ନବରଙ୍ଗପୁର: ବରିଷ୍ଠ ନେତା ଜୟଦେବ ପରିଡ଼ାଙ୍କ ତୃତୀୟ ଭାଇ ଡଃ.ବସନ୍ତ କୁମାର ପରିଡ଼ାଙ୍କର ହଠାତ ପରଲୋକ ହୋଇଯାଇଛି। ତାଙ୍କୁ ପ୍ରାୟ ୮୦ ବର୍ଷ ହେବ। ସେ କୋରାପୁଟର ପୂର୍ବତନ ଜିଲାପାଳ ଗଦାଧର ପରିଡ଼ାଙ୍କର ବଡଭାଈ ଥିଲେ। ସେ ୧୯୬୬ ମସିହାରେ ଜୟପୁର ବିକ୍ରମଦେବ କଲେଜରେ ଟପ୍ପର ହୋଇ ଉତ୍ତୀର୍ଣ୍ଣ ହେବା ପରେ ବୁର୍ଲା ଇଞିନିୟରିଂ କଲେଜରେ ପାଠ ସାରିବା ପରେ ବାଙ୍ଗାଲୋରରେ ରହୁଥିଲୋ ଏହାପରେ ସେ ଖଡଗପୁର ଓ କାନପୁର ଆଇଆଇଟିର ପ୍ରଫେସର ଭାବେ କାର୍ଯ୍ୟ କରିଥିଲୋ ସେ ବୈଜ୍ଞାନିକ ଭାବେ ପୁରସ୍କୃତ ହୋଇଥିଲେ। ସେ ଅବସର ନେବାପରେ ଆମେରିକାର ବଷ୍ଟେନ ସହରରେ ଝିଅଙ୍କର ପାଖରେ ରହୁଥିଲେ। ତାଙ୍କର ଦୁଇ ଝିଅ ଜେନି ଓ ଝିଲ୍ଲୀ ବିବାହ କରି ଆମେରିକାରେ ରହୁଛନ୍ତି। ତେବେ ସେ ଆମେରିକାରୁ ତାଙ୍କ ପତ୍ନୀଙ୍କ ସହିତ କଟକ ଆସି ବାଙ୍ଗାଲୋରରେ ଯାଇଥିଲେ।
ବାଙ୍ଗାଲୋରରେ ଆଜି ଅପରାହ୍ନ ୩ଟାରେ ବସିଥିବା ବେଳେ ହଠାତ ଟଳି ପଡ଼ିଥିଲେ। ତେବେ ତାଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲେ ହେଁ ଡାକ୍ତର ମୃତ ଘୋଷଣା କରିଥିଲେ। ଏହି ଖବର ପାଇ ତାଙ୍କର ସାନଭାଇ ଗଦାଧର ପରିଡ଼ା ବାଙ୍ଗାଲୋର ଯାଇଥିବା ବେଳେ ଆମେରିକାରୁ ଝିଅ ଜୋଇଁ ଆସିବା ପରେ ବାଙ୍ଗାଲୋରରେ ହିଁ ଅନ୍ତିମ ସଂସ୍କାର କରାଯିବ ବୋଲି ଜଣାପଡ଼ିଛି। ତେବେ ଡଃ.ପରିଡ଼ାଙ୍କର ପରଲୋକରେ ବିଭିନ୍ନ ମହଲରେ ଗଭୀର ଶୋକପ୍ରକାଶ ପାଇଛି।


