ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ
କଟକ : ସାଲେପୁର ଅଞ୍ଚଳରେ ନାବାଳିକାକୁ ବଳତ୍କାର ଓ ହତ୍ୟା ମାମଲାରେ ଅଭିଯୁକ୍ତ ବୁଧବାର ଦୋଷୀ ସାବ୍ୟସ୍ତ ହୋଇଛି । ଅଭିଯୁକ୍ତ ଜଣଙ୍କ ହେଲେ ମହମ୍ମଦ ମୁସ୍ତାକ । ମୁସ୍ତାକ ବିରୋଧରେ ଅଦାଲତ ଗୁରୁବର ଦଣ୍ଡ ଘୋଷଣା କରିବ ।
ସୂଚନା ଅନୁଯାୟୀ, ୨୦୧୮ ଏପ୍ରିଲ ୨୧ ତାରିଖରେ ୬ ବର୍ଷର ନାବାଳିକାକୁ ଭାଇ ସହ ଖେଳୁଥିବା ସମୟରେ ଚକୋଲେଟ ବାହାନାରେ ଉଠାଇ ନେଇ ବଳତ୍କାର କରି ମୁଣ୍ଡକୁ ଇଟାରେ ଛେଚି ହତ୍ୟା କରିଥିଲା । ଏଥିରେ ଗୁରୁତର ନାବାଳିକା ଜଣଙ୍କ ମୃତ୍ୟୁ ସହ ସଂଗ୍ରାମ କରି ଏସସିବିରେ ଆଖି ବୁଜିଥଲା । ଘଟଣାର ୧୯ ଦିନ ପରେ ପୁଲିସ ଚାର୍ଜସିଟ୍ ଦାଖଲ କରିଥିଲା । ଏହି ମାମଲା ଦିର୍ଘଦିନ ହେବ ବିଚାରଧିନ ଥିଲା । ଆଜି ଅଭିଯୁକ୍ତ ମହମ୍ମଦ ମୁସ୍ତାକକୁ ଦୋଷୀ ସାବ୍ୟସ୍ତ କରାଯାଇଛି ।