www.samajalive.in
Tuesday, December 9, 2025
16.1 C
Bhubaneswar

ମତଦାନର ଦିନକ ପୂର୍ବରୁ ବିଜେପିରେ ମିଶିଲେ ଜନ ସୁରାଜ ପ୍ରାର୍ଥୀ

ପାଟନା, ୫ା୧୧: ମତଦାନର ଦିନକ ପୂର୍ବରୁ ପ୍ରଶାନ୍ତ କିଶୋରଙ୍କ ପାର୍ଟି ଜନ ସୁରାଜର ମୁଙ୍ଗେର ଆସନ ପ୍ରାର୍ଥୀ ସଞ୍ଜୟ ସିଂହ ଦଳ ଛାଡି ବିଜେପିରେ ସାମିଲ ହୋଇଛନ୍ତି। ସଞ୍ଜୟଙ୍କ ଏହି ନିଷ୍ପତ୍ତି ନିର୍ବାଚନୀ ସମୀକରଣକୁ ଓଲଟ ପାଲଟ କରିଦେଇଛି। ସଞ୍ଜୟ ବିଜେପିରେ ସାମିଲ ହେବା ସହିତ ଦଳର ପ୍ରାର୍ଥୀ କୁମାର ପ୍ରଣୟଙ୍କୁ ସମର୍ଥନ ଦେବା ପାଇଁ ଘୋଷଣା କରିଛନ୍ତି। ଫଳରେ ମୁଙ୍ଗେରରେ ଜନ ସୁରାଜ ପାର୍ଟିକୁ ବଡ ଝଟକା ଲାଗିଛି। ସଞ୍ଜୟଙ୍କ ପୂର୍ବରୁ ଅକ୍ଟୋବରରେ ଜନ ସୁରାଜ ପାର୍ଟିର ୩ ପ୍ରାର୍ଥୀ ଦାନାପୁର, ବ୍ରହ୍ମପୁର ଓ ଗୋପାଳଗଞ୍ଜରୁ ମଧ୍ୟ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିନେଇଥିଲେ। ଏବେ ଏହି ତାଲିକାରେ ମୁଙ୍ଗେର ମଧ୍ୟ ସାମିଲ ହୋଇଛି। ଅନ୍ୟପଟେ ମୁଙ୍ଗେର ଆସନରୁ ବିଜେପି ପ୍ରାର୍ଥୀ କୁମାର ପ୍ରଣୟ ଏବେ ନିଜ ସମ୍ପତ୍ତିକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ହଲପନାମାରେ ୧୭୭ କୋଟି ଟଙ୍କାର ସମ୍ପତ୍ତି ଉଲ୍ଲେଖ କରିଛନ୍ତି। ଯାହା ଫଳରେ ତାଙ୍କୁ ଏହି ନିର୍ବାଚନରେ ସବୁଠାରୁ ଧନୀ ପ୍ରାର୍ଥୀ ବିବେଚନା କରାଯାଉଛି।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories