ନାବାଳିକା ନିଖୋଜ

ସମ୍ବଲପୁର – ସମ୍ବଲପୁରର ବୁଢ଼ାରଜା ଅଞ୍ଚଳରୁ ଜଣେ ନାବାଳିକା ନିଖୋଜ ହୋଇଥିବାର ଅଭିଯୋଗ ଅଇଁଠାପାଲି ଥାନାରେ ହୋଇଛି । ଥାନାରେ ହୋଇଥିବା ଅଭିଯୋଗ ଅନୁଯାୟୀ, ବୁଢ଼ାରଜା ନିବାସୀ ଜଣେ ୧୩ ବର୍ଷିୟ ନାବାଳିକା ୩ ଦିନ ତଳେ ଘରୁ ବାହାରକୁ ଯାଇ ଫେରି ନ ଥିଲେ ।

 

ନାବାଳିକା ଘରକୁ ଫେରି ନ ଥିବାରୁ ବହୁ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ନ ପାଇବାରୁ ପରିବାରବର୍ଗ ଅଇଁଠାପାଲି ଥାନାର ଦ୍ୱାରସ୍ଥ ହୋଇ ଅଭିଯୋଗ କରିଛନ୍ତି । ଏଣୁ ଏକ ମାମଲା ରୁଜୁ କରି ପୁଲିସ ଘଟଣାର ତଦନ୍ତ କରୁଛି ।

Comments are closed.