ପ୍ରେସ କ୍ଲବ ପକ୍ଷରୁ କଣ୍ଟାବାଞ୍ଜିରେ ଜାତୀୟ ପ୍ରେସ ଦିବସ ପାଳନ
କଣ୍ଟାବାଞ୍ଜି: କଣ୍ଟାବାଞ୍ଜି ପ୍ରେସ କ୍ଲବ ପକ୍ଷରୁ ହରିଭବନ ଠାରେ ଜାତୀୟ ପ୍ରେସ ଦିବସ ପାଳନ କରଯାଇଥିଲା। ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି ଯୋଗ ଦେଇ ଜାତୀୟ ପ୍ରେସ ଦିବସ ଉପରେ ସାମ୍ବାଦିକ ମାନଙ୍କ ଅଧିକାର, ସୁରକ୍ଷା, ଆତ୍ମ ସମ୍ମାନ କେମିତି ଭଲ ଭାବେ ମିଳି ପାରିବ ଏହା ଉପରେ ମତାମତ ଦେଇଥିଲେ। ଏହି ଅବସରରେ ସାମ୍ବାଦିକତା ଉପରେ ଆଲୋଚନା କରଯାଇଥିଲା। ରାଜ୍ୟ ସରକାର କାର୍ଯ୍ୟରତ ସାମ୍ବାଦିକ ମାନଙ୍କୁ ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ୫ ଲକ୍ଷରୁ ୧୦ ଲକ୍ଷ ଟଙ୍କା ବୃଦ୍ଧି କରିଥିବାରୁ ରାଜ୍ୟ ସରକାରଙ୍କୁ ପ୍ରେସ କ୍ଲବ ତରଫରୁ ଦାବି କରା ଯାଇଥିଲା। ଆଗାମୀ ଦିନରେ ସାମ୍ବାଦିକ ସୁରକ୍ଷା ଆଇନ କଡାକଡି କରିବାକୁ ରାଜ୍ୟ ସରକାରଙ୍କ ଦ୍ରୁଷ୍ଟି ଆକର୍ଷଣ କରାଯିବ ମତ ପ୍ରକାଶ ପାଇଥିଲା। ସ୍ଥାନୀୟ ହରିଭବନ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ସାଂସଦ ନିରଞ୍ଜନ ବିଶି ଯୋଗ ଦେଇଥିଲେ। ପ୍ରେସ କ୍ଲବ୍ କଣ୍ଟାବାଞ୍ଜି ସଭାପତି ପ୍ରବଜିତ୍ ସିଂହ ସାଲୁଜା, ସମ୍ପାଦକ ସୁରଦାସ ବାଗ , ସହ-ସଂପାଦକ ବିସିକେଶନ ମାଝି, କୋଷାଧକ୍ଷ କମଳଜିତ ସିଂ ମଖିଜା, ପରାମର୍ଶଦାତା ଦୁର୍ଗାପ୍ରସାଦ ଗୁପ୍ତା, ଆନନ୍ଦ ମୋଟେ, ଆଶିଷ ଖୈତାନ, ସଦସ୍ୟ କମଳ ଅଗ୍ରୱାଲ, ଅମିତ ଶର୍ମା, ଜଗ ମୋହନ ତାଣ୍ଡି, ଆଇନ ପରାମର୍ଶଦାତା ବିବେକ ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ।
Comments are closed.