www.samajalive.in
Monday, December 8, 2025
13.1 C
Bhubaneswar

କଟକ ବାଲିଯାତ୍ରାରେ ପ୍ରବଳ ଭିଡ଼, ନୌସେନାର ଲାଗିଛି ୧୧ଟି ଷ୍ଟଲ

ଡେସ୍କ: ଐତିହାସିକ କଟକ ବାଲିଯାତ୍ରାର ପ୍ରଥମ ଦିନରୁ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଛି। ଲୋକମାନେ ବିଭିନ୍ନ ଷ୍ଟଲ ବୁଲିବା ସହ ଘରକରଣା ସାମଗ୍ରୀ କିଣୁଛନ୍ତି ଓ ଛୋଟ ଠାରୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଦୋଳି ଖେଳର ମଜା ନେଉଛନ୍ତି। ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ପାଇଁ ଲୋକମାନଙ୍କ ମଧ୍ୟରେ ଅତ୍ୟଧିକ ଆଗ୍ରହ ପ୍ରକାଶ ପାଇଛି।


ତେବେ ଏସବୁ ମଧ୍ୟରେ ଭାରତୀୟ ନୌସେନା ପକ୍ଷରୁ ବାଲିଯାତ୍ରାରେ ୧୧ଟି ଷ୍ଟଲ ଖୋଲାଯାଇଛି। ଏଥିରେ ଭରତୀୟ ନୌସେନା ବିଶେଷକରି, ନାଭାଲ ୟୁନିଟ କଣ, ଦକ୍ଷତା କେତେ ଓ ଏହା ଓଡିଶା ନୌବାଣିଜ୍ୟ ପରମ୍ପରା ସହ କିପରି ଜଡିତ ତାହା ଉପରେ ଷ୍ଟଲ ମାନଙ୍କରେ ପ୍ରଦର୍ଶନ କରାଯାଇଛି। ବିଭିନ୍ନ ପ୍ରକାର ଜାହାଜ, ବୁଡା ଜାହାଜ, ଏୟାରକ୍ରାଫ୍ଟ ବୁହା ଜାହାଜ ଗୁଡିକୁ ଏହି ଷ୍ଟଲ ମାନଙ୍କରେ ପ୍ରଦର୍ଶିତ କରାଯାଇଛି। ବିଶେଷ କରି ନାଭାଲ ଡ଼କୟାର୍ଡ ଷ୍ଟଲ, ଏୟାରକ୍ରାଫ୍ଟ ଷ୍ଟଲ, ଆଇଏନଏସ ଚିଲିକାରୁ ଆସିଥିବା ଦୁଇଟି ଷ୍ଟଲ ଯାହା ଓଡିଶା ନୌବାଣିଜ୍ୟ ସହ ନାଭାଲର ସମ୍ପର୍କ ଓ ଅଗ୍ନିବୀର ମାନଙ୍କୁ କିପରି ନିଯୁକ୍ତି ଦିଆଯିବ ଓ ସେମାନେ କିପରି କାର୍ଯ୍ୟକରିବେ ସେ ଦିଗରେ ଏହି ଷ୍ଟଲ ମାନଙ୍କରେ ବୁଝାଯାଉଛି। ୨୦୨୨ରେ କେନ୍ଦ୍ର ସରକାର ଆରମ୍ଭ କରିଥିବା ଅଗ୍ନୀପଥ ଯୋଜନାର ପ୍ରଚାର କରିବା ଓ ନୌସେନାରେ ନିଯୁକ୍ତି ପାଇବା ଦିଗରେ ଆଇଏନଏସ ଚିଲିକାର ସମସ୍ତ ଅଧିକାରୀ ଉତ୍ସାହି ଯୁବକ ଯୁବତୀ ମାନଙ୍କୁ ସବିଶେଷ ସୂଚନା ପ୍ରଦାନ କରୁଛନ୍ତି।

- Advertisement -


ଏହି ଷ୍ଟଲ ଲାଗିବା ଦ୍ୱାରା ନାଭାଲ ୟୁନିଟ ଆଗକୁ ଅଧିକ ମାତ୍ରାରେ ଶକ୍ତିଶାଳୀ ହେବ ଓ ଯୁବକ ଯୁବତୀ ମାନେ ଏହାଦ୍ୱାରା ପ୍ରଭାବିତ ହେବେ ବୋଲି କହିଛନ୍ତି ଆଇଏନଏସ ଚିଲିକା ନାଭାଲ ୟୁନିଟ କମାଣ୍ଡାଣ୍ଟ କମୋଡୋର ବିପକ ଅନୀଲ।

Hot this week

ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣାରେ କାର୍ଯ୍ୟାନୁଷ୍ଠାନ: ୩ବରିଷ୍ଠ ଅଧିକାରୀ ନିଲମ୍ବିତ

ପାଣାଜୀ: ଗୋଆର ଏକ ନାଇଟ୍‌ କ୍ଳବରେ ରବିବାର ଘଟିଥିବା ଅଗ୍ନିକାଣ୍ଡରେ ୨୫ଜଣଙ୍କ...

ମଣ୍ଡଳ, ମାଇତି ସାଙ୍ଗିଆରେ ରହୁଛନ୍ତି ସନ୍ଦିଗ୍ଧ ବାଂଲାଦେଶୀ

କେନ୍ଦ୍ରାପଡ଼ା : ପାଞ୍ଚ ହଜାର ଟଙ୍କା ଦେଲେ ଭୋଟର ତାଲିକାରେ ଚଢ଼ୁଛି...

କପ୍‌ ୩୦- ଆଶା ଓ ନିରାଶା

ସମ୍ପ୍ରତି ବିଶ୍ୱ ଜଳବାୟୁ ପରିବର୍ତ୍ତନର କ୍ରମବର୍ଦ୍ଧିଷ୍ଣୁ ବିନାଶକାରୀ ପ୍ରଭାବର ସମ୍ମୁଖୀନ ହେଉଥିବା...

ଚିନ୍ତାକଳ୍ପ : ମରଣଜୟୀ

ସାତ ସମୁଦ୍ର ତେର ନଈ ସେପାରିରୁ ଭାରତକୁ ଆସିଥିଲେ ବ୍ୟବସାୟ ଉଦ୍ଦେଶ୍ୟରେ।...

ସମ୍ପାଦକୀୟ : ଭାରତ-ରୁଷିଆ ସମ୍ପର୍କ

କେବଳ ରାଜନୀତିକ ବନ୍ଧୁତ୍ବରେ ସୀମିତ ନ ରହୁ ରୁଷିଆର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ...

Related Articles

Popular Categories