ଯୁବକମାନଙ୍କ ପ୍ରଶିକ୍ଷଣ ଶିବିର ଆୟୋଜନ
ବୌଦ୍ଧ,: ବୌଦ୍ଧଜିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ଏବଂ ବଜରଙ୍ଗ ଦଳ ଓଡ଼ିଶା ପଶ୍ଚିମ ପ୍ରାନ୍ତ ଆନୁକୂଲ୍ୟରେ ସ୍ଥାନିୟ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ସାତଦିନ ବ୍ୟାପି ପ୍ରଶିକ୍ଷଣ ବର୍ଗର ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଆଜି ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତ ସହ ସଂପାଦକ ମୋହନ ଚରଣ ଦାସଙ୍କ ଅଧ୍ୟକ୍ଷତା କରି ପ୍ରକାଶ କରିଥିଲେ ଯେ ଏହି ଶିବିରରେ ପଶ୍ଚିମ ପ୍ରାନ୍ତର ୧୧ଗୋଟି ଜିଲ୍ଲାର ଜିଲ୍ଲା ସଂଯୋଜକ, ସହ ସଂଯୋଜକ ଏବଂ ଖଣ୍ଡ ସଂଯୋଜକ ଯୁବକମାନଙ୍କୁ ନେଇ ବୌଦ୍ଧିକ ଓ ଶାରିରୀକ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି।
ପଶ୍ଚିମ ପ୍ରାନ୍ତ ସଂଯୋଜକ ସୁଧିର ରଂଜନ ବହିଦାର ବର୍ତମାନ ଭାରତୀୟ ସଂସ୍କୃତିକୁ ରକ୍ଷା କରିବା ପାଇଁ ଦେଶର ଯୁବକମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ ପାଇଁ ବଜରଙ୍ଗ ଦଳ ପକ୍ଷରୁ ଉଦ୍ୟମ କରାଯାଉଛି। ଏହି ବୈଠକରେ ବିଶ୍ୱହିନ୍ଦୁ ପରିଷଦର ବୌଦ୍ଧଜିଲ୍ଲା ସଭାପତି ଶମ୍ଭୁପ୍ରସାଦ ମିଶ୍ର, ସଂପାଦକ ପ୍ରେମାନନ୍ଦ ମିଶ୍ର ଉପସ୍ଥିତ ରହି ସାତଦିନ ବ୍ୟାପି ହୋଇଥିବା ପ୍ରଶିକ୍ଷଣ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ଆଜି ସନ୍ଧ୍ୟାରେ ଏକ ସଚେତନତା ରାଲି ସହର ପରିକ୍ରମା କରିଥିଲା। ଆସନ୍ତା କାଲି ବିଶ୍ୱ ହିନ୍ଦୁ ପରିଷଦ ଓ ବଜରଙ୍ଗ ଦଳର ମିଳିତ ଆନୁକୂଲ୍ୟରେ ଦେଶର ସମସ୍ତ ଜିଲ୍ଲାରେ ୭ଦଫା ସମ୍ବଳିତ ଦାବୀପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ପ୍ରଦାନ କରାଯିବ ବୋଲି ସୂଚନା ପ୍ରଦାନ କରିଥିଲେ।
Comments are closed.