mission shakti banner

ବିଦର୍ଭ ଇରାନୀ କପ୍‌ ଚମ୍ପିଆନ୍‌

BSKY banner  750×100
0

ନାଗପୁର : ସ୍ଥାନୀୟ ଭିସିଏ ଷ୍ଟାଡିୟମ୍‌ରେ ଚାଲିଥିବା ଇରାନୀ କପ୍‌ କ୍ରିକେଟ ମ୍ୟାଚ୍‌ରେ ରଣଜୀ ଟ୍ରଫି ଚମ୍ପିଆନ୍‌ ବିଦର୍ଭ ପ୍ରଥମ ଇନିଂସ ଅଗ୍ରଣୀ ଭିତ୍ତିରେ ଅବଶିଷ୍ଟ ଭାରତକୁ ପରାସ୍ତ କରି ଚମ୍ପିଆନ୍‌ ହୋଇଛି। ଗୋଟିଏ ଦ୍ୱିଶତକ ଓ ୨ଟି ଶତକ ବଳରେ ବିଦର୍ଭ ମାରାଥନ୍‌ ବ୍ୟାଟିଂକରି ୭ ୱିକେଟରେ ୮୦୦ ରନ୍‌କରି ପ୍ରଥମ ଇନିଂସ ଘୋଷଣା କରିଛି। ଏହାର ଜବାବରେ ଶନିବାର ୪ର୍ଥ ଦିନ ଶେଷରେ ଅବଶିଷ୍ଟ ଭାରତ ପ୍ରଥମ ଇନିଂସରେ ୬ ୱିକେଟ ହରାଇ ୨୩୬ ରନ୍‌ କରିଥିଲା। ଅବଶିଷ୍ଟ ଭାରତ ଦଳ ପ୍ରଥମ ଇନିଂସରେ ସମସ୍ତ ୱିକେଟ୍‌ ହରାଇ ୩୯୦ ରନ୍‌ ସଂଗ୍ରହ କରିପାରିଥିଲା। ବିହାରୀ ୧୦ଟି ଚୌକା ସହ ୮୧ ଏବଂ ଜୟନ୍ତ ଯାଦବ ୯ଟି ଚୌକା ସହ ୬୨ ରନ୍‌କରି ଅପରାଜିିତ ରହିଥିଲେ। ତେବେ ରବିବାର ତଥା ଅନ୍ତିମ ଦିନ ଖେଳରେ ଜୟନ୍ତ ଯାଦବ ୯୬ ରନ୍‌ ସଂଗ୍ରହ କରି ଆଉଟ୍‌ ହେବା ପରେ ଅବଶିଷ୍ଟ ଭାରତ ଦଳର ବ୍ୟାଟିଂ ଧରାଶାୟୀ ହୋଇଯାଇଥିଲା। ନଦୀମ ୧୫ ଓ କୌଲ୍‌ ୨ ରନ୍‌ କରି ଆଉଟ୍‌ ହେବା ପରେ ବିହାରୀ ଶେଷ ବ୍ୟାଟସମ୍ୟାନ୍‌ ଭାବେ ୨୩ଟି ଚୌକା ଓ ୩ଟି ଛକା ସହାୟତାରେ ୧୮୩ ରନ୍‌ କରି ଆଉଟ୍‌ ହୋଇଥିଲେ। ବିଦର୍ଭ ବୋଲର ଗୁରବାନୀ ୪ଟି ଓ ଆଦିତ୍ୟ ସରୱାତେ ୩ଟି ୱିକେଟ୍‌ ହାସଲ କରିଥିଲେ। ପ୍ରଥମ ଇନିଂସରେ ବିଦର୍ଭ ୪୧୦ ରନ୍‌ରେ ଅଗ୍ରଣୀ ହାସଲ କରିଥିଲା।
ବିଦର୍ଭ ୨ୟ ଇନିଂସ ବ୍ୟାଟିଂ କରି ଅନ୍ତିମ ଦିନ ଖେଳ ଶେଷ ସୁଦ୍ଧା ୨୬ ଓଭରରେ କୌଣସି ୱିକେଟ୍‌ ନ ହରାଇ ୭୯ ରନ୍‌ ସଂଗ୍ରହ କରିଥିଲା। ଦଳ ତରଫରୁ ସଞ୍ଜୟ ୧ଟି ଚୌକା ଓ ୧ଟି ଛକା ସହାୟତାରେ ୨୭ ଓ ୱାଦକର୍‌ ୭ଟି ଚୌକା ସହାୟତାରେ ୫୦ ରନ୍‌ କରି ଅପରାଜିତ ରହିଥିଲେ। ବିଦର୍ଭର ବ୍ୟାଟସମ୍ୟାନ୍‌ ୱାସିମ ଜାଫର୍‌ଙ୍କୁ ପ୍ଲେୟାର୍‌ ଅଫ୍‌ ଦି ମ୍ୟାଚ୍‌ ଭାବେ ମନୋନୀତ କରାଯାଇଥିଲା।

Leave A Reply