www.samajalive.in
Sunday, December 7, 2025
23.1 C
Bhubaneswar

‘ରନ ଫର ୟୁନିଟି’ ରେ ଭାଗୀଦାରୀ ପାଇଁ ଯୁବ ସମାଜକୁ ମୋଦୀଙ୍କ ଆହ୍ବାନ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରବିବାର ମାସିକ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ର ୪୯ ତମ ସଂସ୍କରଣରେ ଦେଶବାସୀଙ୍କ ସମ୍ବୋଧିତ କରିଛନ୍ତି । ଅକ୍ଟୋବର ୩୧ରେ ସରଦାର ବଲ୍ଲଭ ଭାଇ ପଟେଲ ଜୟନ୍ତୀ ଅବସରରେ ସବୁଥର ଭଳି ଏଥର ମଧ୍ୟ ‘ରନ ଫର ୟୁନିଟି’ ଏକତାର ଦୌଡ଼ ରେ ସାମିଲ ହେବା ପାଇଁ ଦେଶର ଯୁବ ସମାଜକୁ ପ୍ରଧାନମନ୍ତ୍ରୀ ଆହ୍ବନ ଦେଇଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, ୧୯୪୭ ଜାନୁଆରୀ ୨୭ରେ ବିଶ୍ବ ପ୍ରସିଦ୍ଧ ‘ଟାଇମ୍ ମାଗାଜିନ୍’ରେ ପ୍ରକାଶ ପାଇଥିବା ସଂସ୍କରଣରେ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଫଟୋ ଥିଲା। ସେହି ସଂସ୍କରଣର ମୁଖ୍ୟ ପ୍ରସଙ୍ଗରେ ଭାରତର ଯେଉଁ ନକ୍ସା ଥିଲା, ତାହା ଆଜି ଆମେ ଦେଖୁଥିବା ନକ୍ସାଠାରୁ ଭିନ୍ନ ଥିଲା । ସେହି ନକ୍ସାରେ ଭାରତ ବିଭିନ୍ନ ଭାଗରେ ବଣ୍ଟା ଯାଇଥିବା ଦେଖିବାକୁ ମିଳିଥିଲା।

ପ୍ରଧାନମନ୍ତ୍ରୀ ଅହୁରି କହିଛନ୍ତି, ଏବର୍ଷ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜୟନ୍ତୀ ସ୍ମରଣୀୟ ହେବ । ତାଙ୍କୁ ଶ୍ରଦ୍ଧାଞ୍ଜଳୀ ରୂପେ ‘ଷ୍ଟାଚ୍ୟୁ ଅଫ ୟୁନିଟ୍’ ଦେଶବାସୀଙ୍କ ସମର୍ପଣ କରାଯିବ । ଗୁଜୁରାଟର ନର୍ମଦା ନଦୀ କୂଳରେ ନିର୍ମିତ ଏହି ପ୍ରତିମା ଆମେରିକାର ‘ଷ୍ଟାଚ୍ୟୁ ଅଫ ଲିବର୍ଟି’ ର ଉଚ୍ଚତାଠାରୁ ଦୁଇ ଗୁଣ  ।

- Advertisement -

ସେହିପରି  ଧନତେରସ, ଦୀପାବଳୀ, ଭାଇଦୂଜ ଏବଂ ଛଠ ପର୍ବ ଅବସରରେ ଦେଶବାସୀଙ୍କ ଶୁଭକାମନା ଜଣାଇବା ସହ ୨୦୧୭ରେ ଅନୁଷ୍ଠିତ ହେଇଥିବା ଫିଫା-ଅଣ୍ଡର ୧୭ ଆୟୋଜନକୁ ମନେ ପକାଇଥିଲେ । କ୍ରୀଡା ଜଗତରେ କୌଶଳ, ସାହାସ, ବଳ ଇତ୍ୟାଦି ମହତ୍ୱପୂର୍ଣ୍ଣ । ଏହି ଗୁଣ ଗୁଡିକ ଗୋଟିଏ ଖେଳାଳୀକୁ ଜିତିବାରେ ସହାୟକ ହେବା ସହ ଜଣେ ବ୍ୟକ୍ତିକୁ ରାଷ୍ଟ୍ରନିର୍ମାଣ କରିବାରେ ସହାୟକ ହୋଇଥାଏ । ନଭେମ୍ବର ୧୧ ଭାରତ ପାଇଁ ଏକ ଗୁରୁତ୍ବପୂର୍ଣ୍ଣ ଦିନ । ଶହେ ବର୍ଷ ପୂର୍ବ ଏହି ଦିନରେ ପ୍ରଥମ ବିଶ୍ୱଯୁଦ୍ଧ ସମାପ୍ତ ହୋଇ ଥିଲା ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ।

Hot this week

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories