www.samajalive.in
Monday, December 15, 2025
17.1 C
Bhubaneswar

ନାବାଳିକା କୁ ଗଣଦୁର୍ଷ୍କମ ! ୨ ନାବାଳକ ଅଟକ  

ସମ୍ବଲପୁର – ସମ୍ବଲପୁରରେ ଦିନକୁ ଦିନ ଅପରାଧିକ ଘଟଣା ମାନ ବୃଦ୍ଧି ପାଉଥିବା ବେଳେ ଗୋପାଲମାଲ ଅଞ୍ଚଳରେ ଜଣେ ନାବାଳିକା ଙ୍କୁ ସାମୁହିକ ଦୁର୍ଷ୍କମ କରାଯାଇଥିବାର ସଙ୍ଗୀନ ଅଭିଯୋଗ ଅଇଁଠାପାଲି ଥାନାରେ ହୋଇଛି । ପ୍ରାପ୍ତସୂଚନାନୁଯାୟୀ, ନାବାଳିକା ଜଣକ ଗତକାଲି ରାତ୍ରି ପ୍ରାୟ ୧ଟା ସମୟରେ ଘରୁ ପରିସ୍ରା କରିବା ପାଇଁ ବାହାରିଥିଲେ । ସେହି ସମୟରେ ଉକ୍ତ ଅଞ୍ଚଳରେ ବୁଲୁଥିବା କିଛି ଅସାମାଜିକ ତତ୍ୱ ତାଙ୍କୁ ଜୋରଜବରଦସ୍ତି ଉଠାଇ ନେଇ ଏକ ନିକାଞ୍ଚନ ସ୍ଥାନରେ ଗଣ ଦୁର୍ଷ୍କମ କରିଥିବାର ଅଭିଯୋଗ ହୋଇଛି । ପରିବାର ଲୋକେ ନାବାଳିକା ପରିସ୍ରା ଯାଇ ବେଶ ସମୟ ଧରି ନ ଫେରିବାରୁ ତୁରନ୍ତ ଖୋଜାଖୋଜି କରିଥିଲେ । ନାବାଳିକା ଙ୍କୁ ଅପହରଣ କରିବାର ପ୍ରାୟ ୩ ଘଣ୍ଟା ପରେ ଅଞ୍ଚଳର ଏକ ନିଛାଟିଆ ସ୍ଥାନରୁ ତାଙ୍କୁ ମୁମୁର୍ଶ ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ଚିକିତ୍ସା ପାଇଁ ନିଆଯାଇଥିଲା । ଏ ସର୍ମ୍ପକରେ ଅଇଁଠାପାଲି ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଏହି ଘଟଣାରେ ସାମିଲ ଜଣେ ନାବାଳକ ଯୁବକଙ୍କୁ ପୁଲିସ ଧରିଥିବା ବେଳେ ଅନ୍ୟ ଜଣେ ଅଭିଯୁକ୍ତ (ନାବାଳକ) ଙ୍କୁ ଅଞ୍ଚଳବାସୀ ଧରିବା ପରେ ନିର୍ଦ୍ଧୁମ ଛେଚିବା ପରେ ପୁଲିସକୁ ହସ୍ତାନ୍ତରିତ କରିଥିବାର ଜଣାପଡିଛି । ଏହି ସଙ୍ଗୀନ ଅପରାଧିକ ମାମଲାରେ ୫ ରୁ ୬ ଜଣ ନାବାଳକ ଓ ଯୁବକ ସଂପୃକ୍ତି ରହିଥିବାର ଅଭିଯୋଗ ସର୍ମ୍ପକରେ ଅଇଁଠାପାଲି ଥାନାଧିକାରୀ କହିଛନ୍ତି ଯେ, ଏହି ମାମଲାରେ ଜଣେ ନାବାଳକ ଦୁର୍ଷ୍କମକାରୀ ଥିବା ବେଳେ ଅନ୍ୟ ନାବାଳକ ଏଥିରେ ସହାୟତା କରିଥିଲେ । ଏଣୁ ଉଭୟଙ୍କୁ ଅଟକ ରଖି ନାବାଳିକା କୁ ଡାକ୍ତରୀ ମାଇନା ପାଇଁ ପଠାଯାଇ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଉଛି ବୋଲି ଥାନାଧିକାରୀ କହିଛନ୍ତି ।

