‘ସମାଜ’ ଆମ ଜାତିର ଗୌରବ

‘ଗୋପବନ୍ଧୁ ସାହିତ୍ୟ ମନ୍ଦିର’ ଷ୍ଟଲ୍‌ ଉଦ୍‌ଘାଟିତ

ଭୁବନେଶ୍ୱର : ପୁସ୍ତକମେଳା ଛାତ୍ରଛାତ୍ରୀ ଏବଂ ବୁଦ୍ଧିଜୀବୀଙ୍କ ପାଇଁ ବହୁତ ଉପାଦେୟ । ଜୀବନର ଉନ୍ନତି ପାଇଁ ଶିକ୍ଷାର ଆବଶ୍ୟକତା ଅଛି ଏବଂ ଶିକ୍ଷା ପାଇଁ ବହିର ଆବଶ୍ୟକତା ରହିଛି ବୋଲି କହିଛନ୍ତି ଏମ୍‌ସର ପୂର୍ବତନ ନିର୍ଦେଶକ ପ୍ରଫେସର ଡା. ଅଶୋକ ମହାପାତ୍ର ।
‘ଅକ୍ଷର’ ପୁସ୍ତକ ମେଳା ପରିସରରେ  ‘ସମାଜ’ ପକ୍ଷରୁ ଗୋପବନ୍ଧୁ ସାହିତ୍ୟ ମନ୍ଦିର ଷ୍ଟଲ୍‌ ଶୁକ୍ରବାର ସନ୍ଧ୍ୟାରେ ଉଦ୍‌ଘାଟିତ ହୋଇଯାଇଛି । ଷ୍ଟଲ୍‌କୁ ଉଦ୍‌ଘାଟନ କରି ପ୍ରଫେସର ଡା. ମହାପାତ୍ର କହିଲେ ଯେ, ସବୁବେଳେ ମୁଦ୍ରିତ ଗଣମାଧ୍ୟମର ଚାହିଦା ରହିଛି। ‘ସମାଜ’ ହେଉଛି ଆମ ଜାତି, ରାଜ୍ୟ ସର୍ବୋପରି ଆମ ଓଡ଼ିଆଙ୍କ ଗୌରବ ।  ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କର ଏହି ମାନସ ସନ୍ତାନ ଶିକ୍ଷା, ସମାଜସେବା ଆଦି ବିଭିନ୍ନ ଦିଗରେ ଆମକୁ ବାର୍ତ୍ତା ଦେଇଆସିଛି । ଅନ୍ୟତମ ଅତିଥିଭାବେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦେଶକ ଦିଲୀପ ରାଉତରାୟ  କହିଲେ ଯେ, ଓଡ଼ିଶାର ଜନମାନସରେ ‘ସମାଜ’ ଉଚ୍ଚ ସ୍ଥାନ ନେଇ ଆସିଛି ।  ଜୀବନର ଉଚ୍ଚତମ ସୋପାନରେ ପହଞ୍ଚିବା ପାଇଁ ବହି ଆମକୁ ସବୁବେଳେ ପ୍ରେରଣା ଦେଇ ଆସିଛି। ଲୋକସେବକ ମଣ୍ଡଳ ଓଡ଼ିଶା ଶାଖାର ଅଧ୍ୟକ୍ଷ ତଥା ‘ସମାଜ’ର  ମୁଦ୍ରାକର ଓ ପ୍ରକାଶକ ନିରଞ୍ଜନ ରଥ କହିଲେ ଯେ,  ପୁସ୍ତକ ବୌଦ୍ଧିକ ଚେତନାର ବିକାଶରେ ବେଶ୍‌ ସହାୟକ ହେଉଛି । ‘ସମାଜ’ରେ ଗୋପବନ୍ଧୁଙ୍କ ତ୍ୟାଗ, ସେବା ପ୍ରତିଫଳିତ ହେଉଛି।

ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ପ୍ରଶାସକ ସୁରେଶ ଚନ୍ଦ୍ର ମନ୍ତ୍ରୀ, ‘ସମାଜ’ର ବିଜ୍ଞାପନ ପରିଚାଳକ ସଞ୍ଜୟ ମିଶ୍ର, କାର୍ଟୁନିଷ୍ଟ  ଜ୍ଞାନ ରଥ, ଉପ ମୁଖ୍ୟ ସହ ସମ୍ପାଦିକା ମମତା ବିଶୋଇ, ଭୁବନେଶ୍ବର ଶାଖା ମୁଖ୍ୟ ନିହାର ରଞ୍ଜନ ପଟ୍ଟନାୟକ, ବ୍ୟୁରୋ ମୁଖ୍ୟ ଗୋପୀନାଥ ବାରିକ୍‌, ପୋର୍ଟାଲ ମୁଖ୍ୟ ଜିତ୍‌ ପଟ୍ଟନାୟକ, ସହକାରୀ ପରିଚାଳକ ବିନାୟକ ଶତପଥୀ, ତାପସ କୁମାର ପତି, ପୀୟୂଷ ମହାନ୍ତି, ହିମାଂଶୁ କର, ସନ୍ଦୀପ ଚୌଧୁରୀ, ରଶ୍ମିରଞ୍ଜନ ସ୍ବାଇଁ, ବିଶ୍ବରଞ୍ଜନ ମିଶ୍ର, କ୍ଷୀରୋଦ ଲେଙ୍କା, ଯଦୁମଣି ମହାନ୍ତ, ଭରତ ଦାସ, ପ୍ରଦୀପ ଜେନା, ସ୍ବସ୍ତିରଞ୍ଜନ ସାହୁ, ସନ୍ତୋଷ କୁମାର ଦାସ, ପ୍ରଦୀପ୍ତ କୁମାର ମିଶ୍ର, ଲଲାଟ ସାହୁ, ପ୍ରଦୀପ୍ତ ମହାନ୍ତି, ମନୋଜ କୁମାର ସାହୁ, ଯୋଗେଶ୍ବର ବିଶ୍ବାଳ, ରବୀନ୍ଦ୍ର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ।

Comments are closed.