www.samajalive.in
Saturday, December 6, 2025
26.1 C
Bhubaneswar

ଓଡ଼ିଶା ଆସିବ ‘କଂଗ୍ରେସ ଫ୍ୟାକ୍ଟ ଫାଇଣ୍ଡିଂ’ ଟିମ୍‌: ପରାଜୟର କାରଣ ଖୋଜିବ

ନୂଆଦିଲ୍ଲୀ : ୨୦୨୪ ନିର୍ବାଚନରେ ରାଜ୍ୟରେ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନର କାରଣ ଅନୁଧ୍ୟାନ କରିବା ପାଇଁ ଅଖିଳ ଭାରତ କଂଗ୍ରେସ କମିଟି ଦ୍ୱାରା ନିଯୁକ୍ତ ‘ଫ୍ୟାକ୍ଟ ଫାଇଣ୍ଡିଂ ଟିମ’ ଜୁଲାଇ ୬ ପରେ ଓଡ଼ିଶା ଗସ୍ତ କରିବ ବୋଲି ଟିମ ସଦସ୍ୟ ତଥା ସାଂସଦ ତାରିକ ଅନୱାର କହିଛନ୍ତି। ଗତ ସପ୍ତାହରେ ଟିମର ଅନ୍ୟତମ ସଦସ୍ୟ ଅଜୟ ମାକେନଙ୍କ ମାଆଙ୍କ ମୃତ୍ୟୁ ଯୋଗୁଁ ଗସ୍ତ କାର୍ଯ୍ୟକ୍ରମରେ ବିଳମ୍ବ ଘଟିଛି। ଆଗାମୀ ଦୁଇ ତିନ ଦିନ ମଧ୍ୟରେ ଓଡ଼ିଶା ଗସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହେବ ବୋଲି ଶ୍ରୀ ଅନୱାର ସୂଚନା ଦେଇଛନ୍ତି। ନିର୍ବାଚନରେ ଓଡ଼ିଶା ସମେତ ମଧ୍ୟପ୍ରଦେଶ, ଛତିଶଗଡ଼, ଦିଲ୍ଳୀ, ହିମାଚଳ ପ୍ରଦେଶ, କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଉତ୍ତରାଖଣ୍ଡରେ କଂଗ୍ରେସ ଦଳର ଦୁର୍ବଳ ପ୍ରଦର୍ଶନ ତଥା ପ୍ରାର୍ଥୀଙ୍କ ପରାଜୟର କାରଣ ଜାଣିବାକୁ ଅଖିଳ ଭାରତ କଂଗ୍ରେସ କମିଟି ରାଜ୍ୟୱାରି ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ କରିଛି। ‘ଫ୍ୟାକ୍ଟ ଫାଇଣ୍ଡିଂ’ କମିଟି ରିପୋର୍ଟ ଆଧାରରେ ଅଖିଳ ଭାରତ କଂଗ୍ରେସ କମିଟି ସଭାପତି ମଲ୍ଲିକାଜ୍ଜୁନ ଖାଡ଼ଗେ ସମୀକ୍ଷା କରିବେ। ଓଡ଼ିଶା ପାଇଁ ଗଠିତ ଫ୍ୟାକ୍ଟ ଫାଇଣ୍ଡିଂ ଟିମରେ ବରିଷ୍ଠ କଂଗ୍ରେସ ନେତା ଅଜୟ ମାକେନ ଏବଂ ତାରିକ ଅନୱାର ସ୍ଥାନ ପାଇଛନ୍ତି।

Hot this week

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

ଭାରତକୁ ୨୭୧ ରନର ଟାର୍ଗେଟ ଦେଲା ଦକ୍ଷିଣଆଫ୍ରିକା

ସମାଜଲାଇଭ ଡେସ୍କ: ଅନ୍ତିମ ଦିନିକିଆରେ ଭାରତକୁ ୨୭୧ ରନର ଟାର୍ଗେଟ ଦେଇଛି...

ବିଜେପିରେ ମିଶିଲେ ପ୍ରଫୁଲ୍ଲ ସାମଲଙ୍କ ଦୁଇ ପୁଅ

ଭୁବନେଶ୍ଵର: ବିଜେଡିକୁ ଶକ୍ତ ଝଟ୍‌କା ଲାଗିଛି। ପୂର୍ବତନ ମନ୍ତ୍ରୀ ତଥା ବିଜେଡି...

Related Articles

Popular Categories