ଏହି ଘଟଣା ପରେ ସହରରେ ଚାଞ୍ଚଲ୍ୟ ଖେଳି ଯାଇଛି । ଅଞ୍ଚଳବାସୀଙ୍କ ଅଭିଯୋଗ ଅନୁଯାୟୀ, ଅଞ୍ଚଳରେ ବ୍ୟାପକ ଓ ବିନା ଦ୍ୱିଧାରେ ଚାଲିଥିବା ନିଶା କାରବାର ଏଭଳି ଅପରାଧିକ କାଣ୍ଡ ପାଇଁ ସମ୍ପୁର୍ଣ୍ଣ ରୂପେ ଦାୟୀ ଅଟେ । ପୁଲିସ ପେଟ୍ରୋଲିଂ ଓ ଆଇନ ବ୍ୟବସ୍ଥା ସୁଦୃଢ଼ ନାମରେ ଅଞ୍ଚଳର ମୁଖ୍ୟ ରାସ୍ତାରେ ଗୋଟିଏ ଘେରା ବୁଲି ଦେଇ କାମ ସାରି ଦେଉଛି ଏବଂ ଗଳିକନ୍ଦି ଅଞ୍ଚଳକୁ ଯିବାର ନାମ ଧରୁ ନାହିଁ । ଯଦି କୌଣସି ନିଶାଖୋର ଙ୍କୁ ଧରୁଛି, ତାହା ହେଲେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଗୋଟିଏ ରାତ୍ରି ଥାନାରେ ଅଟକ ରଖି ପୁଣି ଛାଡି ଦେଉଛି । ଫଳରେ ଅସାମାଜିକ ଓ ନିଶାଖୋର ମାନଙ୍କର ସାହାସ ବହୁଗୁଣିତ ହୋଇ ଯାଉଛି । ଯାହାର ପ୍ରତିଫଳନ ନାବାଳିକା ଦୁର୍ଷ୍କମ ଘଟଣା ଅଟେ । ଏଥି ସହ ଅସାମାଜିକ ତତ୍ୱ ମାନେ ନିଶା କରିବା ପାଇଁ ଅଞ୍ଚଳର ଗଳିକନ୍ଦିର ରାତ୍ରି ପାହିଲେ ଘୂରି ବୁଲୁଛନ୍ତି ଏବଂ ଟାରଗେଟ କରି ଘର ମାନଙ୍କରୁ ପାଣି ପମ୍ପ, ମୋବାଇଲ, ଲୁହା ଛଡ ଆଦି ବିଭିନ୍ନ ସାମଗ୍ରୀ ଚୋରି କରିବା ସହିତ ପଥଚାରୀ, ରେଳ କର୍ମଚାରୀ ମାନଙ୍କୁ ଲୁଟ କରୁଛନ୍ତି । ଅନେକ ସମୟରେ ଛୋଟିଆ ଚୋରି ଘଟଣା ଗୁଡିକ ପାଇଁ ଲୋକେ ପୁଲିସ ଓ ଅଦାଲତର ଚକ୍କର କାଟିବା ଅପେକ୍ଷା କାନମୁଣ୍ଡା ଆଉଁସି ବସିବା ଶ୍ରେୟସ୍କର ମଣୁଛନ୍ତି । ସିଂହ ଭାଗ ମାମଲାରେ ପୁଲିସ ଅପରାଧି ମାନଙ୍କୁ ସୁହାଇଲା ଭଳି କାର୍ଯ୍ୟ କରୁଥିବାରୁ ଜନତାଙ୍କ ଭରସା ପୁଲିସ ଉପରୁ ତୁଟି ଯାଇଛି । ଯଦି ଅଞ୍ଚଳରେ ନିଶା କାରବାର ଉପରେ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଏ, ତାହା ହେଲେ ଆଗାମୀ ଦିନରେ ଆହୁରୀ ସଙ୍ଗୀନ ଅପରାଧିକ ଗତିବିଧି ଘଟି ଧନଜୀବନ ହାନିର ଆଶଙ୍କା ଲାଗି ରହିଛି ବୋଲି ଅଞ୍ଚଳବାସୀ ମତ ଦେଉଛନ୍ତି ।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories