ମଦ ବିକ୍ରିକୁ ବିରୋଧ, ମହିଳାଙ୍କ ରାସ୍ତାରୋକ

0

କଳାପଥର(ବାଙ୍କୀ) : ବାଙ୍କୀ ଉପଖଣ୍ଡର ବାଙ୍କୀ ଓ ବେଦ୍ୟେଶ୍ୱର ଥାନା ଅଞ୍ଚଳରେ ଚୋରା ଦେଶୀ,ବିଦେଶୀ ଓ ପୋଚରନ୍ଧା ମଦର ବହୁଳ ବିକ୍ରି ଚାଲିଛି। ଗାଁ ଗଣ୍ଡାରେ ଦେଶୀ ମଦ ଓ ନକଲି ବିଦେଶୀ ମଦର ବିକ୍ର ହେବା ଯୋଗୁଁ ଅସାମାଜିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଚୋରି ,ରାହାଜାନି,ଗଣ୍ଡୋଗଳ ବୃଦ୍ଧି ପାଉଥିବା ବେଳେ ପାରିବାରିକ ଅଶାନ୍ତି ବଢୁଛି। ଏସବୁ ଦିଗ ପ୍ରତି ପୁଲିସ କିମ୍ବା ଅବକାରୀ ବିଭାଗ ଦୃଷ୍ଟି  ନଥିବା ଅଭିଯୋଗ ହେଉଛି । ଏଥିପାଇଁ ଚୋରା ମଦ କାରବାର ଖୁଲମଖୁଲା ଭାବରେ ବଢି ଚାଲିଛି।

prayash

ଶୁକ୍ରବାରରେ ପୁଇଁଚା ପଞ୍ଚାୟତ କଢାମଲ ଗ୍ରାମର ମହିଳା ଗୋଷ୍ଠୀର ସଦସ୍ୟା ମାନେ ଏକତ୍ରିତ ହୋଇ ମଦ ବିକ୍ରି କୁ ବନ୍ଦ ଦାବିରେ ବାଘମାରି- କଣ୍ଟିଲୋ ରାସ୍ତାରୋକ କରିଥିଲେ। ଦୀର୍ଘ ସମୟ ଧରି ରାସ୍ତା ଅବରୋଧ କରାଯିବା ଫଳରେ ଗାଡି ଚଳାଚଳ ବ୍ୟାହତ ହେଇଥିଲା। ଖବର ପାଇ ବୈଦେଶ୍ୱର ଥାନା ପୁଲିସ ଘଟଳାସ୍ଥଳରେ ପହଞ୍ଚି ମହିଳାଙ୍କୁ ବୁଝା ସୁଝା କରିଥିଲେ । ଉତ୍ୟକ୍ତ ମହିଳା ମାନେ ପୁଲିସ ବିରୁଦ୍ଧରେ ସ୍ଲୋଗାନ ଦେଇଥିଲେ। ପରେ ଗ୍ରାମରେ ୫ ଜଣରୁ ଉର୍ଦ୍ଧ ଚୋରା ମଦ ବ୍ୟବସାୟୀ ଙ୍କ ଘର ଓ ଦୋକାନ ପ୍ରାୟ ୧ କମି ପଯ୍ୟନ୍ତ ପୁଲିସ ମାନଙ୍କୁ ଖରାରେ ଚଲାଇ ଚଲାଇ ଦେଖାଇଥିଲେ। ଏଠାରେ ଚୋରା ମଦ ବିକ୍ରି ବୃଦ୍ଧି ପାଉଥିବାରୁ ଦୋଷୀମାନଙ୍କ  ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଦାବି ହେଉଛି ।

kalyan agarbati
Leave A Reply