www.samajalive.in
Monday, December 8, 2025
16.1 C
Bhubaneswar

ସେନାପଟାଲାଗି ପାଇଁ ସାକ୍ଷୀଗୋପାଳରେ ବଉଳ ବୃକ୍ଷ ଚିହ୍ନଟ 

ସାକ୍ଷୀଗୋପାଳ : ପବିତ୍ର ରଥଯାତ୍ରା ଅବସରରେ ଶ୍ରୀ ଶ୍ରୀଜଗନ୍ନାଥ ଶ୍ରୀ ଶ୍ରୀ ବଳଭ୍ରଦ ଦେବୀ ସୁଭଦ୍ରାଙ୍କର ବାହୁଟ ଓ ସେନାପଟାଲାଗି ସେବାପାଇଁ ସାକ୍ଷୀଗୋପାଳରେ ଵଉଳ ବୃକ୍ଷ ଚିହ୍ନଟ କରାଯାଇଛି।  ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବରିଷ୍ଠ ତତ୍ତ୍ଵାଵଧାରକ ସୁଦର୍ଶନ ମେକାପ , ସର୍ଦ୍ଦାର ଭୋଇସେଵକ ରବି ଭୋଇ, ସହଯୋଗୀ କାଳିଆ ଭୋଇ , ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ପ୍ରମୁଖ ସାକ୍ଷୀଗୋପାଳର ବିଭିନ୍ନ ଅଞ୍ଚଳରେ ଵଉଳ ବୃକ୍ଷ ଖୋଜିବା ପରେ ଶନିବାର  ଶ୍ରୀରାମଚନ୍ଦ୍ରପୁର ବଡବନ୍ଧ ନିକଟ ସୁରେଶ ଚନ୍ଦ୍ର ତ୍ରିପାଠୀଙ୍କ ବଗିଚାରେ ରହିଥିବା ବଉଳ ବୃକ୍ଷଟିର ସନ୍ଧାନ ପାଇଥିଲେ । ଉପଯୁକ୍ତ ମାପର ହୋଇଥିବା ବୃକ୍ଷ ଟି ମହାପ୍ରଭୁଙ୍କ ପହଣ୍ଡି ସେବା ଲାଗି ଉପଯୁକ୍ତ ବୋଲି ସିଦ୍ଧାନ୍ତ ହୋଇଥିଲା।
ରବିବାର ସକାଳେ ସାକ୍ଷୀଗୋପାଳ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱବାସୀ ତ୍ରିପାଠୀ, ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ,  ଅବସରପ୍ରାପ୍ତ ଶିକ୍ଷକ ସତ୍ୟବାଦୀ ଦାଶ,  ଧୀରେନ୍ଦ୍ର ସେନାପତି, ଅମର ଶତପଥୀ ଙ୍କ ସହିତ ବଦ୍ରିନାରାୟଣ ଖୁଣ୍ଟିଆ    ଗିରିଜା ଶଙ୍କର ମହାପାତ୍ର, ଉମାଶଙ୍କର ମହାପାତ୍ର, ନବ କିଶୋର  ମିଶ୍ର, ପ୍ରଶାନ୍ତ କୁମାର ବିଶ୍ୱାଳ ଓ ହୁଲାସ ଭୋଇ ବଗିଚାରେ ପହଞ୍ଚି ଚିହ୍ନଟ ବୃକ୍ଷରେ ପାଟବସ୍ତ୍ର ବାନ୍ଧି ଦେଇ ମହାପ୍ରଭୁଙ୍କ ସେବାପାଇଁ ଉତ୍ସର୍ଗ କରିଥିଲେ। ଗଛଟିକୁ ଦେଖିବା ପରେ ଉପସ୍ଥିତ ଥିବା ଅଧିକାରୀ ଓ ଜନସାଧାରଣ ମାନେ ମୁଣ୍ଡିଆ ମାରି ପ୍ରଣାମ କରିଥିଲେ । ଆସନ୍ତା ମଙ୍ଗଳବାର ଦିନ ପବିତ୍ର ନିର୍ଜଳା ଏକାଦଶୀ ତିଥିରେ ଜଗନ୍ନାଥଙ୍କ ଆଜ୍ଞାମାଳ ଲାଗି କରାଯାଇ ପୂଜାର୍ଚ୍ଚନା ପରେ ବୃକ୍ଷ ଛେଦନ କରାଯିବ। ବକୁଳଵନ ସ୍ଥିତ ଶ୍ରୀ ସିଦ୍ଧ ବକୁଳ ମନ୍ଦିର ନିକଟରୁ ଏକ ବର୍ଣ୍ଣାଢ଼୍ୟ ଆଧ୍ୟାତ୍ମିକ ଶୋଭାଯାତ୍ରାରେ ସତ୍ୟବାଦୀରୁ ଶ୍ରୀକ୍ଷେତ୍ର ଅଭିମୁଖେ  ବଉଳ କାଠ ମେଲାଣି  ଦିଆଯିବ ବୋଲି ସତ୍ୟବାଦୀ ସଂସ୍କୃତି ସୁରକ୍ଷା ମଞ୍ଚର ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ର ଜଣାଇଛନ୍ତି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories