ଅମିନଙ୍କୁ ନିଲମ୍ବନ, ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ
ରେଢ଼ାଖୋଲ: ଜିଲା ପରିଷଦଙ୍କୁ ତହସିଲଦାର ଓ ଅମିନଙ୍କୁ ଦୁର୍ବ୍ୟବହାର ଘଟଣାରେ ଅମିନଙ୍କୁ ନିଲମ୍ବନ ସହ ତହସିଲଦାରଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି। ଉପଜିଲାପାଳଙ୍କ ତଦନ୍ତ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସମ୍ବଲପୁର ଜିଲାପାଳ ଅମିନ କୁଳମଣି ନାଏକଙ୍କୁ ନିଲମ୍ବନ ସହ ତହସିଲଦାରଙ୍କୁ କାରଣଦର୍ଶାଅ ନୋଟିସ ଜାରି କରିଛନ୍ତି। ଗତ ୧୩ ତାରିଖରେ ତହସିଲ କାର୍ଯ୍ୟାଳୟରେ ତହସିଲଦାର ଓ ଅମିନ ଜିଲା ପରିଷଦଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।
Comments are closed.