www.samajalive.in
Monday, December 15, 2025
16.1 C
Bhubaneswar

ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଗୋଆର କୌଣସି ଜିଲା ନାହିଁ

ନୂଆଦିଲ୍ଲୀ  : ‘ନିତି’ ଆୟୋଗ ପକ୍ଷରୁ ଦେଶର ସବୁଠାରୁ ୧୦୧ ପଛୁଆ ଜିଲାକୁ ନେଇ ବେସ୍‍ଲାଇନ୍‍ ରାଙ୍କିଙ୍ଗ୍‍ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଏହି ସବୁ ଜିଲାକୁ ଆୟୋଗ ‘ମହାତ୍ତ୍ୱ୍ୱାକାଂକ୍ଷୀ’ ଜିଲା ଭାବେ ନାମିତ କରିଛନ୍ତି। ସୂଚୀରେ ରହିଥିବା ଜିଲା ପ୍ରଦର୍ଶନ ଦୃଷ୍ଟିରୁ ପରସ୍ପର ସହ ପ୍ରତିଯୋଗିତା କରିବେ।
୪୯ଟି ମାନଦଣ୍ଡ ଏବଂ ୮୧ ଡାଟା ପଏଣ୍ଟକୁ ନେଇ ଜିଲାଗୁଡିକର ସ୍ୱାସ୍ଥ୍ୟ ଓ ପୋଷଣ, ଶିକ୍ଷା, କୃଷି ଓ ଜଳ ସମ୍ପଦ, ଆର୍ଥିକ ଅନ୍ତର୍ଭୁକ୍ତୀକରଣ ଓ ଦକ୍ଷତା ବିକାଶ ଏବଂ ଭିତ୍ତିଭୂମି ଭଳି ୫ ବିକାଶ କ୍ଷେତ୍ରକୁ ଏହି ତାଲିକାରେ ସାମିଲ କରାଯାଇଛି। କରାଯାଇଥିବା ବେସ୍‍ଲାଇନ୍‍ ଽାଙ୍କିଙ୍ଗ୍‍ରେ ଆନ୍ଧ୍ରପ୍ରଦେଶର ବିଜୟନଗରମ୍‍ ଜିଲା ସର୍ବାଧିକ ୪୮.୧୩% ସ୍କୋର ହାସଲ କରିଥିବାବେଳେ ହରିୟାଣାର ମେୱାଟ୍‍ ଜିଲା ୨୬.୦୨% ସ୍କୋର ସହ ଦେଶର ସବୁଠାରୁ ପଛ୍ରୁଆ ଜିଲା ଭାବେ ସ୍ଥାନିତ ହୋଇଛି। ଏହା ଉପରୁ ତେଲେଙ୍ଗାନାର ଆସିଫାବାଦ, ମଧ୍ୟପ୍ରଦେଶର ସିଙ୍ଗ୍ରୁଲି, ନାଗାଲାଣ୍ଡ୍‍ର କିଫେରି, ଉତ୍ତରପ୍ରଦେଶର ଶ୍ରାସ୍ତି, ସିଦ୍ଧାର୍ଥ ନଗର ଏବଂ ବଳରାମପୁର ,ଅରୁଣାଚଳ ପ୍ରଦେଶର ନମସ୍କାଇ, ଛତିଶଗଡ ସୁକ୍‍ମା ଆଦି ଜିଲା ରହିଛନ୍ତି। ଏହି ତାଲିିକାରେ ଝାଡଖଣ୍ଡର ୧୯, ବିହାରର ୧୩, ଛତିଶଗଡର ୧୦, ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶର ୮ଟି କରି ଜିଲା ରହିଛନ୍ତି। ଏଥିରେ ଓଡ଼ିଶା, ପଶ୍ଚିମବଙ୍ଗ ଏବଂ ଗୋଆର କୌଣସି ଜିଲା ସ୍ଥାନ ପାଇନାହିଁ। ଏହି ଅବସରରେ ନୀତି ଆୟୋଗ ସିଇଓ ଅମିତାଭ୍‍ କାନ୍ତ କହିଛନ୍ତି ଯେ, ଦେଶର ଜିଡିପି ଅଭିବୃଦ୍ଧିି ଯେତେ ଉପରେ ରହିଲେ ମଧ୍ୟ ଏହି ସବୁ ଜିଲାର ବିକାଶ ବିନା ଭାରତ ବିକାଶ କରିପାରିବ ନାହିଁ। ଆସନ୍ତା ଆର୍ଥିକବର୍ଷର ପ୍ରାରମ୍ଭ ଅର୍ଥାତ୍‍ ଏପ୍ରିଲ ପହିଲାରୁ ସର୍ବସାଧାରଣଙ୍କ ପାଇଁ ଏହି ସଂଗୃହୀତ ତଥ୍ୟକୁ ଦେଖିପାରିବେ।

Hot this week

ଜାତିସଂଘ ଶିବିର ଉପରେ ଡ୍ରୋନ୍‌ ମାଡ଼: ସୁଦାନରେ ୬ ବାଂଲାଦେଶୀ ଯବାନ ମୃତ

ଖାର୍ଟୁମ: ଆଫ୍ରିକୀୟ ରାଷ୍ଟ୍ର ସୁଦାନରେ ଥିବା ଜାତିସଂଘ ଶିବିର ଉପରେ ଡ୍ରୋନ୍‌...

ହରିୟାଣା ରାଜପଥରେ ଏକାଧିକ ଦୁର୍ଘଟଣା

ଚଣ୍ଡିଗଡ଼: ଘନ କୁହୁଡି ଯୋଗୁଁ ହରିୟାଣାର ୫୨ ନମ୍ବର ରାଜପଥରେ ରବିବାର...

ଆଜିର ରାଶିଫଳ ; ସରକାରଙ୍କ ପ୍ରିୟପାତ୍ର ହୋଇପାରନ୍ତି ଆପଣ

ମେଷ : ଇନ୍ଦ୍ରୀୟ ଲାଳସା ନିର୍ବାପିତ କରିବାରେ ସିଦ୍ଧହସ୍ତ ହୋଇପାରନ୍ତି। ଧର୍ମଧ୍ବଜାଧାରୀ...

ଦିଲ୍ଲୀ ବାୟୁମଣ୍ଡଳ ସ୍ଥିତି ଉଦ୍‌ବେଗଜନକ: ଏକାଧିକ ସ୍ଥାନରେ ଏକ୍ୟୁଆଇ ୫୦୦ ଛୁଇଁଲା

ନୂଆଦିଲ୍ଲୀ: ବିଗତ କିଛି ଦିନ ଧରି ଦିଲ୍ଲୀ ସମେତ ସମଗ୍ର ଏନ୍‌ସିଆରରେ...

ପ୍ରେମରେ ବିଫଳ ପ୍ରେମିକର ଉନ୍ମତକାଣ୍ଡ: ପ୍ରେମିକା ସହ ନିଜ ବେକ କାଟିଦେଲା

ଫୁଲବାଣୀ: ପ୍ରେମରେ ବିଫଳ ହେବାପରେ ପ୍ରେମିକ ଘଟାଇଛି ଉନ୍ମତ୍ତକାଣ୍ଡ। ଛୁରିରେ ପ୍ରେମିକା...

Related Articles

Popular Categories