ଭୁବନେଶ୍ବର : କେନ୍ଦ୍ର କ୍ୟାବିନେଟ ଓଡ଼ିଶା କ୍ୟାଡରର ୧୯୯୦ ବ୍ୟାଚ୍ ଆଇଏଏସ ଅଫିସର ମନୋଜ ଆହୁଜାଙ୍କୁ ଓଡ଼ିଶା ଫେରିବା ନିମନ୍ତେ ଅନୁମତି ଦେଇଛି। ଏଥିନେଇ ମଙ୍ଗଳବାର କ୍ୟାବିନେଟ ମନୋଜଙ୍କ ଫେରିବା ଉପରେ ମୋହର ଲଗାଇଛି। ଶ୍ରୀ ଆହୁଜା ଓଡ଼ିଶାକୁ ଫେରୁଥିବାରୁ ସେ ରାଜ୍ୟର ପରବର୍ତ୍ତୀ ମୁଖ୍ୟ ଶାସନ ସଚିବ ହେବା ନେଇ କଳ୍ପନାଜଳ୍ପନା ପ୍ରକାଶ ପାଇଛି। ବର୍ତ୍ତମାନ ଶ୍ରୀ ଆହୁଜା କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ବିଭାଗର ସଚିବ ଅଛନ୍ତି। ସୂଚନାଯୋଗ୍ୟ, ବର୍ତ୍ତମାନ ରାଜ୍ୟର ମୁଖ୍ୟଶାସନ ସଚିବ ଥିବା ପ୍ରଦୀପ ଜେନାଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଜୁନ୍ ୩୦ରେ ଶେଷ ହେଉଛି। ତାଙ୍କ କାର୍ଯ୍ୟକାଳ ବୃଦ୍ଧି ନ କରି ରାଜ୍ୟ ସରକାର ଶ୍ରୀ ଆହୁଜାଙ୍କୁ ମୁଖ୍ୟ ଶାସନ ସଚିବ ପଦରେ ଅବସ୍ଥାପିତ କରିବାର ସମ୍ଭାବନା ଥିବା ବିଶେଷସୂତ୍ରରୁ ସୂଚନା ମିଳିଛି। ଅନ୍ୟପକ୍ଷରେ ବିଜେପି ସରକାର ଆସିବା ପରେ ରାଜ୍ୟରେ ପ୍ରଶାସନିକସ୍ତରରେ ସଂସ୍କାର ଆଣିବାକୁ ଶୀଘ୍ର ବଡ଼ଧରଣର ଅଦଳବଦଳ ଯୋଜନା କରୁଥିବା ଜଣାପଡ଼ିଛି।
Popular Categories



