www.samajalive.in
Sunday, December 7, 2025
26.1 C
Bhubaneswar

ଓଡ଼ିଶା ଉପକୂଳରେ ୨ଦିନିଆ ‘ସାଗର କବଚ’ ଅଭିଯାନ

ଧାମରା: ଦିନକୁ ଦିନ ରାଜ୍ୟ ସୀମାନ୍ତ ତଥା ଉପକୂଳବର୍ତ୍ତୀ ଇଲାକାରେ ଆତଙ୍କବାଦୀ କାର୍ଯ୍ୟକଳାପ ବଢି ଚାଲିଛି। ଏମାନଙ୍କୁ ପ୍ରତିହତ କରିବା ପାଇଁ କାର୍ଯ୍ୟ ଆରମ୍ଭ ହୋଇଛି। ଧାମରା ସମେତ ସାରା ରାଜ୍ୟର ଉପକୂଳ ଅଞ୍ଚଳରେ ଆରମ୍ଭ ହୋଇଥିବା ତଟ ସୁରକ୍ଷା ‘ସାଗର କବଚ’ର ପ୍ରଥମ ଦିନରେ ୩ ଆତଙ୍କବାଦୀଙ୍କୁ ଧରିବାରେ ରାଜ୍ୟ ପୁଲିସକୁ ସଫଳତା ମିଳିଛି। ଓଡିଶା ଉପକୂଳକୁ ସୁରକ୍ଷା ପ୍ରଦାନ କରିବା ପାଇଁ ଆଗେଇ ଆସିଥିବା ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୁଲିସ, ଭାରତୀୟ ନେଭି ସମେତ ସହଯୋଗର ହାତ ବଢାଇଛି ଆନ୍ଧ୍ର ଏବଂ ପଶ୍ଚିମବଙ୍ଗ ପୁଲିସ। ମୁମ୍ବଇ ୨୬ ନଭେମ୍ବର ୨୦୧୧ରେ ହୋଇଯାଇଥିବା ଆତଙ୍କବାଦୀ କାର୍ଯ୍ୟକଳାପକୁ ପ୍ରତିହିତ କରିବା ତଥା ଆତଙ୍କବାଦୀଙ୍କୁ ସମୂଳେ ଲୋପ କରିବା ଏଇ କାର୍ଯ୍ୟକ୍ରମରେ ଅର୍ନ୍ତଭୁକ୍ତ। ଓଡିଶା ସରକାରଙ୍କ ତରଫରୁ ଉପକୂଳବର୍ତ୍ତୀ ଅଞ୍ଚଳ ଯଥା- ଧାମରା, କସିଆ, ଚୁଡାମଣୀ, ଚାନ୍ଦିପୁର, ପାରାଦ୍ୱୀପ, ପୁରୀ ଏବଂ ଗୋପାଳପୁର ଠାରେ ମଙ୍ଗଳବାର ସକାଳ ୬ଟାରେ ଆରମ୍ଭ ହୋଇଛି ଉପକୂଳ ସୁରକ୍ଷାଭ୍ୟାସ। ଏଥିପାଇଁ ଗୋଟିଏ ଦଳରେ ଭାରତୀୟ ତଟରକ୍ଷୀ ବାହିନୀ, ରାଜ୍ୟ ପୁଲିସ ଏବଂ ଭାରତୀୟ ନେଭିର କିଛି ସଦସ୍ୟ ଗୁପ୍ତଚର(ବ୍ଲୁ ଫୋର୍ସ) ହିସାବରେ ଧାମରା ଅଞ୍ଚଳକୁ ଆସନ୍ତି, ଅନ୍ୟଦଳଟିରେ ଯଥା  ଧାମରା ପୁଲିସ ଏବଂ ଭଦ୍ରକ ଜିଲ୍ଲା ପୁଲିସ ଧାମରା ଉପକୂଳ ଅଞ୍ଚଳରେ ପହରା ଦେଉଥାନ୍ତି। ଯଦି ଗୁପ୍ତଚରମାନେ(ବ୍ଲୁ ଫୋର୍ସ) ଆସି ନିର୍ଧାରିତ ହୋଇଥିବା ସ୍ଥାନରେ ବିନା କୌଣସି ବାଧାରେ ପହଞ୍ଚିଯାନ୍ତି ତା’ହେଲେ ଗୋଇନ୍ଦା ବିଭାଗ ସଜାଗ ନାହିଁ ବୋଲି ଧରାଯାଏ।  ଯଦି ନିର୍ଧାରିତ ହୋଇଥିବା ସ୍ଥାନରେ ପହଞ୍ଚିବା ପୂର୍ବରୁ ପହରା ଦେଉଥିବା ସାଦା ପୋଷାକ ପରିହିତ ପୁଲିସ(ରେଡ ଫୋର୍ସ) ସେମାନଙ୍କୁ ଧରିନିଏ ତା’ହେଲେ ଉପକୂଳବର୍ତୀ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା ଠିକ୍ ଅଛି ବୋଲି ଧରିନିଆଯାଏ। ଏହି ସୁରକ୍ଷାଭ୍ୟାସ ଆଜି ସକାଳ ୬ଟାରୁ ଆରମ୍ଭ ହୋଇଥିଲା ଦିନ ୧୧ଟା ସମୟରେ ସମ୍ପନ୍ନ ହୋଇଥିଲା। ଏହି ସୁରକ୍ଷାଭ୍ୟାସ ୨ଦିନ ଧରି ଚାଲିବ।

Hot this week

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

Related Articles

Popular Categories