www.samajalive.in
Sunday, December 7, 2025
26.1 C
Bhubaneswar

ସମାଜ ପ୍ରଭାବ: ୫ ଅସହାୟ ଶିଶୁଙ୍କ ପାଖରେ ପହଞ୍ଚିଲା ଶିଶୁ ସୁରକ୍ଷା ଟିମ

ହରଭଙ୍ଗା: ୫ ବର୍ଷ ପୂର୍ବରୁ ମାଆ ଘର ଛାଡି ଚାଲିଯାଇଥିଲା। ଗତ ଶୁକ୍ରବାର ସକାଳେ ଦଇବ ଦୁର୍ଯ୍ୟୋଗରେ ବାପା ମୃତ୍ୟୁ ପଥର ଯାତ୍ରୀ ହୋଇଗଲେ। ଉଭୟ ମାଆ, ବାପାଙ୍କ ବିନା ହରଭଙ୍ଗା ବ୍ଲକ ଲୁଣିବାହାଲ ପଞ୍ଚାୟତ ଅର୍ନ୍ତଗତ ବଡବନ୍ଧ ଠୁକାସାହିର ମୃତ ଅଚ୍ୟୁତ ବେହେରାଙ୍କ ତିନି ଝିଅ ଏବଂ ଦୁଇ ପୁଅ ଭଳି ୫ଜଣ କୋମଳମତି ଶିଶୁ ଏକାକୀ ଭୋକଉପାସରେ ଦିନକାଟୁଥିବା ଭଳି ଏକ ଶୀର୍ଷକ ଖବର ଶନିବାର ‘ସମାଜ’ରେ ପ୍ରକାଶ ପାଇଥିଲା। ଏଭଳି ଏକ ସମ୍ବେଦନଶୀଳ ଖବରକୁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଗୁରୁତର ସହ ଗ୍ରହଣ କରିଥିଲେ।ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଆଜି ସକାଳେ ଜିଲ୍ଲା ଶିଶୁ ସୁରକ୍ଷା ସମିତି ଅଧ୍ୟକ୍ଷ ସାକ୍ଷୀଗୋପାଳ ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରାହୁଲ ପ୍ରଧାନ, ଶିଶୁ ହେଲପ ଲାଇନର କର୍ମୀ ମମତା ପରିଡା, ସୁଧାରାଣି ରଥ, ଅଙ୍ଗନବାଡ଼ି କର୍ମୀ ଯୋଶବନ୍ତି ସାହୁ, ଆଶାକର୍ମୀ ସୁନୀତା ମାଝୀ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ସୁବିଧା ଅସୁବିଧା ବିଷୟରେ ପଚରାଉଚରା କରିବା ସହିତ ସମସ୍ତଙ୍କୁ ମାସ୍କ ସହିତ ଶୁଖିଲା ଖାଦ୍ୟ ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

ଏ ସମ୍ପର୍କରେ ଗ୍ରାମ୍ୟ ଶିଶୁ ସୁରକ୍ଷା କମିଟି ସଦସ୍ୟ ୱାର୍ଡ଼ସଭ୍ୟ, ଅଙ୍ଗନବାଡ଼ି କର୍ମୀ, ଆଶାକର୍ମୀ ଏବଂ ଗାଁ ଲୋକଙ୍କ ସହିତ ଆଲୋଚନା କରାଯାଇ ପ୍ରାଥମିକତା ଭିତିରେ ୩ଜଣ ଶିଶୁଙ୍କୁ ଶିଶୁ ଯତ୍ନ ଅନୁଷ୍ଠାନରେ ଥଇଥାନ ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା। ଏହା ସହିତ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସମସ୍ତ ଶିଶୁଙ୍କୁ ସାମିଲ କରାଯିବା ପାଇଁ ଆବଶ୍ୟକୀୟ କାଗଜପତ୍ର ସଂଗ୍ରହ କରାଯାଇଥିଲା। ଜମିହୀନ ଭୁମିହୀନ ଥିବା ଜଣାପଡିବାରୁ କିଭଳି ଜମି ଏବଂ ପ୍ରଧାନମନ୍ତ୍ରୀ ଆବାସ ଘର ମିଳିପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସଭାନେତ୍ରୀ ସୌଦାମିନୀ ବିନ୍ଧାଣୀ, କୁନ୍ତଳା ବିନ୍ଧାଣୀ ଏବଂ ଗୋଲାପି ବିନ୍ଧାଣୀ ଶିଶୁ ସୁରକ୍ଷା ଟିମର ଦୃଷ୍ଟି ଆକର୍ଷଣ କରିଥିଲେ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories