ସମ୍ବଲପୁରରେ ଆଉ ୨ ଦିନ ସ୍କୁଲ ଛୁଟି
ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଛୁଟି ଅବଧି ବୃଦ୍ଧି
ଭୁବନେଶ୍ବର: ସମ୍ବଲପୁର ଜିଲାରେ ଆଉ ୨ ଦିନ ସ୍କୁଲ ବନ୍ଦ ରହିବ। ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଛୁଟି ଅବଧି ବଢ଼ାଇ ଦିଆଯାଇଛି। ଅପ୍ରେଲ ୧୭ ଓ ୧୮ ତଥା ସୋମବାର ଓ ମଙ୍ଗଳବାର ସମ୍ବଲପୁର ଜିଲାର ସବୁ ସ୍କୁଲ ବନ୍ଦ ରହିବ ବୋଲି ଜିଲା ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।
ଆଜି ରାଜ୍ୟର ୩ ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଦିନ ୨ଟା ୩୦ରେ ସମ୍ବଲପୁର ଉତ୍ତପ୍ତ ସହର ହୋଇଛି। ଏଠାରେ ତାପମାତ୍ରା ୪୨.୨ ଡିଗ୍ରି ରେକର୍ଡ କରାଯାଇଛି। ଭୁବନେଶ୍ବରସ୍ଥିତ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି। ତେଣୁ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସମ୍ବଲପୁର ଜିଲା ପ୍ରଶାସନ ପକ୍ଷରୁ ଅପ୍ରେଲ ୧୭ ଓ ୧୮ ତାରିଖ ଦୁଇଦିନ ଛୁଟି ଘୋଷଣା କରାଯାଇଛି।
Comments are closed.