ଜାଣନ୍ତୁ ଦୈନିକ ଖାଦ୍ୟରେ ଲୁଣ ପରିମାଣ

0

ଉଚ୍ଚ ରକ୍ତଚାପ ଆଶଙ୍କା ଦୃଷ୍ଟିରୁ ଖାଦ୍ୟରେ ଲୁଣ ପରିମାଣ ଯଥାସମ୍ଭବ ହ୍ରାସ କରିବାକୁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ ସଠିକ୍‍ ପରିମାଣର ଲୁଣ ସ୍ୱାସ୍ଥ୍ୟକାରକ ବୋଲି ଜଣାପଡ଼ିଛି। ବିଶେଷକରି ଖରାଦିନେ ଲୁଣ ପରିମାଣ କମ୍‍ କରିବା ଉଚିତ ନୁହେଁ ବୋଲି ସ୍ୱାସ୍ଥ୍ୟବିଶେଷଜ୍ଞମାନେ କହିଛନ୍ତି। ଖରାଦିନେ ଝାଳରେ ପାଣି ସହିତ ଶରୀରର ଲବଣ ଅଂଶ କ୍ଷୟ ହୁଏ। ଖରାରେ ପ୍ରାୟତଃ ପ୍ରଚୁର ପାଣି ପିଇବା ପାଇଁ ପରାମର୍ଶ ଦିଆଯାଇଥାଏ। କିନ୍ତୁ ପାଣି ସହିତ ସଠିକ ପରିମାଣର ଲୁଣ ନ ଖାଇଲେ ଶରୀରରେ ଶକ୍ତିବର୍ଦ୍ଧକ କୋଷିକା ଓ ଇଲେକ୍ଟ୍ରୋଲାଇଟ୍‍ସ୍‍ ଠିକ୍‍ ଭାବେ କାମ କରିପାରନ୍ତି ନାହିଁ। ଫଳରେ ସ୍ନାୟୁବିକ ଦୁର୍ବଳତା ଓ ହୃଦଯନ୍ତ୍ର କ୍ରିୟାରେ ଅସ୍ୱାଭାବିକତା ଦେଖାଦିଏ। ନ୍ୟାଶ୍‍ନାଲ୍‍ ଲଙ୍ଗ ଆଣ୍ଡ ବ୍ଲଡ୍‍ ଆସୋସିଏସନ୍‍ର ବିଶେଷଜ୍ଞଙ୍କ କହିବା ଅନୁଯାୟୀ ଜଣେ ସୁସ୍ଥ ମଣିଷ ଦୈନିକ ୫୦୦ ମିଲିଗ୍ରାମ ଲୁଣ ଖାଇବା ଆବଶ୍ୟକ।

 

Leave A Reply