ହରଭଙ୍ଗା: ବାଲି, ପଥର ବୋଝେଇ ଭାରିଯାନ ଚଳାଚଳ ଯୋଗୁଁ ହରଭଙ୍ଗା-ଚାରିଛକ ପୂର୍ତବିଭାଗ ରାସ୍ତାର ବାଈଶିପଡ଼ା ପୋଲ ପାଖରେ ଏକ ବଡ ଗାତ ସୃଷ୍ଟି ହୋଇଥିଲା। ଖାଲ ଯୋଗୁଁ ଅନେକ ସମୟରେ ଦୁର୍ଘଟଣାମାନ ଘଟୁଥିଲା। ଏନେଇ ‘ସମାଜ’ରେ ଖବର ପ୍ରକାଶ ପାଇବା ପରେ ପୂର୍ତବିଭାଗ ପକ୍ଷରୁ ପୋଲ ପାର୍ଶ୍ବ ଖାଲରେ ପିଚୁ ଢଳେଇ କାର୍ଯ୍ୟ କରାଯାଇ ଏହାର ମରାମତି କରାଯାଇଛି। ମରାମତି ପରେ ସାଧାରଣ ଲୋକଙ୍କ ଯାତାୟତ ଅସୁବିଧା ଦୂର ହୋଇପାରିଛି।



