www.samajalive.in
Friday, December 5, 2025
17.1 C
Bhubaneswar

ଭିଜିଲାନ୍ସ ଜାଲରେ ଆରଆଇ: ୭ହଜାର ଟଙ୍କା ଲାଞ୍ଚ ନେବାବେଳେ ଧରାପଡିଲେ

ବ୍ରହ୍ମପୁର : ଜଣେ ବ୍ୟକ୍ତିଙ୍କ ଜମି ମୂଲ୍ୟାୟନ ପାଇଁ ୭୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଗଞ୍ଜାମ ଜିଲା ବେଲଗୁଣ୍ଠା ତହସିଲ ଅନ୍ତର୍ଗତ ଗାଙ୍ଗପୁର ରାଜସ୍ବ ନିରୀକ୍ଷକ ପ୍ରଦୀପ କୁମାର ଗୌଡ଼। ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ତାଙ୍କୁ ଗିରଫ କରାଯିବା ସହ ତାଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଚଢଉ ଜାରି ରହିଛି।  ସୂଚନାପ୍ରକାରେ, ଗାଙ୍ଗପୁର ଅଞ୍ଚଳର ଜଣେ ବ୍ୟକ୍ତି ଏକ ଜମି କିଣିଥିଲେ।  ସେହି ଜମିର ମୂଲ୍ୟାୟନ ପାଇଁ ସେ ଗାଙ୍ଗପୁର ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟରେ ଆବେଦନ କରିଥିଲେ। ହେଲେ ଏହି କାର୍ଯ୍ୟ ପାଇଁ ରାଜସ୍ବ ନିରୀକ୍ଷକ ଗୌଡ ୭୦୦୦ ଟଙ୍କା ଲାଞ୍ଚ ଦାବି କରିଥିଲେ। ଏହି ଘଟଣାକୁ ନେଇ ଆବେଦନକାରୀ ବ୍ରହ୍ମପୁର ଭିଜିଲାନ୍ସର ଦ୍ବାରସ୍ଥ ହୋଇଥିଲେ ା ସେହିକ୍ରମରେ ରାଜସ୍ବ ନିରୀକ୍ଷକଙ୍କୁ କାବୁ କରିବାକୁ ଭିଜିଲାନ୍ସ ପକ୍ଷରୁ ଯୋଜନା ହୋଇଥିଲା। ମଙ୍ଗଳବାର ଅପରାହ୍ଣରେ ଆବେଦନକାରୀ ଜଣଙ୍କ ଗାଙ୍ଗପୁର ରାଜସ୍ବ କାର୍ଯ୍ୟାଳୟକୁ ଯାଇ ନିରୀକ୍ଷକଙ୍କ ଦାବି ମୁତାବକ ତାଙ୍କୁ ୭୦୦୦ ଟଙ୍କା ଦେଇଥିଲେ। ଏହି ସମୟରେ କାର୍ଯ୍ୟାଳୟ ନିକଟରେ ପୂର୍ବରୁ ଛପି ରହିଥିବା ଭିଜିଲାନ୍ସ ଅଧିକାରୀମାନେ ରାଜସ୍ବ ନିରୀକ୍ଷକ ଗୌଡକୁ କାବୁ କରିବା ସହ ତାଙ୍କ ନିକଟରୁ ସମସ୍ତ ଲାଞ୍ଚ ଟଙ୍କା ଜବତ କରିଥିଲେ। ଘଟଣାକୁ ନେଇ ବ୍ରହ୍ମପୁର ଭିଜିଲାନ୍ସରେ ଏକ ମାମଲାରୁଜୁ ହୋଇଛି। ଭିଜିଲାନ୍ସ ପକ୍ଷରୁ ରାଜସ୍ବ ନିରୀକ୍ଷକଙ୍କ କାର୍ଯ୍ୟାଳୟ ସମେତ ଭଞ୍ଜନଗର ଜିଲୁଣ୍ଡି ସ୍ଥିତ ବାସଭବନରେ ଚଢଉ କାରି ରହିଛି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

Related Articles

Popular Categories