www.samajalive.in
Tuesday, December 9, 2025
23.1 C
Bhubaneswar

ମାଁ ସମଲେଶ୍ୱରୀଙ୍କୁ ଧବଳମୁଖୀ ବାନ୍ଧକଳା

ସମ୍ବଲପୁର: ପବିତ୍ର ମହାଳୟା ଅବସରରେ ଅଧିଷ୍ଠାତ୍ରୀ ଦେବୀ ମାଁ ସମଲେଶ୍ୱରୀଙ୍କ ଧବଳମୁଖୀ ବେଶରେ ଦର୍ଶନ ଦେଉଛନ୍ତି। ଏହି ଅବସରରେ ପ୍ରଥମ ଥର ପାଇଁ ସମ୍ବଲପୁରୀ ହସ୍ତତନ୍ତରେ ମାଁଙ୍କ ଧବଳମୁଖୀ ବେଶ ଅଙ୍କିତ ହୋଇଛି। ଏହି ଧବଳମୁଖୀ ହସ୍ତତନ୍ତ ବାନ୍ଧକଳାକୁ କାନ୍ଥରେ ଟଙ୍ଗା ଯାଇ ପାରିବ। ବରପାଲିର ବିଖ୍ୟାତ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ବାନ୍ଧଶିଳ୍ପୀ ଦମ୍ପତ୍ତି ମକରଧ୍ୱଜ ମେହେର ଓ ସୁକାନ୍ତି ମେହେର ଙ୍କ ଦ୍ୱାରା ନିର୍ମିତ କରାଯାଇଛି। ବରିଷ୍ଠ ସାମ୍ବାଦିକ ପ୍ରଫୁଲ୍ଲ କୁମାର ଦାଶ ଗୁରୁବାର ପୂର୍ବାହ୍ନରେ ସମଲେଶ୍ୱରୀ ଟ୍ରଷ୍ଟ ବୋର୍ଡର ସଦସ୍ୟ ବୀରେନ୍ଦ୍ର ରାଏଙ୍କୁ ଅନ୍ୟ ପୂଜକ ମାନଙ୍କ ଉପସ୍ଥିତିରେ ପ୍ରଦାନ କରାଯାଇଛି। ପୂଜକ ସଦନ ରାଏ ଓ ପ୍ରକାଶ ରାଏ ବାନ୍ଧକଳାକୁ ଦେବୀଙ୍କୁ ଅର୍ପଣ କରିବା ସହିତ ପୂଜାର୍ଚ୍ଚନା କରିଥିଲେ। ଏହି ଧବଳମୁଖୀ ବାନ୍ଧକଳା ଟ୍ରଷ୍ଟ ବୋର୍ଡ କାର୍ଯ୍ୟାଳୟ କାନ୍ଥରେ ଲଗାଯାଇ ସଂରକ୍ଷିତ ରଖାଯିବ ବୋଲି ଟ୍ରଷ୍ଟ ବୋର୍ଡ ସଭାପତି ସଞ୍ଜୟ ବାବୁ କହିଛନ୍ତି।

Hot this week

ସ୍ମୃତି-ପଲାଶଙ୍କ କାହିଁକି ଭାଙ୍ଗିଲା ସମ୍ପର୍କ; ସାର୍ଥୀଙ୍କ ଏହି ଭୁଲକୁ ଝିଅମାନେ କେବେ କ୍ଷମା କରନ୍ତି ନାହିଁ

ସମାଜ ଡିଜିଟାଲ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପ-ଅଧିନାୟିକା ସ୍ମୃତି...

ନର୍ମାଲ ଡେଲିଭରୀ ପାଇଁ ସରକାରୀ ହସ୍ପିଟାଲ ବାଛନ୍ତୁ-ମନ୍ତ୍ରୀ

ଭୁବନେଶ୍ୱର: ଘରୋଇ ହସ୍ପିଟାଲରେ ଅଧିକ ହେଉଛି ସିଜେରିଆନ ଡେଲିଭରୀ । ଗତ...

ଫାଟିଲା ଗ୍ୟାସ ସିଲିଣ୍ଡର : ଅଳ୍ପକେ ବର୍ତ୍ତିଗଲେ ପରିବାର

ସମାଜ ଲାଇଭ ଡ଼େସ୍କ : ଦେବଗଡ଼ରେ ଫାଟିଲା ଗ୍ୟାସ ସିଲିଣ୍ଡର ।...

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

Related Articles

Popular Categories