କାନାରା ବ୍ୟାଙ୍କ ତରଫରୁ କମ୍ବଳ ବଣ୍ଟନ

ସମ୍ବଲପୁର: ରାଷ୍ଟ୍ରାୟତ୍ତ ବ୍ୟାଙ୍କ କାନାରା ବ୍ୟାଙ୍କର ସମ୍ବଲପୁର ଶାଖା ପକ୍ଷରୁ ବ୍ୟାଙ୍କର ପ୍ରତିଷ୍ଠାତା ଶ୍ରୀ ଅମ୍ବେଲ ସୁବାରାଓ ପାଇଙ୍କ ଜନ୍ମ ଦିବସକୁ ପ୍ରତିଷ୍ଠା ଦିବସ ରୂପେ ପାଳନ କରାଯାଏ । ଏହି କ୍ରମରେ ୧୧୭ତମ ପ୍ରତିଷ୍ଠାତା ଦିବସ ଅବସରରେ ବ୍ୟାଙ୍କ ପକ୍ଷରୁ ସିଏସଆର ଗତିବିଧି ଅନ୍ତର୍ଗତ ସମ୍ବଲପୁରର କୁଲୁଥକାନୀ ସ୍ଥିତ ଆଶା ନିବାସର ଅନ୍ତେବାସୀ ମାନଙ୍କ ନିମନ୍ତେ ଏକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ବ୍ୟାଙ୍କର ଜେନେରାଲ ମ୍ୟାନେଜର ଓ ସାର୍କିଲ ମୁଖ୍ୟ ଅଜିତ କୁମାର ଜଗଗା, ଆସିଷ୍ଟାଣ୍ଟ ଜେନେରାଲ ମ୍ୟାନେଜର, ସମ୍ବଲପୁର ଆଞ୍ଚଳିକ ମଣ୍ଡଳର ମୁଖ୍ୟ ସମେତ ଅଧିକାରୀ ଓ କର୍ମଚାରୀ ମାନେ ଉପସ୍ଥିତ ରହି ଅନ୍ତେବାସୀ ମାନଙ୍କ ସହିତ ସମୟ ଅତିବାହିତ କରିଥିଲେ । ଏଥି ସହ କାନାରା ବ୍ୟାଙ୍କ ତରଫରୁ ୭୦ଟି କମ୍ବଳ ଅନ୍ତେବାସୀ ମାନଙ୍କୁ ବଣ୍ଟନ କରାଯାଇଥିଲା ।

Comments are closed.