www.samajalive.in
Tuesday, December 9, 2025
16.1 C
Bhubaneswar

ଆୟାପ୍ପା ସ୍ୱାମୀଙ୍କ ଇରୁମୁଲି ପୂଜା : ଶାବରୀମାଳା ଯାତ୍ରାରେ ୩୩ ଜଣ ଦୀକ୍ଷାଧାରୀ

କଲ୍ୟାଣସିଂହପୁର :  ରାୟଗଡ ଜିଲା କଲ୍ୟାଣସିଂହପୁର ବ୍ଲକ ସଦର ମହକୁମାରେ ଥିବା  ଆୟାପ୍ପା ସ୍ୱାମୀଙ୍କ ଇରୁମୁଲି ପୂଜା ଶନିବାର ଶେଷ ହୋଇଛି । ସ୍ଥାନୀୟ ଅଞ୍ଚଳର ପ୍ରାୟ ୩୩ ଜଣ ଆୟାପ୍ପା ଦୀକ୍ଷାଧାରୀ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜାପାଠ କରିବା ପରେ ନିଜ ନିଜ ଘରକୁ ଯାଇ ସକାଳେ ପୂଜା କରି ନଡିଆରେ କର୍ପୂର ଲଗାଇ ଘର ବାହାରେ ନଡ଼ିଆ ଭାଙ୍ଗି ଦୃଷ୍ଟି କାଡ଼ିଥିଲେ। ତା’ ପରେ ଆୟାପ୍ପା ସ୍ୱାମୀ ମନ୍ଦିରରେ ଗୁରୁ ସ୍ୱାମୀ ଟି. ରାମାରାଓ ଓ ମାଲେସ ସ୍ୱାମୀ ଦୁହେଁ ଜଣ ଜଣ କରି ଦୀକ୍ଷାଧାରୀଙ୍କୁ ଇରୁମୁଲି ବାନ୍ଦିଥିଲେ। ଏହାପରେ ସମସ୍ତ ଇରୁମୁଲି ଗୁଡିକ ଏକ ଅସ୍ଥାୟୀ ସ୍ଥାନରେ ରଖିଥିଲେ। ପାହାନ୍ତିଆ ଦୀକ୍ଷାଧାରୀ ମାନେ ଇରୁମୁଲିକୁ ପୁଣି ପୁଜା କରି ମୁଣ୍ଡରେ ଧାରଣ  କରି ଶାବରୀମାଳାକୁ ଯାତ୍ରାରେ ବାହାରିଥାନ୍ତି । ଏହି ସମୟରେ ଦୀକ୍ଷାଧାରୀଙ୍କ ପରିବାର, ବନ୍ଧୁବାନ୍ଧବ ଓ ଗ୍ରାମବାସୀ ଉପସ୍ଥିତ ରହି ସେମାନଙ୍କ ଯାତ୍ରା ମଙ୍ଗଳମୟ ହେଉ ବୋଲି କାମନା କରିଥିଲେ। ଦୀକ୍ଷାଧାରୀ ମାନେ ପବିତ୍ର କାର୍ତ୍ତିକ ମାସ ପୂର୍ବରୁ ମାଳାଧାରଣ କରି ପୂଜା ପାଠ କରିଆସୁଥିଲେ।ଆଜି ସେମାନଙ୍କ ମାଳାଧାରଣ କରିବାର ୪୫ଦିନ ପୂରଣ ହେବାରୁ ଇରୁମୁଲି ଧରି ଶାବରୀମାଳା ଯାତ୍ରା କରିଥିବା ସ୍ୱାମୀ ମାନେ ପ୍ରକାଶ କରିଛନ୍ତି । ଏଥିରେ ବହୁ ସଂଖ୍ୟକ ମହିଳା ପୁରୁଷ ଉପସ୍ଥିତ ରହିଥିଲେ । ଦୀକ୍ଷା ନେବାର ୪୦ଦିନ ପରେ ଆୟାପ୍ପା ସ୍ବାମୀଙ୍କ ମୂର୍ତ୍ତି ଗ୍ରାମ ପରିକ୍ରମା କରିଥିଲେ ।

Hot this week

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

ସମ୍ପାଦକୀୟ : ଜାତିସଂଘର ପାଣ୍ଠି ଚିନ୍ତା

ବିଶ୍ବବ୍ୟାପୀ ମାନବିକ ସହାୟତା ପ୍ରଭାବିତ ମିଳିତ ଜାତିସଂଘ ୨୦୨୬ ବର୍ଷ ପାଇଁ ୨୩...

Related Articles

Popular Categories