www.samajalive.in
Saturday, December 6, 2025
19.1 C
Bhubaneswar

ଘୋରଡିଆରେ ବୋମାମାଡ: ୨ପ୍ଲାଟୁନ୍‍ ଫୋର୍ସ ମୂତୟନ, ସାଇଣ୍ଟିଫିକ୍ ଟିମର ତଦନ୍ତ ଜାରି

ପିପିଲି: ପୁରୀ ଜିଲ୍ଲା ଡେଲାଙ୍ଗ ଥାନା ଅନ୍ତର୍ଗତ ଘୋରଡିଆ ଗାଁରେ ବୋମାମାଡ।  ପୂର୍ବ ବିବାଦକୁ କେନ୍ଦ୍ର କରି ଗତ ୨୧ ତାରିଖରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏଥିରେ ଜଣେ ଗୁରୁତର ହୋଇ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ସୂଚନା ମିଳିଛି । ଏହି ଘଟଣାରେ ଡେଲାଙ୍ଗ ପୁଲିସ ୨ଜଣଙ୍କୁ ଗିରଫ କରିଥିଲା । ଏହି ଘଟଣାକୁ କେନ୍ଦ୍ର କରି ୨୧ ତାରିଖ ଠାରୁ ସେଠାରେ ଦୁଇଗୋଷ୍ଠୀ ମଧ୍ୟରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ମଙ୍ଗଳବାର ରାତିରେ ଲାଇନ୍‍ କଟିଥିବା ବେଳେ ସାଢେ ୯ଟାରୁ ୧୦ଟା ମଧ୍ୟରେ ଅନ୍ଧାରର ସୁଯୋଗ ନେଇ କୌଣସି ଅସାମାଜିକ ବ୍ୟକ୍ତି ସେଠାରେ ଗୋଟିଏ ବୋମାମାଡ କରିଥିବା ସୂଚନା ମିଳିଛି । ସେଠାକାର ଏକ ବିଦ୍ୟାଳୟର ପ୍ରାଚୀର ନିକଟରେ ବୋମାଟି ବିସ୍ଫୋରଣ ହୋଇଥିବା ସଂପର୍କରେ ପୁଲିସ ସୂତ୍ରରୁ ସୂଚନା ମିଳିଛି । ବୋମାର ପ୍ରଚଣ୍ଡ ଶବ୍ଦରେ ଆଖପାଖ ଅଞ୍ଚଳ ଥରି ଉଠିଥିବା ବେଳେ ଖବର ପାଇ ପୁରୀର ଅତିରିକ୍ତ ଏସ୍‍ପି ବିଷ୍ଣୁ ପ୍ରସାଦ ପତି, ପିପିଲି ଏସ୍‍ଡିପିଓ ବିରଞ୍ଚି ପତି ଓ ଡେଲାଙ୍ଗ ଥାନାଧିକାରୀ ଦେବାଶିଷ ମହାନ୍ତି ପ୍ରମୁଖ ଘଟଣାସ୍ଥଳରେ ପହଞ୍ôଚ ଘଟଣାର ଅନୁସନ୍ଧାନ ଚଳାଇଛନ୍ତି । ଘଟଣାସ୍ଥଳରେ ଫୁଟା ବୋମାର ଛିଣ୍ଡା ସୁତୁଲି, ଗୋଡି ଆଦି ପଡିଥିବା ବେଳେ ଆଜି ସକାଳୁ ସାଇଣ୍ଟିଫିକ୍‍ ଟିମ୍‍ ଘଟଣାସ୍ଥଳକୁ ଯାଇ ଅଧିକ ତଦନ୍ତ ଜାରି ରଖିଛି।  ଏହି ଘଟଣାରେ ସଂପୃକ୍ତ ଥିବା ଅସାମାଜିକ ବ୍ୟକ୍ତିଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି । ଏହି ଘଟଣାକୁ କେନ୍ଦ୍ର କରି ସେଠାରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ସୂଚନା ମିଳିଛି । ମଙ୍ଗଳବାର ରାତି ୧୨ଟା ସୁଦ୍ଧା ଘୋରଡିଆରେ ମୋଟ୍‍ ୨ ପ୍ଲାଟୁନ୍‍ ଫୋର୍ସ ମୂତୟନ କରାଯାଇଥିବା ବେଳେ ପୁଲିସ ସମଗ୍ର ଅଞ୍ଚଳରେ ରାତ୍ର ପେଟ୍ରୋଲିଂକୁ କଡାକଡି କରିଛି । ପୁଲିସ ଗାଡି ଘନ ଘନ ସମଗ୍ର ଅଞ୍ଚଳରେ ପଇଁତରା ମାରୁଛି ।

Hot this week

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

Related Articles

Popular Categories