ସମ୍ବଲପୁରରେ କାମଳ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ ଛୁଇଁଲା

ଅନୁସନ୍ଧାନ ପରେ ରିପୋର୍ଟ ଦେବେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ୨ ଜଣିଆ ଟିମ୍‍

ସମ୍ବଲପୁର : ସମ୍ବଲପୁରରେ କାମଳ ରୋଗ ବ୍ୟାପିବାରେ ଲାଗିଛି। ଏଯାବତ ଆକ୍ରାନ୍ତଙ୍କ ୧୦୦ ଛୁଇଁଥିବା ଜଣାପଡିଛି। ସୋମବାର ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦେଶାଳୟର ଦୁଇ ଜଣିଆ ଦଳ ସମ୍ବଲପୁରରେ ପହଞ୍ଚି ପ୍ରଭାବିତ କୁମ୍ଭାରପଡ଼ା ଓ ଶାଲିଆ ବଗିଚା, ପେନସନପଡା, ଧୋବପଡା, କାଳିବାଡି ଆଦି ଅଂଚଳରେ ଅନୁସନ୍ଧାନ କରିଛନ୍ତି। ଦୂଷିତ ଜଳ ଓ ଖାଦ୍ୟ ପାଇଁ କାମଳ ରୋଗ ବ୍ୟାପୁଥିବା କୁହାଯାଉଛି। ୧୪ ବର୍ଷରୁ କମ ବୟସ୍କ ମାନେ ବେଶୀ ଆକ୍ରାନ୍ତଥିବାରୁ ରାସ୍ତାକଡ ଖାଦ୍ୟ ବ୍ୟବହାର ନକରିବାକୁ ପରାମର୍ଶ ଦିଆଯାଇଛି।

Comments are closed.