ବଳାତ୍କାରୀଙ୍କୁ ମୃତ୍ୟୁଦଣ୍ଡ ପାଇଁ ରାଜସ୍ଥାନରେ ବିଧେୟକ ଗୃହୀତ

0

ଜୟପୁର : ୧୨ବର୍ଷରୁ କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦେବା ନେଇ ରାଜସ୍ଥାନ ସରକାର ବ୍ୟବସ୍ଥା କରିଛନ୍ତି। ଏ ନେଇ ଶୁକ୍ରବାର ରାଜ୍ୟ ବିଧାନସଭାରେ ନୂଆ ବିଧେୟକ ଗୃହୀତ ହୋଇଛି। ପୂର୍ବରୁ ମଧ୍ୟପ୍ରଦେଶ ସରକାର ଅନୁରୂପ ବିଧେୟକ ଗୃହୀତ କରାଇଥିଲେ। ମଙ୍ଗଳବାର ରାଜ୍ୟ ସରକାର ଏହି ବିଧେୟକକୁ ବିଧାନସଭାରେ ଆଗତ କରିଥିଲେ। ଫୌଜଦାରୀ ଆଇନ (ରାଜସ୍ଥାନ ସଂଶୋଧନ) ବିଧେୟକ ୨୦୧୮ ନାମରେ ଆଗତ ବିଧେୟକରେ ଆଇପିସିର ଧାରା ୩୭୬-ଏଏକୁ ସଂଯୋଗ କରାଯାଇଛି। ଏହି ସଂଶୋଧନ ଦ୍ୱାରା ୧୨ବର୍ଷର କମ୍‌ ବୟସର ନାବାଳିକାଙ୍କୁ ବଳାତ୍କାର କ୍ଷେତ୍ରରେ ଦୋଷୀଙ୍କୁ ମୃତ୍ୟୁଦଣ୍ଡ ଦିଆଯିବ। ଗତବର୍ଷ ଡିସେମ୍ବରରେ ମଧ୍ୟପ୍ରଦେଶ ସରକାର ଅନୁରୂପ ଆଇନ ପ୍ରଣୟନ କରିଥିଲେ।

Leave A Reply