ବିଶାଲଖିଣ୍ଡାରେ ରାମଲୀଳା ଉଦଯାପିତ
ସମ୍ବଲପୁର : ସମ୍ବଲପୁର ଜିଲା ଧନକଉଡା ବ୍ଲକ ଅର୍ନ୍ତଗତ ବିଶାଲଖିଣ୍ଡା ଗ୍ରାମରେ ଆୟୋଜିତ ହୋଇଥିବା ବିରାଟ ରାମଲୀଳା ମହୋତ୍ସବ ସପ୍ତମ ଦିବସରେ ଉଦଯାପିତ ହୋଇଯାଇଛି। ପ୍ରଥମ ପର୍ଯ୍ୟାୟରେ ଆୟୋଜିତ ସଭାରେ ସମ୍ବଲପୁରୀ ଲିପିର ଉଦ୍ଭାବକ ତଥା ଶିକ୍ଷାବିତ ହେମକାନ୍ତ ସାହୁ ଯୋଗ ଦେଇଥିଲେ। କାର୍ଯ୍ୟକ୍ରମରେ ସମାଜସେବୀ ସାଧୁ ସାହୁ ଓ ହେମକାନ୍ତ ସାହୁଙ୍କୁ ଲଙ୍କାଧିପତି ରାବଣ ଙ୍କ ଦ୍ୱାରା ସମ୍ମାନୀତ କରାଯାଇଥିଲା। ରାବଣ ଙ୍କ ଦରବାରରେ ରାମଲୀଳା କମିଟିର ସଭାପତି ଦୁର୍ଗାପ୍ରସାଦ ପୂଜାରୀ ମୁଖ୍ୟବକ୍ତା ରୂପେ ଯୋଗ ଦେଇଥିବା ବେଳେ ସଙ୍ର୍କିତନ ପଧାନ ଅତିଥି ରୂପେ ଯୋଗ ଦେଇଥିଲେ।
ଦ୍ୱିତୀୟ ପର୍ଯ୍ୟାରେ ଲକ୍ଷ୍ମଣ ଶକ୍ତି ଭେଦ, ରାବଣ ବଧ, ବିଭୀଷଣଙ୍କ ରାଜ୍ୟାଭିଷେକ କାର୍ଯ୍ୟକ୍ରମ ହୋଇଥିଲା। ଏହି ଅବସରରେ ଇଣ୍ଡିଆନ କମ୍ୟୁନିଟି ପୁଲିସ ପକ୍ଷରୁ ମୁଖ୍ୟ କମାଣ୍ଡର କଳାରତ୍ନ ବଂଶୀଧର କର ଙ୍କ ସଂଯୋଜନାରେ ମହୋତ୍ସବରେ ଶାନ୍ତି ଶଙ୍ଖଳା ରକ୍ଷଣାବେକ୍ଷଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ମୁକୁନ୍ଦ ସାହୁ, ସଚ୍ଚିଦାନନ୍ଦ ପ୍ରଧାନ, ଜୟନାରାୟଣ ସାହୁ, ରାଜେଶ ପଧାନ, ପ୍ରକାଶ ପ୍ରଧାନ, ସୁଧୀର ବାରିକ, ସତ୍ୟନାରାୟଣ ପ୍ରଧାନ, କଳାକାହ୍ନୁ ଭୋଇ, ରିତେଶ ସାହୁ, ଉମାକାନ୍ତ ସାହୁ, ଚର୍ତୁଭୁଜ ଗର୍ଡିଆ, ଦେବାଶିଷ ସାହୁ, ଗୋପାଳ ରାଉତ, ତ୍ରିବିକ୍ରମ ପୋଢ଼, ଦୟାନିଧି ଲାକ୍ରା, ଜୟରାମ ପଧାନ, ଜୟନ୍ତୀ ବାଗ, ସୁମନ କେର୍କେଟା, ଜଗଦୀଶ ରୋହିଦାସ, ରଞ୍ଜନ ରୋହିଦାସ, ହୃଦାନନ୍ଦ ମିରିଗ, ରାହୁଲ ନିଖଣ୍ଡିଆ, ପ୍ରତାପ ସାହୁ, ପ୍ରହଲ୍ଲାଦ ପଧାନ, ଗୁଳାମଣି ପୃଷ୍ଠେ, ସଂକିର୍ତ୍ତନ ପଧାନ, ହେମନ୍ତ ସାହୁ, ଦିଲିପ ସାହୁ ପ୍ରମୁଖ ସହଯୋଗ କରିଥିଲେ। ଶେଷରେ ସମ୍ପାଦକ ଜ୍ୟୋତି ବରେଇ ଧନ୍ୟବାଦ ଅର୍ପଣ କରିଥିଲେ।
Comments are closed.