www.samajalive.in
Monday, December 15, 2025
26.1 C
Bhubaneswar

ଲୋକୋ ପାଇଲଟଙ୍କୁ ଅପହରଣ ପରେ ଲୁଟ, ୩ ଗିରଫ

ରାଉରକେଲା: ଜଣେ ଲୋକୋ ପାଇଲଟଙ୍କୁ ଅପହରଣ କରିବା ପରେ ତାଙ୍କଠାରୁ ଲୁଟ କରିବା ଘଟଣାରେ ରାଉରକେଲା ପୁଲିସ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ପୁଲିସ ସମସ୍ତଙ୍କୁ ଭୁବନେଶ୍ଵରରୁ ଗିରଫ କରିଥିବା ସୂଚନା ମିଳିଛି। ଲୁଟର ଶିକାର ହୋଇଥିବା ଲୋକୋ ପାଇଲଟ ହେଉଛନ୍ତି ନିହାର ସରକାର। ଗତ ୨୨ ତାରିଖରେ ୩ ଅଭିଯୁକ୍ତ ନିହାରଙ୍କୁ ଅପହରଣ କରିନେଇଥିଲେ। ପରେ ତାଙ୍କୁ ଡରାଇ ଧମକାଇ ତାଙ୍କଠାରୁ ୧ ଲକ୍ଷ ୨୪ ହଜାର ଟଙ୍କା ଲୁଟି ନେଇଥିଲେ। ପରେ ସେମାନେ ନିହାରଙ୍କୁ ଛାଡ଼ି ଦେଇଥିଲେ। ନିହାରଙ୍କଠାରୁ ୟୁପିଆଇ ପିନ୍‌ କୋଡ୍ ନେଇ ଅଭିଯୁକ୍ତମାନେ ତାଙ୍କ ଆକାଉଣ୍ଟରୁ ଟଙ୍କା ଲୁଟି ନେଇଥିବା ନିହାର ଛେଣ୍ଡ ଥାନାରେ ଅଭିଯୋଗ କରିଥିଲେ। ଏପରି କି ତାଙ୍କଠାରୁ ସୁନା ଚେନ ଏବଂ ଘଣ୍ଟା ମଧ୍ୟ ଅଭିଯୁକ୍ତମାନେ ଲୁଟି ନେଇଥିଲେ। ପୁଲିସ ଘଟଣାର ତଦନ୍ତ କରିବା ସହିତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି। ସେମାନଙ୍କଠାରୁ ଅପହରଣରେ ବ୍ୟବହୃତ କାର ଜବତ ହୋଇଛି।

Hot this week

ଜୋର୍ଡାନରେ ପ୍ରଧାନମନ୍ତ୍ରୀ ମୋଦୀ

ସମାଜଲାଇଭ ଡେସ୍କ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତ୍ରିରାଷ୍ଟ୍ରୀୟ ଗସ୍ତରେ ଯାଇ ସୋମବାର...

କେନାଲକୁ ନେଇ ଉତ୍ତେଜନା: ପ୍ରଶାସନ-ଗ୍ରାମବାସୀ ମୁହାଁମୁହିଁ, ୫୦ ଅଟକ

ସମାଜଲାଇଭ ଡେସ୍କ: ପୁରୀ ଜିଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ ଚଉଦ ମଉଜା...

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

Related Articles

Popular Categories