www.samajalive.in
Sunday, December 14, 2025
19.1 C
Bhubaneswar

ପାଞ୍ଚ ଦିବସୀୟ ସ୍ବାସ୍ଥ୍ୟଭିତ୍ତିକ ଶିକ୍ଷକ ପ୍ରଶିକ୍ଷଣ ତାଲିମର ଚତୁର୍ଥ ପର୍ଯ୍ୟାୟ ଶେଷ

ରେଙ୍ଗାଲିକ୍ୟାମ୍ପ: ଅତାବିରା ବ୍ଲକ ଜନତା ଉଚ୍ଚ ବିଦ୍ୟାଳୟରେ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ମିଳିତ ଆନୁକୁଲ୍ୟରେ ଆୟୁଷ୍ମାନ ଭାରତ ପକ୍ଷରୁ ଚାଲିଥିବା ପାଞ୍ଚ ଦିବସୀୟ ସ୍ବାସ୍ଥ୍ୟ ଭିତ୍ତିକ ଶିକ୍ଷକ ପ୍ରଶିକ୍ଷଣ ତାଲିମର ଚତୁର୍ଥ ପର୍ଯ୍ୟାୟ ଆଜି ଶେଷ ହୋଇଛି। ଗତ ୨୫ ଜୁଲାଇରୁ ଏହି ଚତୁର୍ଥ ପର୍ଯ୍ୟାୟ ତାଲିମ ଆରମ୍ଭ ହୋଇଥିଲା। ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଅଧିକାରୀ ଡଃ ରବିନାରାୟଣ ମିଶ୍ର ତାଲିମର ଏହି ପର୍ଯ୍ୟାୟର ଶୁଭ ଉଦଘାଟନ କରିଥିଲେ।

ମଣିଷ ଜୀବନର କୈଶୋର ଅବସ୍ଥା ଦେଶ, ସମାଜ, ପରିବାର ତଥା ବ୍ୟକ୍ତିର ବ୍ୟକ୍ତିତ୍ଵ ଗଠନରେ ବିଶେଷ ଭୂମିକା ଗ୍ରହଣ କରିଥାଏ। ସାଧାରଣତଃ ଏହି ଅବସ୍ଥାରେ ପ୍ରତ୍ୟେକ ମଣିଷର ମାନସିକ, ଶାରୀରିକ ଓ ବୌଦ୍ଧିକ ବିକାଶ ଦ୍ରୁତ ଗତିରେ ହୋଇଥାଏ। ୧୦ ବର୍ଷରୁ ୧୯ ବର୍ଷ ପର୍ଯ୍ୟନ୍ତ ଏହି କୈଶୋର ଅବସ୍ଥା ଚାଲିଥାଏ। ଏହି ଅବସ୍ଥାରେ ତାଙ୍କୁ ଉପଯୁକ୍ତ ପଥ ପ୍ରଦର୍ଶନର ଆବଶ୍ୟକତା ରହିଛି। ଏହା ସହିତ ପିଲାମାନେ ନିଜ ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀଙ୍କ କଥାକୁ ବେଶୀ ଗୁରୁତ୍ଵ ଦେଇଥାନ୍ତି। ତେଣୁ ଶିକ୍ଷକମାନେ ସଚେତନ ହେଲେ ସେମାନେ ବିଦ୍ୟାଳୟରେ ଏହି କିଶୋର ବାଳକବାଳିକା ମାନଙ୍କୁ ଉପଯୁକ୍ତ ମାର୍ଗ ଦର୍ଶନ କରି ଏକ ସୁସ୍ଥ ସମାଜ ଗଠନରେ କିଶୋର କିଶୋରୀ ମାନଙ୍କର ପଥପ୍ରଦର୍ଶକ ହେବେ। ଏହି ମହତ୍ ଉଦ୍ଦେଶ୍ୟ ନେଇ ଏହି ଶିକ୍ଷକ ପ୍ରଶିକ୍ଷଣ ତାଲିମ କାର୍ଯ୍ୟକ୍ରମର ପରିକଳ୍ପନା କରାଯାଇଛି। ଏଥିରେ ପ୍ରଶିକ୍ଷକ ବା ତାଲିମଦାତା ରୂପେ କାଦୋବାହାଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରର ଡଃ ମିଳି ମିଶ୍ର, ପତ୍ରାପାଲି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ରର ଡଃ ବିଷ୍ଣୁ ନାରାୟଣ ଦାଶ, ଅତାବିରା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଡଃ ହିରାଲାଲ୍ ମେହେର, ବ୍ଲକ ପ୍ରୋଗ୍ରାମିଙ୍ଗ ମ୍ୟାନେଜର ସୁଧାଂଶୁ ପ୍ରଧାନ ଏବଂ ବ୍ଲକ ତାଲିମ ଦାତା ଭାବରେ ହୀର୍ଲିପାଲି ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଓକିଲ ପ୍ରଧାନ, ଲରାସରା ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ପ୍ରମୋଦ ଗଡତିଆ, ଟୋପ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେନ୍ଦ୍ର କୁମାର ଭୋଇ ଏବଂ ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ କାର୍ତ୍ତିକ ବାଗ ତାଲିମ ପ୍ରଦାନ କରିଥିଲେ।

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories