles

Popular Categories