Patra electronics

ସଲମାନଙ୍କ ତୃତୀୟ ଗୁଳିରେ ମରିଥିଲା କଳାହରିଣ

0

ନୂଆଦିଲ୍ଲୀ: କଳା ହରିଣ ଶିକାର ମାମଲାରେ ଆଜି ୩ଟାରେ ଯୋଧପୁର ସେସନ୍ସ କୋର୍ଟ ସଲମାନଙ୍କ ଜାମିନ ଆବେଦନର ରାୟ ପ୍ରକାଶ କରିବ। ଏହାକୁ ନେଇ ସମଗ୍ର ଦେଶରେ ଉତ୍କଣ୍ଠା ଲାଗି ରହିଛି। ସଲମାନଙ୍କୁ ଜାମିନ ମିଳବ ନା’ ସେ ପୁଣି ଜେଲ ହାଜତରେ ସୋମବାର ପର୍ଯ୍ୟନ୍ତ ରହିବେ ଏହା ଏବେ ପ୍ରମୁଖ ଆଲୋଚନା ମଧ୍ୟରୁ ଅନ୍ୟତମ ପାଲଟିଛି। ‘ହାମ ସାଥ ସାଥ ହେ’ ସିନେମାର ସୁଟିଂ ଚାଲିଥିଲା ଯୋଧପୁରରେ। ସେଥିପାଇଁ ସଲମାନଙ୍କ ସମେତ ସୈଫ, ତବୁ, ନିଲମ ଓ ସୋନାଲି ବେନ୍ଦ୍ରେଙ୍କ ସମେତ ଅନ୍ୟାନ୍ୟ କଳାକାର ଯୋଧପୁରର ଉମେଦ ପ୍ୟାଲେସରେ ରହିଥିଲେ। ୧୯୯୮ ସେପ୍ଟେମ୍ବର ୨୬ରେ ହୋଟେଲ କର୍ତ୍ତୁପକ୍ଷଙ୍କ ଦ୍ୱାରା ଏହି କଳାକାରଙ୍କୁ ରାତିରେ ବୁଲାଇବାର ବନ୍ଦୋବସ୍ତ କରାଯାଇ ଥିଲା। ସେଥିପାଇଁ ଏକ ସ୍ୱତନ୍ତ୍ର ଗାଡ଼ି ମଧ୍ୟ ହୋଟେଲ କର୍ତ୍ତୁପକ୍ଷଙ୍କ ଦ୍ୱାରା ଆୟୋଜନ କରାଯାଇ ଥିଲା। ସେଦିନ ସନ୍ଧ୍ୟାରେ ସଲମାନ ଗାଡ଼ି ଚଳାଇବାକୁ ଇଚ୍ଛାପ୍ରକାଶ କରିଥିଲେ। ରାତି ୧୦ଟାରେ ଏହି ଗାଡ଼ି ଅଭିନେତାଙ୍କୁ ନେଇ ବୁଲିବାକୁ ହୋଟେଲ ପରିସରରୁ ବାହାରି ଯାଇଥିଲା। ଡ୍ରାଇଭିଂ ସିଟ୍‌ରେ ଖୋଦ୍‌ ସଲମାନ ବସିଥିବାବେଳେ ତାଙ୍କ ପାଶ୍ୱର୍ରେ ଅଭିନେତା ସତିଶ ଶାହ ବସିଥିଲେ। ଗାଡ଼ିର ପଛ ସିଟ୍‌ରେ ତବୁ, ସୋନାଲି, ନୀଲମ ଓ ସୈଫ ବସିଥିଲେ। ଗାଡ଼ିର ପଛରେ ୟସପାଲ ନାମକ ଆଉ ଜଣେ ବ୍ୟକ୍ତି ମଧ୍ୟ ଥିଲେ। ଉକ୍ତ ବ୍ୟକ୍ତିଙ୍କ ପରାମର୍ଶରେ ସଲମାନ ଭାବଦ ନାମକ ଗ୍ରାମକୁ ଯିବାକୁ ସିଦ୍ଧାନ୍ତ ନେଇଥିଲେ। ଏହି ଗ୍ରାମ ହୋଟେଲରୁ ୪୦କିମି ଦୂରରେ ଅବସ୍ଥିତ। ସେଠାରେ ଥିବା ଅଭୟାରଣ୍ୟରେ ହରିଣ ଦେଖି ସଲମାନ ଗୁଳି ଚଲାଇଥିଲେ। ପ୍ରଥମ ଦୁଇଟି ଗୁଳି ହରିଣ ଦେହରେ ବାଜି ନଥିଲା। ତେବେ ତୃତୀୟ ଗୁଳିରେ ହରିଣର ମୃତୁ୍ୟ ହୋଇଥିଲା। ସଲମାନ ମୃତ ହରିଣ ନିକଟକୁ ଯାଇ ତା’ର ଗଳା କାଟି ଥିଲେ। ସେହିପରି ମୋଟ୍‌ ୨ଟି ହରିଣ ଶିକାର କରିଥିଲେ ସଲମାନ।

Leave A Reply