ଓଡ଼େଶାରେ ପ୍ରତିରୋଧ କରୁଛନ୍ତି ଛୋଟ ପିଲା

ଖେରସାନ୍‌ରେ ରୁଷିଆ ସେନାକୁ ଘେରିଲେ ଜନତା

କିଭ୍‌,୫ା୩: ରୁଷିଆ ସେନା ଶୁକ୍ରବାର ଖେର୍‌ସାନ୍‌ ସହରକୁ ଦଖଲ କରିନେଇଥିବାବେଳେ ସ୍ଥାନୀୟ ନିରସ୍ତ୍ର ଜନତାଙ୍କ ପ୍ରତିରୋଧର ସମ୍ମୁଖୀନ ହୋଇଛନ୍ତି। ସେମାନଙ୍କ କବଳରୁ ଖସିବା ପାଇଁ ରୁଷିଆ ସେନା ଗୁଳି ଚଳାଉଥିବା ଏକ ଭିଡିଓରୁ ଦେଖାଯାଉଛି। ଖେରସାନ୍‌ର ଶହଶହ ଲୋକେ ରୁଷିଆ ବିରୋଧରେ ଶୋଭାଯାତ୍ରା ବାହାର କରିଥିବାବେଳେ ସେମାନଙ୍କର ବି​‌େ​‌ରାଧୀ ସେନା ସହ ମୁହାଁମୁହିଁ ହୋଇଥିଲା। ଲୋକେ ରୁଷିଆ ସେନାକୁ ବାଟ ଛାଡ଼ି ନ ଥିଲେ। ସେମାନେଙ୍କୁ ଆକମ୍ରଣକାରୀ ଦର୍ଶାଇ ୟୁକ୍ରେନ୍‌ ପତାକା ଧରାଇବାକୁ ଚେଷ୍ଟା କରିଥିଲେ। ଲୋକଙ୍କୁ ଘଉଡ଼ାଇବା ପାଇଁ ସେମାନେ ଗୁଳି ଚଳାଇଥିଲେ; ତେବେ ଏଥିରେ କେହି ମୃତାହତ ହୋଇ ନ ଥିଲେ।

ସେହିଭଳି ଓଡ଼େଶା ଦଖଲ ପାଇଁ ରୁଷିଆ ସେନା ଲଢ଼େଇ ଚଳାଇଥିବାବେଳେ ଦେଶର ସେନା ସହ ମିଶି ସାଧାରଣ ଜନତା ଏହାର ପ୍ରତିରୋଧ କରୁଛନ୍ତି। ଛୋଟ ପିଲାମାନେ ମଧ୍ୟ ଏଥିରେ ପଛରେ ପଡ଼ି ନାହାନ୍ତି। ସେମାନେ ରୁଷିଆ ସେନାକୁ ଅଟକାଇବା ପାଇଁ ମିଳିତ ଭାବେ ପ୍ରାଚୀର ନିର୍ମାଣରେ ଲାଗିପଡ଼ିଛନ୍ତି। ସହରରେ ବିଭିନ୍ନ ସ୍ଥାନରେ ସାଧାରଣ ଜନତା ପ୍ରାଚୀର ତଥା ବନ୍ଧ ନିର୍ମାଣ କରୁଛନ୍ତି। ଏଥିରେ ବହୁସଂଖ୍ୟକ ଛୋଟ ପୁଅ-ଝିଅ ମିଶିଯାଇଥିବା ଓ ‘ରୁଷିଆ ସେନାର ପ୍ରତିରୋଧ ଆମେ କରିବୁ ଏବଂ ସବୁ ଠିକ୍‌ ହୋଇଯିବ’ ବୋଲି କହୁଥିବାର ଭିଡିଓ ପ୍ରସାରିତ ହେଉଛି। ଏଥିରେ ସିଟି ସେଣ୍ଟର ନିକଟରେ ସେମାନେ ବାଲି ଓ ଇଟା ଜମା କରୁଥିବା ଦେଖାଯାଉଛି। ଏଥିସହିତ ସେମାନେ ବୋମା ନିରୋଧୀ ଆଶ୍ରୟସ୍ଥଳ ନିର୍ମାଣ କରୁଛନ୍ତି।

Comments are closed.