www.samajalive.in
Monday, December 15, 2025
24.1 C
Bhubaneswar

କୁଲୁଥକାନୀ ଶୀତଳଷଷ୍ଠୀ ଯାତ୍ରା ପାଇଁ ପ୍ରାକ ପ୍ରସ୍ତୁତି ବୈଠକ

ସମ୍ବଲପୁର: ସମ୍ବଲପୁରର କୁଲୁଥକାନୀ ଠାରେ ଶିବ ମନ୍ଦିର ପରିଚାଳନା କମିଟି ତରଫରୁ ଆଗାମୀ ଶିବ ବିବାହ ଓ ଶୀତଳଷଷ୍ଠୀ ଯାତ୍ରା ପାଇଁ ଏକ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ରବିବାର ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଆୟୋଜିତ ବୈଠକରେ ଏହି ଧାର୍ମିକ ଉତ୍ସବ ନିମନ୍ତେ ଇନ୍ଦ୍ରମଣି ଦାସ ଓ ରବି ପଣ୍ଡା ମୁଖ୍ୟ ଦାୟିତ୍ୱ, ଶୋଭାଯାତ୍ରା ଦାୟିତ୍ୱରେ ବିକ୍ରମାଦିତ୍ୟ ସିଂହଦେଓ, ସାଜସଜ୍ଜା ଦାୟିତ୍ୱରେ ମନୋଜ ଭୂୟାଁ ଓ ଅରୁପ କୁମାର ଦାୟିତ୍ୱ ନେଇଛନ୍ତି। ଚଳିତ ବର୍ଷ କନ୍ୟା ପିତା ଭାବରେ ଅଶୋକ କୁମାର ସାହୁ ଓ ତାଙ୍କ ପତ୍ନୀ ଏବଂ ସେହିଭଳି ବର ପିତା ଦାୟିତ୍ୱ ଦିଲ୍ଲୀପ ବାଗ ଓ ପତ୍ନୀ ନିର୍ବାହ କରିବେ। ବୈଠକରେ ସଭାପତି ଅରବିନ୍ଦ ନାୟକ, ଉଦିତ କୁମାର ପାଟ୍ଟଯୋଶୀ, ପ୍ରତାପ ମିଶ୍ର, ଅନୀଲ ତ୍ରିପାଠୀ, କାର୍ତ୍ତିକେଶ୍ୱର ମେହେର, ସୁରେଶ ମିଶ୍ର, ବୁନୁ ଲାଲ ଚୌଧୁରୀଙ୍କ ସମେତ ଅଞ୍ଚଳବାସୀ ଉପସ୍ଥିତ ରହିଥିଲେ। ଶେଷରେ ପଠାଣି ସାମନ୍ତ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories