www.samajalive.in
Monday, December 8, 2025
20.1 C
Bhubaneswar

ଖୁଆଡ଼ରେ ପ୍ରଥମ ଶିକାର କଲା ଜିନ୍ନତ

ସମାଜ ଡିଜିଟାଲ ଡେସ୍କ: ମହାରାଷ୍ଟ୍ରରୁ ଅଣାଯାଇ ଗୁରୁବାର ସନ୍ଧ୍ୟାରେ ସିମିଳିପାଳ ଅଭୟାରଣ୍ୟରେ ପହଞ୍ଚିଥିବା ବାଘୁଣୀ ଜିନ୍ନତ ଖୁଆଡ଼ ଭିତରେ ପ୍ରଥମ ଶିକାର କରିଛି। ଶୁକ୍ରବାର ରାତି ପ୍ରାୟ ୧୦ଟାରେ ଜିନ୍ନତ ରହୁଥିବା ସ୍ଵତନ୍ତ୍ର ଖୁଆଡ଼ ଭିତରକୁ ଏକ ବାରହା ଛଡ଼ାଯାଇଥିଲା। ଯାହାକୁ ଗୋଡ଼ାଇ ଗୋଡ଼ାଇ ଶିକାର କରିଥିଲା ଜିନ୍ନତ। ସିମିଳିପାଳରେ ପହଞ୍ଚିବା ପରେ ଜିନ୍ନତର ଏହା ପ୍ରଥମ ଶିକାର ଥିଲା।

ମହାରାଷ୍ଟ୍ରରୁ ଆସି ପହଞ୍ଚିବା ପରେ ତା’ର ସ୍ଵାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ସ୍ଵାସ୍ଥ୍ୟ ଠିକ୍‌ ଥିବା ନେଇ ରିପୋର୍ଟ ମିଳିବା ପରେ ତା’କୁ ସ୍ଵତନ୍ତ୍ର ଖୁଆଡ଼ ଭିତରକୁ ଛଡ଼ାଯାଇଥିଲା। ମହାରାଷ୍ଟ୍ରର ତଡୋବା ଅଭୟାରଣ୍ୟରେ ଏହି ବାଘୁଣୀର ନାମ ଜିନ୍ନତ ରଖାଯାଇଥିଲା। ଏଠାକୁ ଆସିବା ପରେ ତା’ର ନାମ ଗଙ୍ଗା ରଖାଯିବ ବୋଲି କୁହାଯାଇଥିଲା। କିନ୍ତୁ ଏଠାରେ ବି ତା’ର ପୂର୍ବ ନାମରେ ପରିଚିତ ହେବ ବୋଲି ପିସିସିଏଫ ଡ. ସୁଶାନ୍ତ ନନ୍ଦ ସୂଚନା ଦେଇଥିଲେ। ଜିନ୍ନତର ବୟସ ଏବେ ୩ ବର୍ଷ।

Hot this week

ଋଷିକୂଲ୍ୟା ଅଞ୍ଚଳରେ ଅତିଥି ଧ୍ରୂବହଂସ

ଗଞ୍ଜାମ: ଶୀତର ଆଗମନରେ  ଋଷିକୁଲ୍ୟା ନଦୀ ମୁହାଣ ଅଞ୍ଚଳରେ ବିଦେଶୀ  ଅତିଥି...

ଟ୍ରେଲର ଧକ୍କାରେ ୩ ଗୁରୁତର

ଭବାନୀପାଟଣା: କୋକସରା ଥାନା ଅନ୍ତର୍ଗତ ଚିଲିଗୁଡା ବସଷ୍ଟାଣ୍ଡ ବୁଲାଣିରେ ସୋମବାର ଏକ...

ପଞ୍ଜାବରେ ‘ସୁଟକେସ’ ରାଜନୀତି: ନଭଜୋତ କୌର ସିଦ୍ଧୁ କଂଗ୍ରେସରୁ ନିଲମ୍ବିତ

ସମାଜଲାଇଭ ଡେସ୍କ: ପଞ୍ଜାବ କଂଗ୍ରେସରେ ରାଜନୀତି ସରଗରମ ହୋଇଛି। ବରିଷ୍ଠ ନେତ୍ରୀ...

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

Related Articles

Popular Categories