mission shakti banner

ଦଶମ ଶ୍ରେଣୀ ପରୀକ୍ଷାରେ କୋହଲିଙ୍କ ସଂପର୍କିତ ପ୍ରଶ୍ନ

BSKY banner  750×100
0

କଲକାତା : ପଶ୍ଚିମବଙ୍ଗ ବୋର୍ଡ ତରଫରୁ ୧୦ମ ଶ୍ରେଣୀ ପରୀକ୍ଷାର ଇଂରାଜୀ ପ୍ରଶ୍ନପତ୍ରରେ ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କ ସଂପର୍କିତ ପ୍ରଶ୍ନ ପଡ଼ିଥିବା ଜଣାପଡ଼ିଛି।
କୋହଲିଙ୍କ ଜୀବନୀ ଓ କ୍ୟାରିୟର ସଂପର୍କରେ ୧୦୦ ଶବ୍ଦରେ ପ୍ରବନ୍ଧ ଲେଖିବାକୁ ଇଂରାଜୀ ପରୀକ୍ଷାରେ ପ୍ରଶ୍ନ ପଡ଼ିଥିଲା। ପ୍ରବନ୍ଧ ନିମନ୍ତେ ୧୦ ନମ୍ବର ରଖାଯାଇଥିବା ବେଳେ ଅଧିକାଂଶ ଛାତ୍ରଛାତ୍ରୀ କୋହଲିଙ୍କ ଜୀବନୀକୁ ନେଇ ପ୍ରବନ୍ଧ ଲେଖିଥିବା ଜଣାପଡ଼ିଛି। କ୍ରୀଡ଼ାବିତ୍‌ଙ୍କ ଜୀବନୀ ସଂପର୍କରେ ପ୍ରଶ୍ନ ପକାଯିବା ସଂପର୍କରେ ମତ ଦେଇ ଏକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କହିଛନ୍ତି ଏପରି କରାଯିବା ଫଳରେ ପିଲାମାନେ ବର୍ତ୍ତମାନ ସମୟର କ୍ରୀଡ଼ାଜଗତ ଖବର ସଂପର୍କରେ ପଢ଼ାପଢ଼ି କରିବେ ଏବଂ କ୍ରୀଡ଼ାକୁ କ୍ୟାରିୟର ଭାବେ ଗଢ଼ି ତୋଳିବାକୁ ହୁଏତ କେତେକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି ହେବ।
କ୍ରିକେଟ୍‌ରରୁ ବିଧାୟକ ବନିଥିବା ଲକ୍ଷ୍ମୀରତନ ଶୁକ୍ଲା ନିଜ ପ୍ରତିକ୍ରିୟାରେ କହିଛନ୍ତି ବୋର୍ଡ ପକ୍ଷରୁ ଏହା ଏକ ଭଲ ପଦକ୍ଷେପ। କୋହଲିଙ୍କ ସହ ଅନ୍ୟାନ୍ୟ କ୍ରୀଡ଼ାବିତ୍‌ଙ୍କ ସଂପର୍କରେ ବୋର୍ଡ ପରୀକ୍ଷାରେ ପ୍ରଶ୍ନ ଆସିବା ଉଚିତ୍‌। ପଶ୍ଚିମବଙ୍ଗ ବୋର୍ଡ ସଭାପତି କଲ୍ୟାଣମୟ ଗାଙ୍ଗୁଲି କହିଥିଲେ ପ୍ରଖ୍ୟାତ ବ୍ୟକ୍ତିଙ୍କ ସଂପର୍କରେ ପରୀକ୍ଷାରେ ପ୍ରଶ୍ନ ଆସିଲେ ଛାତ୍ରଛାତ୍ରୀମାନେ ସେମାନଙ୍କ ଜୀବନୀ ପଢ଼ି ଅନୁପ୍ରାଣିତ ହେବାର ଆଶା ରହିଛି।

Leave A Reply