www.samajalive.in
Tuesday, December 9, 2025
23.1 C
Bhubaneswar

ଅନାସ୍ଥା ହାରିଲେ ବିଜେଡି ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ

ଢେଙ୍କାନାଳ: ଢେଙ୍କାନାଳ ସଦର ବ୍ଲକରେ ବିଜେଡି ସମର୍ଥିତ ରାଜଶ୍ରୀ ନାୟକ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ।  ସେ ଆଜି ବ୍ଲକ ଅଧ୍ୟକ୍ଷ ପଦ ହରାଇଛନ୍ତି। ଆଜି ହୋଇଥିବା ଅନାସ୍ଥା ଭୋଟ୍‌ରେ ୧୭ ଜଣ ଅଧ୍ୟକ୍ଷା ରାଜଶ୍ରୀ ନାୟକଙ୍କୁ ସମର୍ଥନ କରିଥିଲେ। କିନ୍ତୁ ୪୪ ଖଣ୍ଡ ଭୋଟ୍‌ ଅନାସ୍ଥା ସପକ୍ଷରେ ପଡ଼ିଥିଲା। ଖଣ୍ଡିଏ ଭୋଟ୍‌ ନାକଚ ହୋଇଥିଲା ଅନାସ୍ଥା ଭୋଟିଂରେ୨ ବିଧାୟକ ଓ ସାଂସଦଙ୍କୁ ମିଶାଇ ୬୨ଜଣ ଭୋଟ ଦେଇଥିଲେ। ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ ପଦ ହରାଇଥିବା ରିଟର୍ଣ୍ଣିଂ ଅଫିସର  ଲିତୁସ୍ମିତା ମିଶ୍ର ସୂଚନା ଦେଇଛନ୍ତି।

ଅନାସ୍ଥାରେ ହାରିବା ପରେ ବ୍ଲକ୍‌ ଅଧ୍ୟକ୍ଷା ପଦରୁ ରାଜଶ୍ରୀ ନାୟକ ହଟିଛନ୍ତି। ଏବେ ଉପାଧ୍ୟକ୍ଷ କାଳନ୍ଦୀ ବାରିକ ଅଧ୍ୟକ୍ଷ ଦାୟିତ୍ଵରେ ରହିବେ ବୋଲି ସୂଚନା ଦିଆଯାଇଛି। ଏହି ଭୋଟ୍‌ ପ୍ରକ୍ରିୟାରେ ଢେଙ୍କାନାଳ ଓ କାମାକ୍ଷାନଗର ନିର୍ବାଚନମଣ୍ଡଳୀର ବିଧାୟକ ଓ ସାଂସଦଙ୍କ ସହିତ ସମସ୍ତ ସରପଞ୍ଚ ଏବଂ ସମିତି ସଭ୍ୟ ଉପସ୍ଥିତ ଥିଲେ।

- Advertisement -

 

Hot this week

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

Related Articles

Popular Categories