ଲୋକନୃତ୍ୟ ପାଇଁ ଭାରତୀ କୁଅଁରଙ୍କୁ ମିଳିଲା ସାଂସ୍କୃତିକ ଅନ୍ବେଷଣ ମେଧାବୃତ୍ତି

ସମ୍ବଲପୁର: ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟ ଆନୁକୂଲ୍ୟରେ ଆୟୋଜିତ ତଥା ସିସିଆରଟି ତରଫରୁ ପ୍ରଦତ୍ତ ସାଂସ୍କୃତିକ ଅନ୍ବେଷଣ ମେଧାବୃତ୍ତି ୨୦୨୦-୨୧ ପାଇଁ ସମ୍ବଲପୁରୀ ଲୋକନୃତ୍ୟ ବିଭାଗରେ ସୁଶ୍ରୀ ଭାରତୀ କୁଅଁର (୧୫) ମନୋନୀତ ହୋଇଛନ୍ତି। ଗୋବିନ୍ଦତୋଲା ନିବାସୀ ପିତା ନିରାକର କୁଅଁର ଏବଂ ସବିତା ହାତୀଙ୍କ ସୁପୁତ୍ରୀ ଛୋଟବେଳୁ ନଟରାଜ ଅନୁଷ୍ଠାନ ଧନୁପାଲି ସମ୍ବଲପୁରର ଗୁରୁ ମହେଶ ପଟେଲଙ୍କ ଠାରୁ ସମ୍ବଲପୁରୀ ଲୋକନୃତ୍ୟ ଶିଖି ଆସିଛନ୍ତି। ଜିଲା ତଥା ଜିଲା ବାହାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଉଚ୍ଚ କୋଟିର ନୃତ୍ୟ ପରିବେଷଣ କରି ପୁରସ୍କୃତ ତଥା ପ୍ରଶଂସିତ ହୋଇଥିବା ସୁଶ୍ରୀ ଭାରତୀ ତାଙ୍କର ଏହି ସଫଳତାର ଶ୍ରେୟ ଗୁରୁ ଶ୍ରୀ ପଟେଲଙ୍କୁ ଦେଇଛନ୍ତି।

kalyan agarbati

Comments are closed.