www.samajalive.in
Monday, December 15, 2025
24.1 C
Bhubaneswar

ଭାରତର ସାନ୍ତ୍ୱନାମୂଳକ ବିଜୟ

ମୁମ୍ବଇ : ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ମହିଳା ଟ୍ୱେଣ୍ଟି୨୦ ଟୁର୍ଣ୍ଣାମେଣ୍ଟର ଫାଇନାଲ୍‍ରୁ ବାଦ୍‍ପଡ଼ିବା ପରେ ସାନ୍ତ୍ୱନାମୂଳକ ବିଜୟ ହାସଲ କରିଛି ଭାରତୀୟ ମହିଳା ଦଳ। ଗୁରୁବାର ତା’ର ୪ର୍ଥ ତଥା ଅନ୍ତିମ ଲିଗ୍‍ ମ୍ୟାଚ୍‍ ଜିତି ପଏଣ୍ଟ ଖାତା ଖୋଲିବା ସହ ଟୁର୍ଣ୍ଣାମେଣ୍ଟରୁ ଭାରତ ବିଦାୟ ନେଇଛି। ସ୍ପିନରଙ୍କ ଚମତ୍କାର ପ୍ରଦର୍ଶନ ପରେ ଓପ୍‍ନର ସ୍ମୃତି ମାନ୍ଧାନାଙ୍କ ବିସ୍ଫୋରକ ବ୍ୟାଟିଂ ବଳରେ ଇଂଲଣ୍ଡକୁ ୮ ୱିକେଟରେ ଭାରତ ପରାସ୍ତ କରିଛି। ଇଂଲଣ୍ଡ ପ୍ରଥମେ ବ୍ୟାଟିଂକରି ୧୮.୫ ଓଭରରେ ୧୦୭ ରନ୍‍କରି ଅଲ୍‍ଆଉଟ ହୋଇ ଯାଇଥିଲା। ପରେ ମାନ୍ଧାନାଙ୍କ ଅପରାଜିତ ୬୨ ରନ୍‍ ବଳରେ ୧୫.୪ ଓଭରରେ ୨ ୱିକେଟ ହରାଇ ଭାରତ ଜିତିଥିଲା।
ଏହି ମ୍ୟାଚ୍‍ ସହ ଟୁର୍ଣ୍ଣାମେଣ୍ଟର ଲିଗ୍‍ ପର୍ଯ୍ୟାୟ ସମାପ୍ତ ହୋଇଛି। ଶନିବାର ଅଷ୍ଟ୍ରେଲିଆ (୬ ପଏଣ୍ଟ) ଓ ଇଂଲଣ୍ଡ (୪ ପଏଣ୍ଟ) ମଧ୍ୟରେ ଫାଇନାଲ ମ୍ୟାଚ୍‍ ଖେଳାଯିବ। ୩ୟ ସ୍ଥାନରେ ଥିବା ଭାରତ ୨ ପଏଣ୍ଟ ପାଇଛି। ଗୁରୁବାର ମ୍ୟାଚ୍‍ରେ ଟସ୍‍ ଜିତି ଇଂଲଣ୍ଡ ବ୍ୟାଟିଂ ନେଇଥିଲା। ଇଂଲଣ୍ଡ ଏକଦା ୧ ୱିଟେରେ ୫୯ ରନ୍‍ କରିଥିବା ବେଳେ ୪୮ ରନ୍‍ରେ ଶେଷ ୯ଟି ୱିକେଟ ହରାଇ ଅଲ୍‍ଆଉଟ ହୋଇ ଯାଇଥିଲା। ଡାନିଏଲେ ୱାଟ୍‍୍‍ ୨୨ ବଲ୍‍ରୁ ସର୍ବାଧିକ ୩୧ ରନ୍‍ କରିଥିବା ବେଳେ ଆମି ଜୋନ୍‍ସ ଓ ନାତାଳି ସ୍କାଇଭର ୧୫ ରନ୍‍ ଲେଖାଏଁ ଏବଂ ଫ୍ରାନ୍‍ ୱିଲ୍‍ସନ ୧୨ ରନ୍‍ କରିଥିଲେ। ଭାରତର ୪ ସ୍ପିନର ମିଳିତ ଭାବେ ୯ଟି ୱିକେଟ ନେଇଥିଲେ। ଅନୁଜା ପାଟିଲ ୩ଟି ୱିକେଟ ପାଇଥିବା ବେଳେ ରାଧା ଯାଦବ, ପୁନମ୍‍ ଯାଦବ ଓ ଦୀପ୍ତି ଶର୍ମା ୨ଟି ଲେଖାଏଁ ୱିକେଟ ପାଇଥିଲେ। ୧୦୮ ରନ୍‍ ବିଜୟଲକ୍ଷ୍ୟର ପିଛାକରି ଭାରତ ୪୮ ରନ୍‍ରେ ୨ଟି ୱିକେଟ ହରାଇଥିଲା। ମିତାଲି ରାଜ୍‍ ୬ ଓ ଜେମିମା ରଡ୍ରିଗ୍ୱେଜ୍‍ ୭ ରନ୍‍କରି ଆଉଟ ହୋଇଥିଲେ। ତେବେ ବାମହାତି ସ୍ମତି ମାନ୍ଧାନା ଓ ଅଧିନାୟିକା ହରମନପ୍ରୀତ କୌର ଅବିଭାଜିତ ୩ୟ ୱିକେଟ ପାଇଁ ୭୦ ରନ୍‍ ଯୋଡ଼ି ଦଳକୁ ଜିତାଇଥିଲେ। ହରମନପ୍ରୀତ ୩୧ ବଲ୍‍ରୁ ୨ଟି ଚୌକା ସହ ୨୦ ଏବଂ ଟୁର୍ଣ୍ଣାମେଣ୍ଟରେ ୩ୟ ଅର୍ଦ୍ଧଶତକ ହାଲ କରିଥିବା ମାନ୍ଧାନା ୪୧ ବଲ୍‍ରୁ ଗୋଟିଏ ଛକା ଓ ୮ଟି ଚୌକା ସହ ୬୨ ରନ୍‍କରି ଅପରାଜିତ ଥିଲେ। ଡାନିଏଲେ ହାଜେଲ ୨ଟିଯାକ ୱିକେଟ ନେଇଥିଲେ। ଅନୁଜା ପ୍ଲେୟର ଅଫ୍‍ ଦି ମ୍ୟାଚ୍‍ ହୋଇଥିଲେ।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories