ଭାରତ-ପାକ୍‌ ମ୍ୟାଚ୍‌ରେ ସଲମାନ-ଶାହରୁଖ ଲଢେଇ

ମୁମ୍ବାଇ: ବଲିଉଡ଼ ବାଦଶାହ ଶାହରୁଖ ଖାନ ଓ ଭାଇଜାନ୍‌ ସଲମାନ ଖାନଙ୍କ ମଧ୍ୟରେ କଡ଼ା ଟକ୍କର ହେବାକୁ ଯାଉଛି। ଦୁହିଁଙ୍କ ଫିଲ୍ମ ‘ପଠାନ୍‌’ ଓ ‘କିସିକା ଭାଇ କିସିକି ଜାନ୍‌’ ମଧ୍ୟରେ ହେବ ଜବରଦସ୍ତ ଟକ୍କର। ତେବେ ଏହି ଟକ୍କର ବକ୍ସ ଅଫିସରେ ନୁହେଁ ବରଂ ଆଇସିସି ଟି-୨୦ ବିଶ୍ୱକପ ସମୟରେ ଘଟିବାକୁ ଯାଉଛି।

ମିଳିଥିବା ସୂଚନା ମୁତାବକ, ଯେଉଁଦିନ କ୍ରିକେଟ୍ ମଇଦାନରେ ଭାରତ ବନାମ ପାକିସ୍ତାନ ଯୁଦ୍ଧ ହେବ ସେହିଦିନ ବଲିଉଡର ଦୁଇ ଖାନଙ୍କ ମଧ୍ୟରେ ଟକ୍କର ହେବ। ଭାରତ-ପାକିସ୍ତାନ ମ୍ୟାଚ୍ ଦିନ ଅର୍ଥାତ୍‌ ଅକ୍ଟୋବର ୨୩ରେ ଉଭୟଙ୍କ ଆଗାମୀ ଚଳଚ୍ଚିତ୍ରର ଟିଜର ରିଲିଜ୍ ହେବ। ଏଠାରେ ଉଲ୍ଲେଖଯୋଗ୍ୟ, ଶାହରୁଖଙ୍କ ଫିଲ୍ମ ‘ପଠାନ’ରେ ସଲମାନ ଏବଂ ସଲମାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ରେ ଶାହରୁଖଙ୍କୁ ଦେଖିବାକୁ ମିଳିବ।

ପୁଣି ଏକାଠି ନଜର ଆସିବେ ଶାହରୁଖ-ଦୀପିକା:

ୟଶରାଜ ଫିଲ୍ମସ୍ ବ୍ୟାନରରେ ନିର୍ମିତ ‘ପଠାନ୍‌’ ଚଳଚ୍ଚିତ୍ରରେ ଶାହରୁଖଙ୍କ ସହ ଦୀପିକା ପାଦୁକୋନ ଏବଂ ଜନ୍ ଆବ୍ରାହମଙ୍କୁ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ। ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ୨୫ ଜାନୁୟାରୀ, ୨୦୨୩ରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ଭାଷାରେ ମୁକ୍ତିଲାଭ କରିବ। ଏହି ଚଳଚ୍ଚିତ୍ରରେ ସଲମାନ ଖାନଙ୍କ ସଂକ୍ଷିପ୍ତ ଭୂମିକା ରହିଛି।

ବର୍ଷ ଶେଷରେ ବକ୍ସ ଅଫିସରେ ଧମାଲ୍‌ କରିବେ ସଲମାନ:

ସଲମାନ ଖାନ ୨୦୨୨ ବର୍ଷର ଶେଷରେ ବକ୍ସ ଅଫିସରେ ଧମାଲ୍‌ କରିବାକୁ ଯାଉଛନ୍ତି। ତାଙ୍କର ଚଳଚ୍ଚିତ୍ର ‘କିସି କା ଭାଇ କିସି କି ଜାନ’ ଚଳିତ ବର୍ଷ ଡିସେମ୍ବର ୩୦ରେ ପ୍ରେକ୍ଷାଳୟକୁ ଆସିବ। ଏହି ଫିଲ୍ମରେ ପୂଜା ହେଗଡେ ପ୍ରଥମ ଥର ପାଇଁ ତାଙ୍କ ସହ ନଜର ଆସିବେ। ଫରହାଦ୍ ସାମଜୀଙ୍କ ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରରେ ଭେଙ୍କଟେଶ ଦଗ୍ଗୁବତୀ, ରାମ ଚରଣ, ଜସ୍ସୀ ଗିଲ, ଶହନାଜ ଗିଲ, ସିଦ୍ଧାର୍ଥ ନିଗମ, ପଲକ ତିୱାରୀ, ରାଘବ ଜୁୟାଲ ଏହି ଚଳଚ୍ଚିତ୍ରରେ ନଜର ଆସିବେ।

 

 

Comments are closed.