www.samajalive.in
Sunday, November 16, 2025
15.1 C
Bhubaneswar

ବିବାହ ସାରି ଫେରୁଥିଲେ, ଦୁର୍ଘଟଣାରେ ଚାଲିଗଲା ବର-କନ୍ୟା ସମେତ ପରିବାରର ୭ ଜୀବନ

ସମାଜ ଡିଜିଟାଲ ଡେସ୍କ: ବିବାହ ସାରି ଫେରୁଥିଲେ। ହେଲେ ପହଞ୍ଚି ପାରିଲେନି ଘରେ। ବାଟରେ ଶେଷ ହୋଇଗଲା ବିବାହର ଖୁସି। ଦୁର୍ଘଟଣାରେ ପ୍ରାଣ ହରାଇଲେ ବର-କନ୍ୟା ସମେତ ପରିବାରର ୭ ସଦସ୍ୟ। ଶୁକ୍ରବାର ବିଳମ୍ବିତ ରାତିରେ ଏଭଳି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି ଉତ୍ତରପ୍ରଦେଶର ବିଜନୌର ଅଞ୍ଚଳରେ। ଗୁରୁତର ଆହତ ହୋଇଥିବା ଦୁଇ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଜନୌର ଜିଲା ଧାମପୁର ଥାନା ଅନ୍ତର୍ଗତ ହରିଦ୍ଵାର-କାଶୀପୁର ଜାତୀୟ ରାଜପଥର ଅଗ୍ନିଶମ କେନ୍ଦ୍ର ନିକଟରେ ଶୁକ୍ରବାର ରାତି ପ୍ରାୟ ୨ଟାରେ ଏହି ଦୁର୍ଘଟଣା ଘଟିଛି।

ଧାମପୁର ଥାନା ତିବଡ଼ି ଗ୍ରାମର ଖୁର୍ଶିଦ ଅନସାରୀଙ୍କ ପୁଅ ବିଶାଲର ବିବାହ ବିହାରର ଖୁସି ନାମ୍ନୀ ଯୁବତୀ ସହ ହୋଇଥିଲା। ବିବାହ ପରେ ବର-କନ୍ୟା ସମେତ ପୁଅ ଘରର ୭ ସଦସ୍ୟ ଉତ୍ତରପ୍ରଦେଶର ମୁରାଦାବାଦ ଫେରିଥିଲେ। ସେମାନେ ସେଠାରୁ ଅଟୋ ଭଡ଼ା କରି ଗାଁକୁ ଯାଉଥିଲେ। ଜାତୀୟ ରାଜପଥର ଅଗ୍ନିଶମ କେନ୍ଦ୍ର ନିକଟରେ ଅଟୋକୁ ଦ୍ରୁତଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା। ଘନ କୁହୁଡ଼ି ଯୋଗୁ ଏହି ଦୁର୍ଘଟଣା ଘଟିଥିଲା। ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Hot this week

ପୁଲିସର ଯାଞ୍ଚ କଡ଼ାକଡ଼ି

ସମାଜ ଲାଇଭ୍‌: କମିସନରେଟ ପୁଲିସ ପକ୍ଷରୁ ଶନିବାର ବିଳମ୍ବିତ ରାତିରେ ଗାଡ଼ିମୋଟର...

ହ୍ୟୁମାନ ସାଗର ସଙ୍କଟାପନ୍ନ, ଏମ୍ସ ଯାଇ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ହ୍ୟୁମାନ ସାଗର ଙ୍କ ସ୍ବାସ୍ଥ୍ୟ ଅବସ୍ଥା ଚିନ୍ତା...

ସ୍ଥାୟୀ ଜମି ପଟ୍ଟା ପ୍ରଦାନ ପାଇଁ ମାହେଶ୍ୱରୀ ସେନାର ଦାବି

ରେଙ୍ଗାଲିକ୍ୟାମ୍ପ ୧୫/୧୧: ଦୀର୍ଘ ୪୦ବର୍ଷ ଧରି ଗୋଡ଼ଭଗା ଛକ ନିକଟ ରାସ୍ତା...

କିଲାକିଆ ସେବାଶ୍ରମରେ ପିତାମାତା ସହଭାଗିତା କାର୍ଯ୍ୟକ୍ରମ

ଜି.ଉଦୟଗିରି,୧୫/୧୧: ଅନୁସୂଚିତ ଜାତି ଓ ଜନଜାତି ଏବଂ ପଛୁଆ ବର୍ଗ କଲ୍ୟାଣ...

ପୀତବାସ ପଣ୍ଡା ହତ୍ୟା ମାମଲା: ବ୍ରହ୍ମପୁର କାରାମଣ୍ଡଳରେ ସରିଲା ଅଭିଯୁକ୍ତଙ୍କ ଟିଆଇ ପରେଡ୍

ସମାଜ ନ୍ୟୁଜ ଡେସ୍କ- ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାରେ ଶନିବାର...

Related Articles

Popular Categories