ସମାଜଲାଇଭ ଡେସ୍କ: କଟକ ବାଲିଯାତ୍ରା ଅବସରରେ ତଳପଡ଼ିଆରେ ‘ସମାଜ’ ତରଫରୁ ୨ଟି ଷ୍ଟଲ୍ ଖୋଲଯାଇଛି। ଏହି ଦୁଇଟି ଷ୍ଟଲ ବୁଧବାର ଉଦଘାଟିତ ହୋଇଯାଇଛି। ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଷ୍ଟଲ ଉଦଘାଟନ କରିଥିଲେ । ଏହି ଅବସରରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଏବଂ ଚୌଦ୍ଵାର-କଟକ ବିଧାୟକ ସୌଭିକ ବିଶ୍ଵାଳ , ଦୈନିକ ସମାଜର ପ୍ରକାଶକ ଓ ମୁଦ୍ରାକାର ରାଜେନ୍ଦ୍ର ଜେନା, ସମ୍ପାଦକ ତପନ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।
ଗଣକବି ବୈଷ୍ଣବ ପାଣି ମଞ୍ଚ ନିକଟ ପ୍ଲଟ ନମ୍ବର ଜି-୩୦ରେ ଥିବା ଷ୍ଟଲକୁ ଓଡ଼ିଆ ଭାଷା, ସାହିତ୍ୟ ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥିଭାବେ ଯୋଗଦେଇ ଉଦଘାଟନ କରିଥିଲେ। ସେହିପରି କଟକ ଇନ କଟକ ପାଭିଲିଅନ ପରିସରରେ ଅନ୍ୟ ଏକ ଷ୍ଟଲ ଉଦ୍ଘାଟନ କରାଯାଇଛି । ବୈଷ୍ଣବ ପାଣି ମଞ୍ଚ ନିକଟ ଷ୍ଟଲରେ ପ୍ରତ୍ୟହ ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ବିବିଧ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ ଆୟୋଜନ ହେବ। ଏଥିରେ ଆଗ୍ରହୀ ପ୍ରତିଭାମାନେ ଅଂଶଗ୍ରହଣ କରି ପୁରସ୍କୃତ ଓ ସମ୍ମାନିତ ହେବେ।



