www.samajalive.in
Sunday, December 7, 2025
23.1 C
Bhubaneswar

ବିଦ୍ୟାର୍ଥୀଙ୍କ ପାଇଁ ଶୁଭ ହେବ ଆଜିର ଦିନ: ବୁଧବାର ରାଶିଫଳ

ମେଷ: ଅଧିକ ଜ୍ଞାନ ଆହରଣ ପାଇଁ ଆଗ୍ରହୀ ହେବେ। ସତକର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ସରକାରୀ ସ୍ତରରୁ ଅର୍ଥ ସହିତ ସମ୍ମାନ ପ୍ରାପ୍ତିର ସୂଚନା ମିଳୁଛି। କାର୍ଯ୍ୟରେ ସଫଳ ହେବେ।
ବୃଷ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ଲାଭ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦୀୟ ଘଟଣାରେ ବିଜୟୀ ହେବେ। କରିତ୍‌କର୍ମା ହେବେ।
ମିଥୁନ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ମିଳିଥିବା କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ନମସ୍ୟ ହୋଇପାରନ୍ତି। ବହୁ ସୁଖକର ଘଟଣାମାନ ଘଟିବ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ।
କର୍କଟ: ଆର୍ଥିକ ସ୍ଥିତି ସାମୟିକ ଭାବେ ଦୁର୍ବଳ ହୋଇପାରେ। ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ମନରେ ଉଦ୍‌ବେଗ ଜାତ ହୋଇପାରେ। ସତର୍କରେ ଚଳିବାକୁ ପଡ଼ିବ।
ସିଂହ: ଆଜି ଦିନଟି ଆପଣଙ୍କ ପାଇଁ ଅମୃତମୟ ହେବ। ବହୁ ସୁଖକର ଘଟଣାମାନ ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିପାରନ୍ତି। ସ୍ବାତ୍ତିକ ଆହର ଭୋଜନ କରିବେ।
କନ୍ୟା:ଲାଗି ରହିଥିବା ଶତ୍ରୁତାର ଅବସାନ ଘଟିବ। ମନରେ ଶାନ୍ତିପୂର୍ଣ୍ଣ ବାତାବରଣ ସୃଷ୍ଟି ହେବ। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ମନସ୍କାମନା ପୂରଣ ହେବ।
ତୁଳା: ପାପ ପ୍ରତି ପରାଙ୍‌ମୁଖ ହେବେ। ଜିତେନ୍ଦ୍ରୀୟ ହେବେ। ସନ୍ମାର୍ଗୀ ହୋଇପାରନ୍ତି। ଧନାଗମ ହେବ। ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ। ବିଦ୍ୟାର୍ଥୀ କର୍ମତତ୍ପର ହେବେ। ଶାସ୍ତ୍ର ପ୍ରତି ଅନୁରକ୍ତି ରହିବ।
ବିଛା: କର୍ମକୁଶଳୀ ହେବେ। କାର୍ଯ୍ୟ ଯେତେ କଠିନ ଓ କଷ୍ଟଦାୟକ ହେଲେ ବି ତା’ର ସୁସମ୍ପାଦନା କରି ଉଚିତ୍‌ ପ୍ରାପ୍ୟ ହାସଲ କରିପାରନ୍ତି। ଯାନବାହନ ସୁଖ ମିଳିବ। କୃଷିକର୍ମ ପ୍ରତି ପ୍ରେରଣାଦାୟୀ ହେବେ।
ଧନୁ: ଧର୍ମକର୍ମ ସମ୍ପାଦନ କରିପାରନ୍ତି। ଏକ ଉତ୍ତମ ଓ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନିର୍ବାହ କରିବେ। କର୍ମ​‌େକ୍ଷତ୍ରକୁ ଉଳମୟ କରିବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଉତ୍ତମ ଗୁଣର ଅଧିକାରୀ ହେବେ।
ମକର:କାର୍ଯ୍ୟର ସଫଳ ରୂପାୟନ କରିି ପ୍ରଶଂସାର ପାତ୍ର ହେବେ। ସ୍ବକର୍ମ ବଳରେ କ୍ଷମତାର ଅଧିକାରୀ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିପାରନ୍ତି। ବିବାଦୀୟ ଘଟଣାରେ ବିଜୟୀ ହେବେ।
କୁମ୍ଭ:ସ୍ବାସ୍ଥ୍ୟ ପ୍ରତି ସଚେତନତା ଆବଶ୍ୟକ। ଶୁଭକାର୍ଯ୍ୟକୁ ସ୍ଥଗିତ ରଖିପାରନ୍ତି। ଜଳଯାତ୍ରାରୁ ବିରତ ରହିବା ଭଲ ହେବ। ନିଜ ଲୋକଙ୍କ ନିକଟରେ ମନର ଆବେଗକୁ ବ୍ୟକ୍ତ କରିବେ। ସତର୍କତା ଆବଶ୍ୟକ।
ମୀନ: ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ। ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ରୁଚିକର ଭୋଜନ ପାଇ ଆନନ୍ଦିତ ହେବେ। ପରୋପକାରୀ ହେବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories