www.samajalive.in
Tuesday, December 9, 2025
26.1 C
Bhubaneswar

ଜଳିଗଲା ପାଳ ଗାଡି

ସମ୍ବଲପୁର: ସମ୍ବଲପୁରର ଶାନ୍ତି ନଗର ଠାରେ ଶନିବାର ଅପରାହ୍ନରେ ଏକ ବଡ ଦୁର୍ଘଟଣାରୁ ଅଞ୍ଚଳବାସୀ ବର୍ତ୍ତି ଯାଇଛନ୍ତି। ଅପରାହ୍ନ ସମୟରେ ଏକ ଟାଟା ମ୍ୟାଜିକ ମାଲବାହୀ ଯାନରେ ପାଳ ନିଆଯାଉଥିଲା। ତେବେ ଶାନ୍ତିନଗର ମଧ୍ୟରେ ତଳକୁ ଝୁଲି ରହିଥିବା ବିଦ୍ୟୁତ ତାରରେ ଅଚାନକ ଗାଡିଟି ଲାଗିଯିବାରୁ ସଟ ସାର୍କିଟ ଯୋଗୁଁ ନିଆଁ ଲାଗି ଯାଇଥିଲା। ନିଆଁ ଲାଗିବା ପରେ ଅତି କ୍ଷିପ୍ର ଗତିରେ ନିଆଁ ବ୍ୟାପି ଯିବାରୁ ଚଳନ୍ତା ଗାଡିଟି ହୁତହୁତ ହୋଇ ଜଳି ଉଠିଥିଲା। ତେବେ ଠିକଣା ସମୟରେ ଚାଳକ ଓ ହେଲପର ଗାଡିରୁ ଡେଇଁ ଯାଇ ଜୀବନ ରକ୍ଷା କରିଥିବା ବେଳେ ଶାନ୍ତିନଗରର ଏକ ଗଳି ମଧ୍ୟରେ ହୋଇଥିବା ଅଚାନକ ଅଗ୍ନିକାଣ୍ଡ ଘଟଣା ଯୋଗୁଁ ଲୋକେ ଭୟଭୀତ ହୋଇଯାଇଥିଲେ।

ଅଗ୍ନିଶମ ବିଭାଗକୁ ଖବର ଦିଆଯିବାରୁ ଘଟଣାସ୍ଥଳରେ ଦଳ ପହଂଚି ପ୍ରାୟ ୧ ଘଣ୍ଟା କଠିନ ପରିଶ୍ରମ କରି ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ ପାଳ ସମେତ ଗାଡିଟି ପୋଡି ନଷ୍ଟ ହୋଇଯାଇଛି। ଅପରପକ୍ଷରେ ଶାନ୍ତିନଗର ସମେତ ସହରର ବିଭିନ୍ନ ଅଞ୍ଚଳରେ ଏଭଳି ଜୀବନ ଓ ଉଚ୍ଚକ୍ଷମତା ସମ୍ପନ୍ନ ବିଦ୍ୟୁତ ତାର ଗୁଡିକ ଝୁଲା ଅବସ୍ଥାରେ ରହିଛି। କିନ୍ତୁ ଟାଟା ପାୱାର ପକ୍ଷରୁ ବାରମ୍ବାର ରକ୍ଷଣାବେକ୍ଷଣ ପାଇଁ ଘଣ୍ଟା ଘଣ୍ଟା ବିଦ୍ୟୁତ କାଟ କରୁଥିବା ବେଳେ କିନ୍ତୁ ପ୍ରକୃତ ସ୍ଥିତି ଭିନ୍ନ ରହିଛି। ବିଗତ ଦିନରେ ଏହି ଭଳି ଏଏନଗୁହା ଲେନ ଅଞ୍ଚଳରେ ମଧ୍ୟ ଜୀବନ୍ତ ଝୁଲା ବିଦ୍ୟୁତ ତାର ଯୋଗୁଁ ଏକ ପାଳ ଗାଡି ଜଳି ଯାଇଥିବାର ନଜୀର ରହିଥିବା ସତ୍ୱେ ବିଭାଗକୁ ବାରମ୍ବାର ଜନତା ଅଭିଯୋଗ କଲେ ସୁଦ୍ଧା କୌଣସି ସୁଫଳ ଆଜି ପର୍ଯ୍ୟନ୍ତ ମିଳିନାହିଁ।

Hot this week

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

Related Articles

Popular Categories